ମହର୍ଷି କଲେଜ ନିକଟରେ ନିଶାସକ୍ତଙ୍କ ଆତଙ୍କ ଘଟଣା: ୩ ଦିନ ପରେ ବି ପୋଲିସ ହାତ ଖାଲି

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଶହୀଦନଗର ଥାନା ଅଧୀନ ମହର୍ଷି କଲେଜ ନିକଟରେ ଗତ ବୁଧବାର ସନ୍ଧ୍ୟାରେ ୧୫ରୁ ଊର୍ଦ୍ଧ୍ୱ ନିଶାସକ୍ତ ଯୁବକ ଆତଙ୍କ ଖେଳାଇଥିଲେ। ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଏଥିସହ ବିରୋଧ କରୁଥିବା ବ୍ୟକ୍ତିଙ୍କ ବାଇକ ଓ କାର୍‌କୁ ମାଡ ମାରି ଭଙ୍ଗାରୁଜା କରିଥିଲେ। ସେହିପରି ଚର୍ଚ୍ଚରୁ ଫେରୁଥିବା କେତେଜଣ ଯୁବକଙ୍କୁ ମାଡ଼ ମାରି ଫେରାର ହୋଇଯାଇଥିଲେ। ଶୁକ୍ରବାର ଏହି ଘଟଣାକୁ ୩ଦିନ ବିତିଲା। ହେଲେ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ଏ ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ପଦ୍ମଚରଣ ଭଟ୍ଟ କହିଛନ୍ତି, ଅଭିଯୋଗକାରୀମାନେ ଯେଉଁ ବାଇକ ନମ୍ବର ଦେଇଥିଲେ ତାହାର କୌଣସି ପତ୍ତା ମିଳୁ ନାହିଁ। ମହର୍ଷି କଲେଜ ନିକଟରେ ସିସିଟିଭି ନ ଥିବାରୁ ମାରପିଟ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇନାହିଁ। ଫଳରେ ପୋଲିସ ଅଭିଯୁକ୍ତମାନଙ୍କ ପତ୍ତା ପାଇପାରି ନାହିଁ। ତେବେ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବକମାନଙ୍କୁ କିଏ ଓ କାହିଁକି ମାଡ଼ ମାରିଲା ତାହା ଜଣା ନ ପଡ଼ିିବାରୁ ସେମାନେ ଭୟଭୀତ ଅବସ୍ଥାରେ ରହିଥିବା ଗଣମାଧ୍ୟମକୁ କହିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ସେମାନଙ୍କ ଦୌରାତ୍ମ୍ୟ ବଢିବା ସହ ଅନେକ ସାଧାରଣ ଜନତା ପୁଣି ଆକ୍ରମଣର ଶୀକାର ହେବାର ଆଶଙ୍କା ରହିଛି। ପୋଲିସ କୌଣସିି ଚାପରେ ରହି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେଣୁ ଉପଯୁକ୍ତ ତଦନ୍ତ କରି ନ୍ୟାୟ ଦିଆଯାଉ ବୋଲି ଅଭିଯୋଗକାରୀ ପୁଲକ ଓ ଦୀପୁ ଗଣମାଧ୍ୟମରେ କହିଛନ୍ତି। ଏ ନେଇ ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତି କହିଛନ୍ତି, ଅଭିଯୁକ୍ତମାନଙ୍କୁ କୌଣସି ପ୍ରକାର କ୍ଷମା ଦିଆଯିବ ନାହିଁ। ଏହି ଘଟଣାରେ ପୋଲିସ ଏକ କେସ୍‌ (ନଂ. ୬୯୫/୧୯) ରୁଜୁ କରିବା ସହ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ କଡ଼ା ଆଭିମୁଖ୍ୟ: ୧୫ ଦୁର୍ନୀତିଗ୍ରସ୍ତ ଅଧିକାରୀ ବରଖାସ୍ତ, ୨ ଜଣଙ୍କ ପେନ୍‌ସନ୍‌ ବନ୍ଦ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୫ ଜଣ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରିଛନ୍ତି। ଏଥିସହିତ ଦୁଇଜଣ ପୂର୍ବତନ ଅଧିକାରୀଙ୍କ ପେନସନ୍‌...

ଖୋଲୁଛି ଏସ୍‌ଓଜି ଟ୍ରେନିଂ ସେଣ୍ଟର ଗୁମର: ଖାଇବାକୁ ଦେଲେନି, ବିଶ୍ୱଜିତ ଅସୁସ୍ଥ

ଭୁବନେଶ୍ୱର, ୧୬(ବ୍ୟୁରୋ) ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ଟ୍ରେନିଂ ନେଉଥିବା ପୋଲିସ ଅଫିସରଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଏ ସଂକ୍ରାନ୍ତରେ କମାଣ୍ଡାଣ୍ଟ୍‌ଙ୍କ ବିରୋଧରେ ଚନ୍ଦକା ଥାନାରେ...

ଧର୍ମଶାଳା ତହସିଲର ଚଢାଉ: ୫ କଳାପଥର , ୧ ବାଲିଖାଦାନରେ ୧୪୪ ଧାରା ଜାରି

ଧର୍ମଶାଳା/ଜେନାପୁର/ଚଢେଇଧରା,୧୨।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ତହସିଲ ଅଧୀନସ୍ତ ୫ କଳାପଥର ଓ ଗୋଟିଏ ବାଲି ଖାଦାନ ଉପରେ ବୁଧବାର ୧୪୪ ଧାରା ଜାରି...

୧୨ଫୁଟ୍‌ର ଅହିରାଜ ଉଦ୍ଧାର

ପାତ୍ରପୁର, ୨୪ (ଡିଏନ.ଏ.)-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଜଗଦେବପୁର ରାସ୍ତା କଡରେ ଥିବା ଗଛ ଉପରୁ ମଙ୍ଗଳବାର ରାତିରେ ଏକ ୧୨ଫୁଟର...

ଅର୍ଥାଭାବରୁ ହୋଇପାରୁନାହିଁ ପିଣ୍ଟୁ ନନ୍ଦଙ୍କ ଅପରେଶନ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଲିଭରଜନିତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅପରେଶନ ହୋଇପାରିନାହିଁ।...

ନବୀନଙ୍କ ପଦକ୍ଷେପକୁ ଅନୁସରଣ କରୁ ପାର୍ଲାମେଣ୍ଟ: ସସ୍ମିତ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରୁଥିବା କରୋନାକୁ ମୁକାବିଲା କରିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି। କିଛିଦିନ ତଳେ ଓଡ଼ିଶାରେ କରୋନାକୁ ରାଜ୍ୟ ବିପତ୍ତି ଘୋଷଣା...

ଆନ୍ଦୋଳନ ବଢ଼ାଇଛି ତେଲ ଚିନ୍ତା

ଭୁବନେଶ୍ୱର,୧୭ା୩(ବ୍ୟୁରୋ):ପେନ୍‌ସନ, ବୀମା, ମୃତ୍ୟୁକାଳୀନ ସହାୟତା, ସାମାଜିକ ସୁରକ୍ଷା ଆଦି ୧୦ ଦଫା ଦାବିରେ ବୁଧବାରଠାରୁ ଡ୍ରାଇଭର ଏକତା ମହାସଂଘ ପକ୍ଷରୁ କରାଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ...

ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ସର୍ଭେ: ପ୍ରଣବ, ତାରା ଶ୍ରେଷ୍ଠ ବିଧାୟକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ‘ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ’ ପକ୍ଷରୁ ୨୦୨୦ ବର୍ଷ ପାଇଁ...

Advertisement
Archives

Model This Week