ମସଲା କୋଲ୍ଡଡ୍ରିଙ୍କ୍‌ସ

ଆବଶ୍ୟକ ସାମଗ୍ରୀ – କୋକ୍‌ ୨ ଗ୍ଲାସ୍‌, ଚାହାଗୁଣ୍ଡ ୧ ଚାମଚ, ଚାଟ୍‌ ମସଲା ୧ ଚାମଚ, ଅଳ୍ପ ପରିମାଣରେ ପୋଦିନା, ଲେମ୍ବୁ ୨ ଖଣ୍ଡ, ଭଜା ହୋଇଥିବା ଜିରା ୧ ଚତୁର୍ଥାଂଶ, ଲେମ୍ବୁରସ ଅଧା ଚାମଚ, ଏକ ପାତ୍ର ଆଇସ୍‌ କ୍ୟୁବ୍‌, ସ୍ବାଦ ଅନୁସାରେ ବିଟ୍‌ ଲୁଣ।
ପ୍ରସ୍ତୁତି ପ୍ରଣାଳୀ – ମସଲା କୋଲ୍ଡଡ୍ରିଙ୍କ୍‌ସ ପ୍ରସ୍ତୁତ କରିବାକୁ ହେଲେ ପ୍ରଥମେ ପୋଦିନାପତ୍ରକୁ ଅଧା ଗ୍ରାଇଣ୍ଡିଂ କରନ୍ତୁ। ଲେମ୍ବୁ ଖଣ୍ଡକୁ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ଦୁଇ ଗ୍ଲାସ୍‌ ପାଣି ଗରମ କରନ୍ତୁ। ପାଣି ଗରମ ହୋଇଗଲେ ଗ୍ୟାସ୍‌ ବନ୍ଦକରି ଏଥିରେ ଚାହାଗୁଣ୍ଡ ପକାନ୍ତୁ। ୧୫ ମିନିଟ୍‌ ପରେ ଚା’ଗୁଣ୍ଡକୁ ଛାଣି ଦିଅନ୍ତୁ। ଏବେ ସେଥିରେ ଲେମ୍ବୁରସ, ଚାଟ୍‌ ମସଲା, ଜିରା ପାଉଡର, ଅଳ୍ପ ପୋଦିନା, ଆଇସ୍‌ କ୍ୟୁବ୍‌ ଏବଂ ସ୍ବାଦ ଅନୁସାରେ ଲୁଣ ମିଶାନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡରରେ ହାଲ୍‌କା ଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଦୁଇଟି ଗ୍ଲାସ୍‌ ନିଅନ୍ତୁ। ଗୋଟିଏ ଗ୍ଲାସ୍‌ରେ ଲେମ୍ବୁ ଖଣ୍ଡ, କିଛି ପୋଦିନାପତ୍ର ଏବଂ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚା’ପାଣିକୁ ପକାନ୍ତୁ। ଏବେ ଏଥିରେ ସ୍ବାଦ ଅନୁସାରେ କୋକ୍‌ ମିଶାନ୍ତୁ। ଏଥିରେ ଲେମ୍ବୁ ଖଣ୍ଡ, ପୋଦିନାପତ୍ର, ଆଇସ୍‌ କ୍ୟୁବ୍‌ ପକାଇ ପରଷନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘର କିଣିବା ସମୟରେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ: କେବେ ହେବାକୁ ପଡ଼ିବ ନାହିଁ ଚିନ୍ତିତ

ସୁଖମୟ ଜୀବନଯାପନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ କିଛି କହିଛନ୍ତି। ଜୀବନର ମୂଲ୍ୟଠାରୁ ଆରମ୍ଭ କରି ଘର କିଣିବା ପର୍ଯ୍ୟନ୍ତ ସେ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ...

ରକ୍ତହୀନତା ସମସ୍ୟାରୁ ରକ୍ଷା କରେ ହ୍ବାଇଟ୍‌ ଟି’

ଗ୍ରୀନ୍‌ ଟି’ ଉପକାରିତା ବିଷୟରେ ତ ଶୁଣିଥିବେ। କିନ୍ତୁ ହ୍ବାଇଟ୍‌ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ...

କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି କି? ଦିନଚର୍ଯ୍ୟା ପ୍ରତି ହୁଅନ୍ତୁ ଯତ୍ନବାନ, ଏପରି ରଖନ୍ତୁ ନିଜ ସ୍ବାସ୍ଥ୍ୟର ଯତ୍ନ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏସବୁ ଭିତରେ ଅଧିକାଂଶ...

ମ୍ୟାଲେରିଆ ଚିହ୍ନଟ କରିବେ କୁକୁର

ବ୍ରିଟେନ୍‌ ଏବଂ ଗାମ୍ବିଆର ବୈଜ୍ଞାନିକଙ୍କ ମତରେ, ପ୍ରଥମଥର ଏଭଳି ଏକ ଉପାୟର ସନ୍ଧାନ ହୋଇଛି, ଯଦ୍ଦ୍ବାରା କୁକୁରମାନେ ମ୍ୟାଲେରିଆ ଭଳି ରୋଗର ଚିହ୍ନଟ କରିବାରେ ସାହାଯ୍ୟ...

ରାନି ପ୍ରନ

ଆମିଷ ଭିତରେ ଚିଙ୍ଗୁଡିକୁ ବିଭିନ୍ନ ରଙ୍ଗ ଦେଇ ପରଷା ଯାଇଥାଏ। ଷ୍ଟାର୍ଟରଠାରୁ ନେଇ ମେନ୍‌ କୋର୍ସରେ ସମସ୍ତେ ପସନ୍ଦ କରନ୍ତି ଏହି ଖାଦ୍ୟକୁ। ସେହିଭଳି ରାନି...

ବରିଷ୍ଠାସନ

ବରିଷ୍ଠାସନ କରିବା ଫଳରେ ପେଟର ଚର୍ବି କମ୍‌ ହେବା ସହିତ ହାତ, ଗୋଡ଼ର ଚର୍ବି କମ୍‌ ହୁଏ ଓ ମସଲ୍ସ ଷ୍ଟ୍ରଙ୍ଗ୍‌ ହୋଇଥାଏ। – ଏହି...

ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର ଡେଙ୍ଗୁରୁ ରହିବେ ଦୂରେଇ…

ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱର ଭରପୁର। ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ...

ତମାଖୁ ସେବନ, ମହିଳାଙ୍କ ସ୍ବାସ୍ଥ୍ୟ

ସାରା ପୃଥିବୀରେ ମେ ୩୧ ତାରିଖ ଦିନ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରିଥା’ନ୍ତି...

Coronavirus Update


Archives

Model This Week

Why Dharitri