ମହାପ୍ରଭୁ ୧୪ ଘଣ୍ଟା ଉପାସରେ ରହିବା ଘଟଣା: ୩ଜଣଙ୍କୁ ନୋଟିସ, ଜାନୁୟାରୀ ୪ରୁ ଶୁଣାଣି

ପୁରୀ ଅଫିସ, ୨୧ା୧୨: ଗତବର୍ଷ ଡିସେମ୍ବର ୨୮ ତାରିଖରେ ଶ୍ରୀମନ୍ଦିରରେ ଘଟିଥିଲା ଚରମ ବିଭ୍ରାଟ। ମହାପ୍ରଭୁ ୧୪ ଘଣ୍ଟା ଭୋକ ଉପାସରେ ରହିଥିଲେ। ତେବେ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି। ଶୁକ୍ରବାର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ କହିଥିଲେ, ଗତବର୍ଷ ଗୋଟିଏ ଦିନ ଦ୍ୱାରଫିଟା ନୀତିରେ ବିଳମ୍ବ ହୋଇଥିଲା। ଏଥିପାଇଁ କେଉଁମାନେ ଦାୟୀ, କ’ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜଣାଇବା ଲାଗି ମୁଖ୍ୟ ପ୍ରଶାସକଙ୍କୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏହାର ତଦନ୍ତ ଆରମ୍ଭ ହୋଇଛିି। ୨ଜଣ ଉତ୍ତର ରଖିଥିବା ବେଳେ ଆଉ ୩ ଜଣଙ୍କୁ ଆସନ୍ତା ୩୦ ତାରିଖ ଭିତରେ ଉତ୍ତର ଦେବା ପାଇଁ ନୋଟିସ୍‌ ଜାରି କରାଯାଇଛି। ଜାନୁୟାରୀ ୪ରୁ ଏହାର ଶୁଣାଣି ଆରମ୍ଭ ହେବ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଶ୍ରୀମନ୍ଦିର ଆଇନରେ ଯାହା ପ୍ରାବଧାନ ରହିଛି ତାହାକୁ ଦୃଷ୍ଟିରେ ରଖି ଯିଏ ଦୋଷୀ ପ୍ରମାଣିତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତିି।
ଗତବର୍ଷ ଡିସେମ୍ବର ୨୭ ତାରିଖ ରାତି ପ୍ରାୟ ୮ଟାରେ ୩ ବଙ୍ଗୀୟ ଭକ୍ତ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ। ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ଦେଇ ଯିବା ବେଳେ ସେଠାରେ କାର୍ଯ୍ୟରତ ଆଇଆର୍‌ବି ପୋଲିସ ସେମାନଙ୍କୁ ଅଟକାଇଥିଲେ। ବିଦେଶୀ ବୋଲି କହି ସେମାନଙ୍କ ପରିଚୟପତ୍ର ମାଗିଥିଲେ। ହେଲେ ସେମାନେ ବିଦେଶୀ ନୁହନ୍ତି, ତାଙ୍କ ଘର ପଶ୍ଚିମବଙ୍ଗ ବୋଲି କହିଥିଲେ। କିନ୍ତୁ ପୋଲିସ କର୍ମଚାରୀ ଶୁଣି ନ ଥିଲେ। ପରିଚୟପତ୍ର ନ ଦେଖାଇଲେ ଛାଡିହେବ ନାହିଁ ବୋଲି କହିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମୟରେ ଭିତରଚ୍ଛ ମହାପାତ୍ର ପହଞ୍ଚତ୍ ସେମାନେ କଲିକତାରୁ ଆସିଛନ୍ତି ବୋଲି କହିଥିଲେ। ଏହା ସତ୍ତ୍ବେ ପୋଲିସ ତାଙ୍କୁ ଛାଡି ନ ଥିଲା। ଏହାକୁ ନେଇ ଭିତରଚ୍ଛ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୋଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିଥିଲେ ବୋଲି ଭିତରଚ୍ଛ ଥାନାରେ ଅଭିଯୋଗ କରିଥିଲେ। ସମ୍ପୃକ୍ତ ପୋଲିସ କର୍ମଚାରୀ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ୨୮ ତାରିଖ ସକାଳୁ ଶ୍ରୀମନ୍ଦିରରେ ଦିନ ତମାମ୍‌ ଜୟ ବିଜୟ ଦ୍ୱାର ଫିଟି ନ ଥିଲା। ଠାକୁର ଦାନ୍ତ ଘଷି ନ ଥିଲେ କି ଗାଧୋଇ ନ ଥିଲେ। ବାହାରିପାରି ନ ଥିଲା ପହିଲି ଭୋଗ। ବନ୍ଦ ରହିଥିଲା ମହାପ୍ରସାଦ। ଭୋକ ଉପାସରରେ ରତ୍ନସିଂହାସନରେ ମହାପ୍ରଭୁ ବସି ରହିଥିବା ବେଳେ ଦର୍ଶନ ନ ପାଇ ସିଂହଦ୍ୱାରରେ ଲୁହ ଗଡାଇଥିଲେ ଭକ୍ତ। ଶେଷରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ଲିଖିତ ଦାବି ଗ୍ରହଣ କରିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତିି। ପହିଲି ଭୋଗ ଯୋଗୁ ଭୋର ୩ଟା ଦ୍ୱାର ଫିଟାଯିବାକୁ ନୀତି ନିର୍ଘଣ୍ଟ କରାଯାଇଥିଲା। କିନ୍ତୁ ୧୪ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ଅପରାହ୍ନ ୫ଟାରେ ଦ୍ୱାର ଫିଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ଭୋଟରଙ୍କ ଭରସା ପାଉନିି

ବାଲେଶ୍ୱର ଅଫିସ, ୧୭ା୩: ବାଲେଶ୍ୱର ପୌର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଚୂଡାନ୍ତ ହେବା ପରେ ଅଧ୍ୟକ୍ଷ ଓ କାଉନ୍‌ସିଲର ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପ୍ରାର୍ଥୀମାନେ...

ସହରାଞ୍ଚଳ ପ୍ରଦୂଷଣ ଘାତକ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର/ ଅନୁଗୋଳ ଅଫିସ୍‌,୧୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ମାରାତ୍ମକ ସ୍ତରରେ ରହୁଛି। କେବଳ ଦିଲ୍ଲୀ ନୁହେଁ, ଦେଶର ବଡ଼ ବଡ ସହରରେ ନିଃଶ୍ୱାସ ନେବା...

ଅଘଟଣ ଏଡ଼ାଇବାକୁ ଦୀପାବଳିରେ ଜଗିବେ ୫ ହଜାର ଆଗ୍ନିକ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ରବିବାର ଆଲୋକର ପର୍ବ ଦୀପାବଳି। ଏହି ସମୟରେ କୌଣସି ପ୍ରକାର ଅଘଟଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେବେ ସୁରକ୍ଷିତ ଦୀପାବଳି...

ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌, ସାଇଙ୍କ ଚିକିତ୍ସା ପାଇଁ ବଢୁଛି ସହଯୋଗର ହାତ

ବରଗଡ଼ ଅଫିସ,୭।୧: ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧ ନିଗମାନନ୍ଦ ବିହାରସ୍ଥିତ ଏକ ଭଡ଼ାଘରେ ରହୁଥିବା ପୂଜା ୟାଦବ ଓ କଲ୍ଲୁ ୟାଦବଙ୍କ ଏକ...

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି ବୃଦ୍ଧି

ଭୁବନେଶ୍ବର,୩୦।୯(ବ୍ୟୁରୋ): ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି । ଏନେଇ ଶୁକ୍ରବାର ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧,୨,୩,୪ରେ ସରୁଥିବା ନମ୍ବର...

୪୦ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ପଦ୍ମପୁର,୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ନାୟକାଣିଡିହ ପୋଲିସ କିସ୍ମତ କୃଷ୍ଣପୁର ଗ୍ରାମର ଅରୁଣ ମାଝି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଚୋରା...

ୱାଲ ପେଣ୍ଟିଂରେ ସୁନୀଲଙ୍କ କରୋନା ସଚେତନତା

ବାଲିଗୁଡା,୧ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ କ.ନୂଆଗାଁର ସୁନୀଲ ନାୟକ ନିଆରା ଢଙ୍ଗରେ କରୋନା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଆର୍ଥିକ ସହାୟତା ପାଇଁ ସମର୍ଥ ନ ଥିଲେ...

କୋଣାର୍କ-ପୁରୀ ବେଳାଭୂମି ମାର୍ଗରେ ଦୁର୍ଘଟଣା: ଦୁଇ ବସ୍‌ ଧକ୍କାରେ ୮ ଗୁରୁତର, ୯ ଆହତ

କୋଣାର୍କ, ୩୦।୧(ଡି.ଏନ୍‌.ଏ.): କୋଣାର୍କ ଥାନା ଅଧୀନ କୋଣାର୍କ -ପୁରୀ ବେଳାଭୂମି ମାର୍ଗ ରାସ୍ତାରେ ଗୁରୁବାର ଏକ ଟୁରିଷ୍ଟ ବସକୁ ପଛପଟୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା...

Advertisement
Archives

Model This Week