ମରାମତି ହେଲାନି ରତ୍ନଭଣ୍ଡାର: ମହାପ୍ରଭୁଙ୍କ ରତ୍ନଅଳଙ୍କାରକୁ ଅଣଦେଖା

ପୁରୀ ଅଫିସ, ୨୧।୬: ମହାପ୍ରଭୁଙ୍କ ଦୁର୍ମୁଲ୍ୟ ରତ୍ନଅଳଙ୍କାର ରହିଛି ରତ୍ନଭଣ୍ଡାରରେ। ଶେଷ ଥର ପାଇଁ ୧୯୮୫ ମସିହାରେ ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର। ଦୀର୍ଘବର୍ଷ ହେଲାଣି ରତ୍ନଭଣ୍ଡାର ଗୃହର ସ୍ଥିତି ଯାଞ୍ଚ ହୋଇନାହିଁି। ତେଣୁ ରତ୍ନଭଣ୍ଡାର ଖୋଲାଯାଇ ଗୃହର ସ୍ଥିତି ଯାଞ୍ଚ କରାଯିବ। ଏକଥା ଅନ୍ୟ କେହି ନୁହେଁ ଶ୍ରୀମନ୍ଦିର ବୁଝାଶୁଝା ପାଇଁ ରହିଥିବା ପରିଚଳାନା କମିଟି ହିଁ କହିଥିଲା। ଏହି ଅନୁଯାୟୀ, ଗତବର୍ଷ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିଲା। ହେଲେ ବହୁ ଆଡମ୍ବରେ ଲଘୁକ୍ରିୟା ସଦୃଶ ବାହାର ଭଣ୍ଡାରରୁ ଫେରି ଆସିଥିଲେ ଯାଞ୍ଚ ଟିମ୍‌। କୁହାଯାଇଥିଲା ଭିତର ଭଣ୍ଡାର ଖୋଲିବା ଆବଶ୍ୟକ ପଡିଲାନି। ବାହାର ଭଣ୍ଡାରରୁ ଭିତର ଭଣ୍ଡାର ସ୍ଥିତି ପରଖାଯାଇଥିଲା। ବାହାର ଭଣ୍ଡାରର କାନ୍ଥ ଓଦା ରହିଥିବା ବେଳେ ପ୍ଲାଷ୍ଟର ଦୁର୍ବଳ ଜଣାପଡୁଥିଲା। ହେଲେ ଇତିମଧ୍ୟରେ ବର୍ଷେରୁ ଊର୍ଦ୍ଧ୍ୱ ବିତିଗଲାଣି, ଏ ପର୍ଯ୍ୟନ୍ତ ଭିତର ଭଣ୍ଡାର ଖୋଲାଗଲାନି କି ଆବଶ୍ୟକ ମରାମତି ହେଲାନି। ଓଡ଼ିଶାକୁ ମୌସୁମୀ ପ୍ରବେଶ କଲାଣି, ପୁଣି ବର୍ଷା ବଢିବ। ହେଲେ ଭଣ୍ଡାର ଘର ମରାମତି ହୋଇ ନ ଥିବାରୁ ପୁଣି ପାଣି ଗଳିବା ଆଶଙ୍କା ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ଦୁର୍ମୁଲ୍ୟ ରତ୍ନଅଳଙ୍କାର ପ୍ରତି ସରକାରଙ୍କ ଏଳଭି ଅଣଦେଖାକୁ ନେଇ ଉଠିଛି ପ୍ରଶ୍ନ।
୨୦୧୮ ମାର୍ଚ୍ଚ ୨୦ରେ ବସିଥିଲା ପରିଚାଳନା କମିଟି ବୈଠକ। ଏଏସ୍‌ଆଇ କର୍ତ୍ତୃପକ୍ଷ ଏବଂ ରତ୍ନଭଣ୍ଡାରରୁ ପାଣି ଗଳୁଥିବା ନେଇ କେତେଜଣ ସେବାୟତଙ୍କ ସୂଚନାକୁ ଆଧାର କରି କମିଟିରେ ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଦୀର୍ଘବର୍ଷ ହେବ ଏହା ଖୋଲାଯାଇ ନ ଥିବାରୁ ଘରର ସ୍ଥିତି ଯାଞ୍ଚ କରାଯିବ। ରତ୍ନଭଣ୍ଡାର ସବ୍‌ କମିଟି ଉପସ୍ଥିତିରେ ଉକ୍ତ ଗୃହ ଖୋଲାଯିବ ବୋଲି ବଠକରେ ଚୂଡ଼ାନ୍ତ ହୋଇଥିଲା। ହେଲେ ଏହାକୁ ନେଇ ଦେଖାଦେଇଥିଲା ବିବାଦ। ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିକୁ କିଛି ସଙ୍ଗଠନ ବିରୋଧ କରିଥିଲେ। ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। ଏହାର ଶୁଣାଣି କରି ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲା। ରାଜ୍ୟ ସରକାର ମଧ୍ୟ ରତ୍ନଭଣ୍ଡାର ଗୃହର ସ୍ଥିତି ଯାଞ୍ଚ କରିବା ପାଇଁ ଅନୁମତି ଦେଇଥିଲେ। ହେଲେ ଏଥିଲାଗି ଏକାଧିକ ସର୍ତ୍ତ ରଖିଥିଲେ। ଯଥାସମ୍ଭବ କମ୍‌ ଲୋକ ଭିତରକୁ ଯିବେ, ଭିତରକୁ ଯିବାକୁ ଥିବା ବ୍ୟକ୍ତିମାନେ କୌଣସି ଧାତବ ପଦାର୍ଥ ପିନ୍ଧିବେ ନାହିଁ। ସେମାନଙ୍କୁ ଯାଞ୍ଚ କରି ଭିତରକୁ ଛଡାଯିବ ଏବଂ ଫେରିବା ବେଳେ ମଧ୍ୟ ଯାଞ୍ଚ କରାଯିବା ଭଳି ସର୍ତ୍ତ ରଖିଥିଲେ। ଏହାପରେ ରତ୍ନଭଣ୍ଡାର ସବ୍‌ କମିଟି ବୈଠକ ବସିଥିଲା। କେବଳ ରତ୍ନଭଣ୍ଡାର କାନ୍ଥ ଓ ଛାତର ସ୍ଥିତିକୁ ଅନୁଧ୍ୟାନ କରାଯିବ। ଅଳଙ୍କାର ଓ ଆସବାବପତ୍ରକୁ କେହି ଛୁଇଁବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ପରେ ଛତିଶା ନିଯୋଗ ବୈଠକରେ ତାରିଖ ଏବଂ ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡ୍ୟୁଓର(ଏସ୍‌ଓପି) ପ୍ରସ୍ତୁତ ହୋଇଥିଲା। କିନ୍ତୁ ଖୋଲାଯାଇ ପାରି ନ ଥିଲା ଭିତର ରତ୍ନଭଣ୍ଡାର ।
ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଥିଲେ, ବାହାର ଭଣ୍ଡାର ଘରର କାନ୍ଥ ଓ ଛାତ ଯାଞ୍ଚ ସମୟରେ କାନ୍ଥ ଓଦା ଥିବା ଜଣାପଡିଥିଲା। ପରେ ଜଣାପଡିଥିଲା ଭିତରଭଣ୍ଡାର ଚାବି ହଜିଯାଇଥିବାରୁ ତାହା ଖୋଲାଯାଇ ପାରି ନ ଥିଲା। ଏହାକୁ ନେଇ ବେଶ୍‌ ତୁମ୍ବିତୋଫାନ ହୋଇଥିଲା। ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ। ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ ନିଯୁକ୍ତ କରାଯାଇଥିଲା। ଗତବର୍ଷ ନଭେମ୍ବର ୨୮ ତାରିଖରେ କମିଶନ ୩୨୪ ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିସାରିଛନ୍ତି। ତଥାପି ସରକାର ଭଣ୍ଡାର ଘର ଖୋଲିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଏହାଦ୍ୱାରା ଭଣ୍ଡାର ଘର ଏବଂ ଏହା ମଧ୍ୟରେ ଥିବା ଦୁର୍ମୁଲ୍ୟ ସମ୍ପଦ ଏବେ ଅସୁରକ୍ଷିତ ହୋଇଡିଛି। କଣ ପାଇଁ ରାଜ୍ୟ ସରକାର ଭଣ୍ଡାରଘର ଖୋଲିବାରେ ପଛଘୁଞ୍ଚା ଦେଉଛନ୍ତି, କାହିଁକି ମହାପ୍ରଭୁଙ୍କ ରତ୍ନଅଳଙ୍କାର ପ୍ରତି ଅଣଦେଖା କରାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଥାଉ କି, ଶ୍ରୀମନ୍ଦିରର ବାହାର ଭଣ୍ଡାର ବର୍ଷକୁ ଏକାଧିକଥର ଖୋଲାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri