![](https://www.dharitri.com/wp-content/uploads/2019/10/n-9-5.jpg)
ମୁମ୍ବାଇ,୭।୧୦: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଡୋର ଶିବସେନା ଧରିବ। ଜଣେ ଶିବସୈନିକ ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ଏନେଇ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ସୂଚନା ଦେଇଛନ୍ତି। ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ରେ ଘୋଷଣା କରାଯିବ। ଏହାପରେ ସେ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସୂଚନା ଦେବେ ବୋଲି ଏକ ସାକ୍ଷାତ୍କାରରେ କହିଛନ୍ତି। ଠାକ୍ରେ ପରିବାର ପକ୍ଷରୁ ପ୍ରଥମ କରି ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକ୍ରେ ନିର୍ବାଚନ ଲଢୁଛନ୍ତି। ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଅବା ଉପମୁଖ୍ୟମନ୍ତ୍ରୀ ପଦ ଦିଆଯିବାର ନେଇ ଆକଳନ କରିବା ଅନୁଚିତ ବୋଲି ଉଦ୍ଧବ କହିଛନ୍ତି।