ମଲାଇକା-ଅର୍ଜୁନଙ୍କ ପାଇଁ ସଲମାନଙ୍କ ସହ ଖରାପ ହେଲା ସମ୍ପର୍କ: ବୋନି!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁଙ୍କର ଅନ୍ୟମାନଙ୍କ ସହ ଥିବା ସମ୍ପର୍କ ବେଳେ ବେଳେ ଆସେ ଚର୍ଚ୍ଚାକୁ। ଏବେ ବୋନି କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶୁଣିବାକୁ ମିଳିଛି କି ସଲମାଙ୍କ ସହ ଏବେ ବୋନିଙ୍କର ସମ୍ପର୍କ ଭଲ ନାହିଁ। ତେବେ ୨୦୦୯ରେ ‘ଓ୍ବାଣ୍ଟେଡ’ ଫିଲ୍ମ ପରେ ଆଉ ବୋନି କପୁର ଓ ସଲମାନ ଖାଁଙ୍କୁ ଏକାଠି ଦେଖିବାକୁ ମିଳିନାହିଁ। ଏମାନଙ୍କ ସମ୍ପର୍କକୁ ନେଇ ସେବେଠରୁ ଚର୍ଚ୍ଚା ହେଉଥିବା ବେଳେ ଏମାନେ କିନ୍ତୁ ଏ ସମ୍ପର୍କରେ କେବେ କିଛି କଥା ହୋଇ ନ ଥିଲେ। ନିକଟରେ ଏକ ସାକ୍ଷାତ୍‌କାରରେ ବୋନି ପରୋକ୍ଷରେ ସଲମାନଙ୍କ ସହ ତାଙ୍କର ମନୋମାଳିନ୍ୟକୁ ନେଇ କଥା ହୋଇଛନ୍ତି। ବୋନି ଯଦିଓ ଏହା ସିଧା ସିଧା କହି ନାହାନ୍ତି। ତେବେ ତାଙ୍କ କଥାରୁ ଯାହା ଲାଗିଛି ଅର୍ଜୁନ କପୁର ଓ ମଲାଇକାଙ୍କ ସମ୍ପର୍କକୁ ନେଇ କୁଆଡେ ସଲମାନଙ୍କ ସହ ତାଙ୍କର ସମ୍ପର୍କ ଖରାପ ହୋଇଛି। କୁହାଯାଏ ଅର୍ଜୁନଙ୍କ ସହ ଯେତେବେଳେ ମଲାଇକାଙ୍କ ସହ ସମ୍ପର୍କ ଥିବା ଜଣାପଡିଲା ସେତେବେଳେ ସଲମାନଙ୍କ ଭାଇ ଅରବାଜ ଖାଁ ଓ ମଲାଇକାଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହେଲା। ଆଉ ଅର୍ଜୁନ ବଡ ପରଦାକୁ ଆସିବାରେ ସଲମାନଙ୍କର ହାତ ଥିବାରୁ ଅର୍ଜୁନଙ୍କର ମଲାଇକାଙ୍କ ସହ ସମ୍ପର୍କ କୁଆଡେ ସଲମାନଙ୍କ ପସନ୍ଦ ଆସି ନ ଥିଲା। ଫଳରେ ଅର୍ଜୁନଙ୍କ ପିତା ବୋନିଙ୍କ ସହ ସଲମାନଙ୍କ ସମ୍ପର୍କ ଖରାପ ହୋଇ ଯାଇଥିଲା ବୋଲି ଆଲୋଚନା ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri