Posted inଜାତୀୟ

ମରାମତି ବେଳେ ହୁତୁହୁତୁ ହୋଇ ଜଳିଲା ଏୟାର ଇଣ୍ଡିଆ ବୋଇଙ୍ଗ୍‌ ବିମାନ

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ମରାମତି ହେଉଥିବା ଏକ ଏୟାର ଇଣ୍ଡିଆ ବୋଇଙ୍ଗ୍‌ ବିମାନରେ ହଠାତ୍‌ ନିଆଁ ଲାଗିଯାଇଥିଲା। ବିମାନଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆ କିପରି ଲାଗିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଶର୍ଟ ସର୍କିଟ୍‌ ଯୋଗୁ ଏପରି ହୋଇଥିବା କୁହାଯାଉଛି। ଏୟାର ଇଣ୍ଡିଆର ବି-୭୭୭-୨୦୦-ଏଲ୍‌ଆର୍‌ ବୋଇଙ୍ଗ୍‌ ଦିଲ୍ଲୀରୁ ଆମେରିକାର ସାନ୍‌ ଫ୍ରାନ୍ସିସ୍‌କୋ ଯିବାର ଥିଲା। କେତେକ ସାଧାରଣ ତ୍ରୁଟି ଥିବାରୁ ଏହାର ପଛଭାଗର ମରାମତି କାର୍ଯ୍ୟ ହେଉଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାଜୀଙ୍କ ୨୮ ଫୁଟ ଉଚ୍ଚ ହଲୋଗ୍ରାମ ପ୍ରତିମା ଲୋକାର୍ପିତ…

ନୂଆଦିଲ୍ଲୀ, ୨୩।୧ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ ୨୮ ଫୁଟ...

ହିମାଚଳ ପ୍ରଦେଶରେ ବର୍ଷା: ୯ ମୃତ, ଆଗାମୀ ୫ ଦିନ ବର୍ଷା ନେଇ ପୂର୍ବାନୁମାନ

ଶିମଲା,୨୭।୬: ଜୁନ ୨୪ରେ ମୌସୁମୀ ହିମାଚଳ ପ୍ରଦେଶରେ ପହଞ୍ଚିଛିା। ପ୍ରବଳ ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ...

ଭାରତରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଖାଇବର ପାସ୍ତୁନଖ୍ବାରେ ୪୫ ଅଲ୍‌ ବଦର ସଦସ୍ୟଙ୍କୁ ତାଲିମ୍‌ ଦେଉଛି ପାକିସ୍ତାନ

ନୂଆଦିଲ୍ଲୀ,୨୯।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ଜାରି ରଖିଛି। ଏବେ ଅଲ୍‌ ବଦର ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ତାଲିମ୍‌...

ବାଜପେୟୀ, ଆଡଭାନୀଙ୍କୁ ପ୍ରଶଂସା, ନାଁ ନ ନେଇ ମୋଦିଙ୍କୁ ଟାର୍ଗେଟ କଲେ ନୀତୀଶ

ପାଟନା,୨୪।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଏହି ଅବସରରେ ନୀତୀଶ କୁମାର ଗୃହରେ ଭାଜପା ନେତା...

ଜାଁଳା ଭାଣେଜୀଙ୍କ ଲାଗି ଜହ୍ନରେ ୧ ଏକର ଜାଗା କିଣିଲେ ମାମୁଁ

ସୁରଟ,୧୯।୮: ଭାଣେଜୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ମାମୁଁ। ଏଭଳି ଏକ ନିଆରା ଘଟଣା ଘଟିଛି ସୁରଟର ସରଥାଣାରେ। ଏଠାରେ ରହୁଥିବା ବ୍ରିଜେଶଭାଇ ବେକାରିଆ ନିଜର...

ପୋଲିସର ଶ୍ରେଷ୍ଠ ପଦରେ ବସିଲେ ୫ ଶିଶୁ

ବେଙ୍ଗାଲୁରୁ,୯।୯: ପୋଲିସ ଓ ‘ମେକ୍‌ ଏ ଓ୍ବିସ୍‌’ ଫାଉଣ୍ଡେଶନର ମିଳିତ ସହଯୋଗରେ ୫ଣି ରୋଗଗ୍ରସ୍ତ ଶିଶୁଙ୍କୁ ପୋଲିସ ବିଭାଗର ଶ୍ରେଷ୍ଠ ପଦରେ ଗୋଟିଏ ଦିନ ପାଇଁ...

ବନ୍ୟା ପାଣି ଭିତରେ ଠିଆ ହୋଇ ପତାକା ଉତ୍ତୋଳନ କଲେ ପୋଲିସ କର୍ମୀ

ବହରାଇଚ୍‌,୧୫।୮: ସମଗ୍ର ଦେଶରେ ୭୪ତମ ସ୍ବାଧିତନା ଦିବସ ପାଳିତ ହୋଇଛି। କରୋନା ପ୍ରକୋପ ଯୋଗୁଁ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଉତ୍ସବ ପାଳନ...

ଲଗାଣ ବର୍ଷାରେ ବେହାଲ୍‌ ମଧ୍ୟପ୍ରଦେଶ: ଘରେ ପଶିଲା ପାଣି, ସ୍କୁଲ କଲେଜ ବନ୍ଦ

ଭୋପାଳ,୯।୯: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମଧ୍ୟପ୍ରଦେଶ। ସହରର ନାଳଗୁଡିକରେ ପାଣି ଉଛୁଳିପଡ଼ିଥିବା ବେଳେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।...

Advertisement
Archives

Model This Week