ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା

ପୁରୀ ଅଫିସ,୨୭ା୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନ ୪ଟା ୧୦ରେ ମମତା ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ଜିଲାପାଳ ବଲୱନ୍ତ ସିଂ ତାଙ୍କୁ ସ୍ବାଗତ କରିଥିଲେ। ପରେ ସିଂହଦ୍ୱାର ଚକଡ଼ାରେ ବରିଷ୍ଠ ଦଇତାପତି ସେବକ ଜଗନ୍ନାଥ ସ୍ବାଇଁ ମହାପାତ୍ର, ରାମକୃଷ୍ଣ ଦାସମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଏବଂ ଫୁଲହାର ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ। ଅରୁଣ ସ୍ତମ୍ଭ ନିକଟରେ ଦୀପ ଜାଳି ପତିତପାବନଙ୍କୁ ଦର୍ଶନ କରିବା ପରେ ୪ଟା ୧୫ରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ମମତା। ବାଇଶିପାହାଚ, ଘଣ୍ଟିଦ୍ୱାର ଦେଇ ସେ ଭିତର କାଠକୁ ଯାଇଥିଲେ। ସେଠାରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବା ସହ ସାଥିରେ ଆଣିଥିବା ଫଳ, ଫୁଲ, ବସ୍ତ୍ର ଆଦି ସେବାୟତଙ୍କୁ ଦେଇ ପୂଜାର୍ଚ୍ଚନା କରିଥିଲେ। ଦାନ, ଦକ୍ଷିଣା ପ୍ରଦାନ କରି ବେହେରଣ ଦ୍ୱାରରେ ବାହାରିଥିଲେ। ଏହାପରେ ମୁକ୍ତିମଣ୍ଡପ, ମା’ ବିମଳା, ମା’ ସରସ୍ବତୀ, ମହାଲକ୍ଷ୍ମୀ ପ୍ରଭୃତି ମନ୍ଦିର ବୁଲି ଦର୍ଶନ କରିଥିଲେ। ଏହି ସମୟରେ ନୀଳଚକ୍ରରେ ଧ୍ୱଜା ବନ୍ଧାଯାଉଥିଲା। ମମତା ବାନା ବନ୍ଧା ଦୃଶ୍ୟକୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ବାନା ବାନ୍ଧୁଥିବା ଚୂନରା ସେବକ ତଳକୁ ଓହ୍ଲାଇ ଏକ ଓଲାଗି ବାନା ମମତାଙ୍କୁ ପିନ୍ଧାଇ ଦେଇଥିଲେ। ମହାପ୍ରଭୁଙ୍କ ଓଲାଗି ବାନା ପାଇ ମମତା ବେଶ୍‌ ଖୁସି ହୋଇଯାଇଥିଲେ। ପ୍ରାୟ ୪୦ ମିନିଟ୍‌ ସେ ମନ୍ଦିରରେ ବିତାଇବା ପରେ ଫେରିଥିଲେ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ କହିଥିଲେ, ପୂର୍ବରୁ ଅନେକଥର ଶ୍ରୀମନ୍ଦିରକୁ ଆସି ଠାକୁରଙ୍କୁ ଦର୍ଶନ କରିଛି। ୨୦୧୭ରେ ବି ଆସିଥିଲି। ମୁଁ ଜଗନ୍ନାଥଙ୍କର ଜଣେ ଭକ୍ତ। ମୋ ଘରେ ଜଗନ୍ନାଥଙ୍କୁ ପୂଜା କରେ। ପୁରୀରୁ ବି ସେବାୟତମାନେ ଯାଇ ପୂଜା କରିଥାନ୍ତି। ଆଜି ମହାପ୍ରଭୁଙ୍କୁ ଭଲ ଭାବେ ଦର୍ଶନ କରିଥିବାରୁ ବେଶ୍‌ ଖୁସି ଲାଗୁଛି। ପଶ୍ଚିମବଙ୍ଗ, ଓଡ଼ିଶା ସମେତ ଦେଶବାସୀ ଶାନ୍ତିରେ ରୁହନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କଲି। ମଣିଷ ମଣିଷ ଭିତରେ ହିଂସା, ବିବାଦ କିମ୍ବା କୌଣସି ପ୍ରକାର ଭେଦଭାବ ନ ରହୁ। ଦେଶ ବି ଭଲରେ ଆଗକୁ ବଢୁ। ଆମେ ସମସ୍ତେ ଭାରତୀୟ ଏବଂ ଭାଇଭଉଣୀ। ସମସ୍ତେ ହସଖୁସି ଏବଂ ସୁଖାଶନ୍ତିରେ ରୁହନ୍ତୁ ଏହା ହିଁ ଠାକୁରଙ୍କ ନିକଟରେ କାମନା କରିଛି। ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟ ଓଡ଼ିଶା। ପୁରୀକୁ ୧୦୦ ପ୍ରତିଶତ ପଶ୍ଚିମବଙ୍ଗ ପର୍ଯ୍ୟଟକ ଆସୁଛନ୍ତି। ଆମ ଦୁଇ ରାଜ୍ୟ ମଧ୍ୟରେ ଭଲ ସମ୍ପର୍କ ରହିଛି। ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛି ବୋଲି ମମତା କହିଥିଲେ। ଏହି ଅବସରରେ ମମତାଙ୍କୁ ଶ୍ରୀମନ୍ଦିରର ସେବାୟତମାନେ ମହାପ୍ରଭୁଙ୍କ ପଟଚିତ୍ର ଏବଂ ଭୋଗ ପ୍ରଦାନ କରିଥିଲେ।

ବାନା ବନ୍ଧା ଦୃଶ୍ୟ ବେଶ୍‌ ଚମତ୍କାର

ଦର୍ଶନ କରିବା ସମୟରେ ନୀଳଚକ୍ରରେ ବାନା ବନ୍ଧା ଯାଉଥିଲା। ଏହି ବାନା ବନ୍ଧାଯିବାର ଦୃଶ୍ୟ ଦେଖିବା ଭାଗ୍ୟରେ ଥିଲା। ବେଶ୍‌ ଚମତ୍କାର ଥିଲା ଏହି ଦୃଶ୍ୟ। ବାନା ବନ୍ଧା ସରିବା ପରେ ସମ୍ପୃକ୍ତ ସେବକ ଏକ ବାନା ଆଣି ମୋତେ ପ୍ରଦାନ କରିଛନ୍ତି । ଏହାକୁ ମୁଁ ସାଥିରେ ପଶ୍ଚିମବଙ୍ଗ ନେଇଯିବି ବୋଲି ବେଶ୍‌ ଭାବବିହ୍ବଳ ହୋଇ କହିଥିଲେ ମମତା ବାନାର୍ଜୀ।

‘ରକ୍ତ ନୁହେଁ, ଶାନ୍ତି ଚାହୁଁ’

ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ନେଇ ଦିଲ୍ଲୀ ବର୍ତ୍ତମାନ ଅଶାନ୍ତ ହୋଇପଡିଛି। ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଅନେକଙ୍କ ଜୀବନ ଯାଇଛି। ତେବେ ଦିଲ୍ଲୀରେ ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ଉପୁଜିଛି ସେ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ମମତା କହିଥିଲେ, ଦେଶରେ ଶାନ୍ତି ବଜାୟ ରଖିବା ଦରକାର। ରକ୍ତ ନୁହେଁ, ଆମେ ଶାନ୍ତି ଚାହୁଁ ବୋଲି କହିଥିଲେ ମମତା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?