ମହାନଦୀରେ ଗୋପୀନାଥ ମନ୍ଦିର ଦଧିନଉତି ଦୃଶ୍ୟମାନ ଘଟଣା: ମନ୍ଦିରର ସ୍ଥିତି ଅନୁଧ୍ୟାନ ସହ ନମୁନା ନେଲେ ବିଶେଷଜ୍ଞ ଟିମ୍‌

ଭୁବନେଶ୍ୱର, ୧୭।୬(ବ୍ୟୁରୋ)/ ନୟାଗଡ଼ ଅଫିସ: ନୟାଗଡ଼ ଜିଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ମହାନଦୀ ଗର୍ଭରେ ବୁଡ଼ି ରହିଛି ୫୦୦ବର୍ଷ ତଳର ଗୋପୀନାଥ ମନ୍ଦିର। ପାଣି ଉପରକୁ ମନ୍ଦିରର ଦଧିନଉତି ଦୃଶ୍ୟମାନ ହେଉଥିବାବେଳେ ମଙ୍ଗଳବାର ଏକ ବିଶେଷଜ୍ଞ ଟିମ୍‌ ସେଠାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଇଆଇଟି ଭୁବନେଶ୍ୱରର ଡ. ରାଜୀବ ଲୋଚନ ମିଶ୍ର, ଉତ୍ତରପ୍ରଦେଶ ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍‌ ପ୍ରଫେସର ଅନୁପ ରଞ୍ଜନ ମିଶ୍ରଙ୍କ ସହ ଜିଲାପାଳ ପୋମା ଟୁଡୁ, ଡିଏଫ୍‌ଓ ଧନରାଜ ଏଚ୍‌ଡି, ଭାପୁର ବ୍ଲକ ବିଡିଓ ସତ୍ୟ ସୁନ୍ଦର ରାଉତ, ଉପାଧ୍ୟକ୍ଷ ଗୟାଧର ପରିଡ଼ା ପ୍ରମୁଖ ଡଙ୍ଗାରେ ମନ୍ଦିର ନିକଟକୁ ଯାଇଥିଲେ। ବହୁ ସମୟ ଧରି ମନ୍ଦିର ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା ବିଶେଷଜ୍ଞ ଟିମ୍‌। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଥିଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀ ଭିତରେ ମନ୍ଦିର ତିଆରି ହୋଇଥିଲା ନାଁ କାଳକ୍ରମେ ଏହା ପୋତି ହୋଇଯିବା ପରେ ଏହା ଉପରେ ନଦୀ ପ୍ରବାହିତ ହୋଇଥିଲା ଏଭଳି ଅନେକ ପ୍ରସଙ୍ଗକୁ ଖୋଜି ପାଇବାକୁ ଲାଗିଛି ବିଶେଷଜ୍ଞ ଟିମ୍‌।
ସେପଟେ ଗ୍ରାମବାସୀମାନେ ଏହି ମନ୍ଦିରର ପୁନରୁଦ୍ଧାର କରିବା ସହିତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଦାବି କରୁଛନ୍ତି। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ବର୍ତ୍ତମାନ ପାଣି ଅଧିକ ହୋଇଯାଇଛି। ସେମିତି କିଛି କରିହେବ ନାହିଁ। ତଥାପି ଜିଲା ପ୍ରଶାସନ ପକ୍ଷରୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ। ଏନେଇ ସରକାରଙ୍କ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଇନ୍‌ଟାକ୍‌ ପକ୍ଷରୁ ଏହି ମନ୍ଦିରକୁ ଠାବ କରାଯାଇଥିଲା। ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ତଥା ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ତାହା ବହୁ ପୁରାତନର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri