Posted inଜାତୀୟ

ମରାମତି ବେଳେ ହୁତୁହୁତୁ ହୋଇ ଜଳିଲା ଏୟାର ଇଣ୍ଡିଆ ବୋଇଙ୍ଗ୍‌ ବିମାନ

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ମରାମତି ହେଉଥିବା ଏକ ଏୟାର ଇଣ୍ଡିଆ ବୋଇଙ୍ଗ୍‌ ବିମାନରେ ହଠାତ୍‌ ନିଆଁ ଲାଗିଯାଇଥିଲା। ବିମାନଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆ କିପରି ଲାଗିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଶର୍ଟ ସର୍କିଟ୍‌ ଯୋଗୁ ଏପରି ହୋଇଥିବା କୁହାଯାଉଛି। ଏୟାର ଇଣ୍ଡିଆର ବି-୭୭୭-୨୦୦-ଏଲ୍‌ଆର୍‌ ବୋଇଙ୍ଗ୍‌ ଦିଲ୍ଲୀରୁ ଆମେରିକାର ସାନ୍‌ ଫ୍ରାନ୍ସିସ୍‌କୋ ଯିବାର ଥିଲା। କେତେକ ସାଧାରଣ ତ୍ରୁଟି ଥିବାରୁ ଏହାର ପଛଭାଗର ମରାମତି କାର୍ଯ୍ୟ ହେଉଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ରାଘବ ଚଢାଙ୍କୁ ପୁଣି ଆଉ ଏକ ଝଟ୍‌କା, ପଞ୍ଜାବ ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୪: ଆମ ଆଦମୀ ପାର୍ଟି ନେତା ଏବଂ ରାଜ୍ୟ ସଭାର ଉପନେତା ଅଶୋକ ମିତ୍ତଲଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଚଢାଉ ମଧ୍ୟରେ, ପଞ୍ଜାବ…

ପବନ ଖେରାଙ୍କୁ ବଡ଼ ଝଟ୍‌କା: ଆଗୁଆ ଜାମିନ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: କଂଗ୍ରେସ ନେତା ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତେଲଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। କୋର୍ଟ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବଡ଼ ରେକର୍ଡ କଲେ ସମ୍ରାଟ ଚୌଧୁରୀ: ପ୍ରଥମଥର ବିହାରରେ…

ପାଟନା,୧୫।୪: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ତାରାପୁର ବିଧାୟକ ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ଶପଥ…

ଶିଶୁପୁତ୍ର ଜନ୍ମଦେଲେ ୧୪ ବର୍ଷୀୟ ବାଳିକା: ବାପା-ମା’ଙ୍କୁ ନେଇ ପୀଡ଼ିତା ଯାହା କହିଲେ, ଗୋଡ଼ ତଳୁ ଖସିଯିବ ମାଟି

ଡେରାଡୁନ,୧୫।୪: ଉତ୍ତରାଖଣ୍ଡର ପିଥୋରାଗଡ଼ର ଜିଲା ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୧୪ ବର୍ଷୀୟା ଝିଅ ଶିଶୁକୁ ଜନ୍ମ ଦେଇଛନ୍ତି। ଏହାପରେ ନବଜାତ ଶିଶୁର…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri