ମନ ମୋହିଲା ନାଟକ ରଙ୍ଗ ବଦଳେ

ପୁରୀ ଅଫିସ,୨୭ା୨: ପରିବର୍ତ୍ତିତ ସମାଜରେ ସମୟାନୁସାରେ ସବୁ କିଛି ବଦଳିଥାଏ। କିଏ ନିଜର ସ୍ବାର୍ଥ ଲାଗି ତ ଆଉ କିଏ ପରିବାର ଏବଂ କିଏ ସାମୂହିକ ଦୃଷ୍ଟିରୁ ପରିବର୍ତ୍ତିତ ହୋଇଥାନ୍ତି। ବିଭିନ୍ନ ସମୟରେ ମନୁଷ୍ୟ ନିଜର ରଙ୍ଗ ବଦଳାଇଥାଏ। ବୁଧବାର ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନ୍ନପୂର୍ଣ୍ଣ ଥିଏଟର ଏ ଗ୍ରୁପର କଳାକାରମାନଙ୍କ ଦ୍ୱାରା ପରିବେଷିତ ନାଟକ ଥିଲା ରଙ୍ଗ ବଦଳେ। ଦୀର୍ଘଦିନର ନୀରବତା ପରେ ଏ ଗ୍ରୁପର ବର୍ଷୀୟାନ କଳାକାରଙ୍କୁ ନେଇ ପରିବେଷିତ ଏହି ନାଟକରେ ସମାଜର ବାସ୍ତବତା ପ୍ରତିଫଳନ ହୋଇଥିଲା। ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଶା ଥାଏ, ଦିନେ ନା ଦିନେ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ। ଦାରିଦ୍ର୍ୟ ତଳେ ନିଷ୍ପେଶିତ, ଅବହେଳିତ, ଲାଞ୍ଚତ୍ତ ପରିବାର ମଧ୍ୟ ଉପରକୁ ଉଠିବାକୁ ଚେଷ୍ଟା କରନ୍ତି। ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ମଣିଷ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଥାଏ। ସମାଜରେ କିଏ ଗରିବ, ତ କିଏ ଧନୀ ବ୍ୟକ୍ତି ରହିଛନ୍ତି। ତ ପୁଣି କିଏ ରାସ୍ତାକଡ଼ରେ ନିଜର ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ତେବେ ସମସ୍ତେ ସମୟାନୁସାରେ କିପରି ନିଜ ରଙ୍ଗ ପରିବର୍ତ୍ତନ କରିଥାନ୍ତି କଳାକାରମାନେ ଅତି ନିଖୁଣ ଭାବେ ପରିବେଷଣ କରିଥିଲେ। ବିଭିନ୍ନ ଭୂମିକାରେ ଲକ୍ଷ୍ମୀଧର ମଲ୍ଲିକ, ଲକ୍ଷ୍ମୀପ୍ରିୟା ମିଶ୍ର, ମନୋରମା ମହାନ୍ତି, ରାନି ମଲ୍ଲିକ, କାଳୁଚରଣ ଦାଶ, ନିରଞ୍ଜନ ସାମନ୍ତରାଏ, ବିକାଶ ଦତ୍ତ, ସ୍ନେହଲତା ସାମଲ, ରାମକୃଷ୍ଣ ମହାପାତ୍ର, ବିରଞ୍ଚତ୍ ଜଗଦ୍ଦେବ, ଅହଲ୍ୟା ପଟ୍ଟନାୟକ, ରୁପଲତା ମହାନ୍ତି, କାମେଶ୍ୱର ମିଶ୍ର, ସ୍ବପ୍ନା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଏହି ନାଟକରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦ୍‌ଘାଟକ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ମୁଖ୍ୟଅତିଥି, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ସାଧାରଣ ସମ୍ପାଦକ ପ୍ରସନ୍ନ ମିଶ୍ର, ଗୋବିନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ନାଟକ ତଥା ଚଳଚ୍ଚିତ୍ର ଅଭିନେତା ସମୀର ଶତପଥୀ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ପିକ୍‌ଅପ: ୪ ଗୁରୁତର ୧୧ ଆହତ

ଚିତ୍ରକୋଣ୍ଡା,୨୪।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଘାଟିରେ ଶୁକ୍ରବାର ଏକ ପିକ୍‌ଅପ୍‌ ଓଲଟି ପଡ଼ିଛି। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ...

ଏମ୍‌କେସିଜି କରୋନା ୱାର୍ଡରୁ ସନ୍ଦିଗ୍ଧ ଫେରାର

ବ୍ରହ୍ମପୁର ଅଫିସ,୧୬ା୩: ବ୍ରହ୍ମପୁର ବଡ ମେଡିକାଲରେ ଗତ ୧୪ ତାରିଖରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲେ। ଶନିବାର ବିଳମ୍ବିତ ରାତିରେ ସେ ଫେରାର ହୋଇଯାଇଛନ୍ତି ।...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୩୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୬,୬୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ବାଲିମେଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଅବ୍ୟବସ୍ଥା: ଶଯ୍ୟା ନ ଥିବାରୁ ତଳେ ଶୋଉଛନ୍ତି ୧୦୦ରୁ ଊର୍ଦ୍ଧ୍ୱ ଛାତ୍ର, ନିର୍ମାଣର ୨ ବର୍ଷରେ ଛାତରୁ ଗଳୁଛି ପାଣି

କୋରୁକୋଣ୍ଡା,୨୫।୮(ଡି.ଏନ୍‌.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ଛାତ୍ରାବାସରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଉକ୍ତ...

ଅସ୍ତ୍ରୋପଚାର ପରେ ନର୍ସିଂ ଛାତ୍ରୀଙ୍କ ଛାତିରୁ ବାହାରିଲା ଛୁଞ୍ଚତ୍

ଫିରିଙ୍ଗିଆ,୩୦ା୬-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପରେ ଜଣେ ନର୍ସିଂ ଛାତ୍ରୀଙ୍କ ଛାତିରେ ଛୁଞ୍ଚତ୍ ରହିଯାଇଥିଲା। ଶନିବାର ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇ...

ମହାନଦୀ ଜଳସ୍ତର : ୨ଦିନ ଧରି ରାସ୍ତା ଉପରେ ବନ୍ୟାଜଳ

ଗଣିଆ,୯ା୯ (ଡି.ଏନ.ଏ.): ଗତ ୪ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ତେବେ ଗତ ଶନିବାର ଅପରାହ୍ନରେ ମହାନଦୀରେ ବନ୍ୟାପାଣି...

ବନ୍ୟା ସ୍ଥିତିରେ ଆସୁଛି ସୁଧାର: ହୋଇନି ନୂଆଘାଇ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ମହାନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ତେବେ ଆଉ ଏକ ଲଘୁଚାପ ଅବପାତର ରୂପ ନେବା ପରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା...

ବିକାଶଠୁ ବହୁ ଦୂରରେ ଉରୁମୁଣ୍ଡା ଗାଁ

ରାଇସୁଆଁ, ୧୮।୨(ଡି.ଏନ.ଏ.)-ସରକାର ଗାଁର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ ବୋଲି ଗାଁ ର ବିକାଶ ପାଇଁ ଗମନାଗମନ ବ୍ୟବସ୍ଥା ସହ ଗ୍ରାମାଞ୍ଚଳ ଲୋକଙ୍କ...

Advertisement
Archives

Model This Week