ମହଙ୍ଗା ଭତ୍ତାକୁ ନେଇ ସଚିବାଳୟରେ ଅସନ୍ତୋଷ: ନିଷ୍ପତ୍ତିକୁ ପୁନର୍ବିଚାର କରା ନ ଗଲେ ଆନ୍ଦୋଳନ

ଭୁବନେଶ୍ୱର,୧୬।୨(ବ୍ୟୁରୋ): କେନ୍ଦ୍ର ସରକାର ଗତବର୍ଷ ଜୁଲାଇ ମାସରୁ୫% ମହଙ୍ଗା ଭତ୍ତା ପ୍ରଦାନ ନେଇ ଘୋଷଣା ହୋଇସାରିଛି। ତେଣୁ ଗତ ଜୁଲାଇମାସରୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହି ମହଙ୍ଗା ଭତ୍ତା ପାଇ ଆସୁଛନ୍ତି। ଅପରପକ୍ଷେ ରାଜ୍ୟ ସରକାର ଗତ ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ୫% ମହଙ୍ଗା ଭତ୍ତା ଦେଇନାହାନ୍ତି। ହେଲେ ତରବରିଆ ଭାବେ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅର୍ଥ ବିଭାଗ ଏକ ବିଜ୍ଞପ୍ତିରେ ଏହି ଭତ୍ତା ଦେବାକୁ ଘୋଷଣା କଲେ। ହେଲେ ଏହାକୁ ଜୁଲାଇ ୨୦୧୯ରୁ ନ ଦେଇ ଚଳିତ ବର୍ଷ ଜାନୁୟାରୀ ମାସରୁ ଦେବାକୁ କୁହାଯାଇଛି। ଏପରିକି ଗତ ବର୍ଷର ଛଅମାସର ବକେୟା ଭତ୍ତା ସଂକ୍ରାନ୍ତରେ ଉକ୍ତ ବିଜ୍ଞପ୍ତିରେ କିଛି କୁହାଯାଇନାହିଁ। ଫଳରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ଅପରାହ୍ନରେ ସଚିବାଳୟର ବିଭିନ୍ନ ବର୍ଗର ତିନି ହଜାରରୁ ଅଧିକ କର୍ମଚାରୀ ଏକ ସମାବେଶ କରି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ୧୯୭୫ରୁ ପ୍ରଚଳିତ ପ୍ରଥାରେ ସରକାର ଏଭଳି ନିଷ୍ପତ୍ତି ନେଇ କର୍ମଚାରୀଙ୍କୁ ଆଘାତ ଦେଇଛନ୍ତି। ମହଙ୍ଗା ଭତ୍ତାର ୬୦% କେନ୍ଦ୍ର ସରକାର ବହନ କରୁଥିବା ବେଳେ ରାଜ୍ୟ ସରକାର କାହିଁକି ଏଭଳି ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି ବୋଲି କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି। ସରକାର ଉପରୋକ୍ତ ନିଷ୍ପତ୍ତିକୁ ପୁନର୍ବିଚାର ନ କଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମେରୁ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦୀର୍ଘ ୨୧ଦିନ ଧରି ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଯାତ୍ରା…

୧୯ରେ ସିଜିଏଲ୍‌ ପରୀକ୍ଷା: ଡାଉନ୍‌ଲୋଡ୍‌ ହେଉନି ଆଡ୍‌ମିଟ କାର୍ଡ, ଆଶାୟୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର,୧୪।୪(ସୁଚିସ୍ମିତା ସାହୁ): ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପରିଚାଳିତ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେଭଲ (ସିଜିଏଲ) ପରୀକ୍ଷା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ…

ବଡ଼ ବୟାନ ଦେଲେ ଭକ୍ତ ଦାସ; ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ, ମେଣ୍ଟ…

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ): ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ। ଜିଲା ପରିଷଦ ସିଟ୍‌ ପାଇଁ ହୋଇପାରେ ବୁଝାମଣା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବୟାନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri