Posted inଖେଳ

ମନ ଜିଣିଲେ କୋହଲି

ଇନ୍ଦୋର,୧୫।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ନିଜ ବ୍ୟାଟିଂ ପାଇଁ ନୁହେଁ ବରଂ ଭିନ୍ନ କାରଣ ଲାଗି ପ୍ରଶଂସକଙ୍କ ମନ ଜିଣିଛନ୍ତି। ହୋଲ୍‌କାର ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଉପସ୍ଥିତ ଦର୍ଶକଙ୍କୁ ସାଥୀ ଖେଳାଳି ମହମ୍ମଦ ସାମିଙ୍କୁ ଉତ୍ସାହିତ କରିବାକୁ ନିବେଦନ କରିଥିଲେ କୋହଲି। ଏହାର ପରବର୍ତ୍ତୀ ବଲରେ ସାମି ପ୍ରତିପକ୍ଷ ଦଳର ମେହିଦି ହାସନଙ୍କୁ ପ୍ରଥମ ବଲରେ ଆଉଟ୍‌ କରିଥିଲେ। ଏହି ଘଟଣା ବାଂଲାଦେଶ ଇନିଂସର ୫୪ତମ ଓଭରରେ ଘଟିଥିଲା। ୨୦୧୯ ବିଶ୍ୱକପ୍‌ରେ ହ୍ୟାଟ୍ରିକ ନେଇଥିବା ସାମି ପ୍ରଥମ ବଲରେ ମୁସଫିକର ରହିମ (୪୩)ଙ୍କୁ କ୍ଲିନ ବୋଲ୍ଡ କରିଥିଲେ। ଏହାସତ୍ତ୍ୱେ ସାମିଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଉପସ୍ଥିତ ଦର୍ଶକ ଡାକ ଛାଡ଼ୁଥିଲେ କୋହଲି …କୋହଲି। ଏଥିଯୋଗୁ କୋହଲି ବାଧ୍ୟ ହୋଇ ସାମିଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକଙ୍କୁ ନିବେଦନ କରିଥିଲେ। ଏହାର ପରବର୍ତ୍ତୀ ବଲରେ ହସନ(୦)ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରି ପ୍ୟାଭେଲିଅନ ରାସ୍ତା ଦେଖାଥିଲେ। ମାତ୍ର ହ୍ୟାଟ୍ରିକ ବଲରେ ସଫଳତା ପାଇ ନ ଥିଲେ ସାମି। ଉକ୍ତ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। କ୍ରିକେଟ ପ୍ରଶଂସକମାନେ କୋହଲିଙ୍କୁ ପ୍ରଶଂସା କରିଛନ୍ତି। ଉଲ୍ଲେଖଥାଉ କି, ବାଂଲାଦେଶ ମାତ୍ର ୧୫୦ ରନ୍‌ରେ ସୀମିତ ରହିଥିଲା। ସାମି ସର୍ବାଧିକ ୩ ଉଇକେଟ ନେଇଥିବାବେଳେ ଉମେଶ ଯାଦବ, ଈଶାନ୍ତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ୨ ଲେଖାଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛୋଟ କ୍ୱାରେଣ୍ଟିନ ପାଇଁ ଆଲୋଚନା କରୁଛି ବିସିସିଆଇ

ନୂଆଦିଲ୍ଲୀ,୧୯।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରୁଷ ଓ ମହିଳା ଦଳର ଖେଳାଳିଙ୍କୁ ମୁମ୍ବାଇରେ ଏକତ୍ରିତ କରିବା ପାଇଁ ୩ଟି ସହରରେ ଚାଟାର୍ଡ ଫ୍ଲାଇଟ୍‌...

ଲୋକି ଫର୍ଗୁସନଙ୍କ ଚିନ୍ତା ବଢ଼ିଲା

ମେଲବୋର୍ନ,୧୪।୩- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକଆ ମ୍ୟାଚ୍‌ରେ ଖେଳିଥିବା ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଥମ ମ୍ୟାଚ୍‌ ପରେ ତଣ୍ଟି ଦରଜ...

ଭାରତ ବିଦାୟ ପଛରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର,୨୫ା୧(ସ୍ପୋଟର୍‌ସ ବ୍ୟୁରୋ): ଲଗାତର ଦ୍ୱିତୀୟଥର ପାଇଁ ଘରୋଇ ମାଟିରେ ବିଶ୍ୱକପ୍‌ ଖେଳୁଥିବା ଭାରତୀୟ ହକି ଦଳର କ୍ୱାର୍ଟର ଫାଇନାଲ ସମ୍ଭାବନାକୁ ଶେଷ କରି ଦେଇଥିଲା ନ୍ୟୁଜିଲାଣ୍ଡ।...

ମେନି ପାକ୍ୱିୟୋଙ୍କୁ ଡବ୍ଲ୍ୟୁବିଏ ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ

ଲସ ଭେଗାସ,୨୧।୭(ଏଏଫପି)-ଫିଲିପାଇନ୍ସ ବକ୍ସିଂ କିମ୍ବଦନ୍ତୀ ମେନି ପାକ୍ୱିୟୋ ଡବ୍ଲ୍ୟୁବିଏ (ବିଶ୍ୱ ବକ୍ସିଂ ଆସୋସିଏଶନ) ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ ହାସଲ କରିଛନ୍ତି। ଶନିବାର ଏଠାରେ ଖେଳାଯାଇଥିବା ମୁକାବିଲାରେ...

ମହିଳା ଦିନିକିଆ: ଇଂଲଣ୍ଡର ବୃହତ୍‌ ବିଜୟ

ବ୍ରିଷ୍ଟଲ,୨୮।୬: ଭାରତ ବିପକ୍ଷ ପ୍ରଥମ ମହିଳା ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ୯୧ ବଲ ବାକିଥାଇ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ...

ଓଡ଼ିଶା ଏଫ୍‌ସି ସହ ଅମରିନ୍ଦରଙ୍କ ନୂଆ ଚୁକ୍ତି

ଭୁବନେଶ୍ୱର, ୧୩ା୫(ସ୍ପୋଟର୍‌ସ ବ୍ୟୁରୋ): ଅମରିନ୍ଦର ସିଂ ଏକ ନୂଆ ଚୁକ୍ତିରେ ସ୍ବାକ୍ଷର କରିଥିବା ଓଡ଼ିଶା ଏଫ୍‌ସି ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଫଳତଃ ସେ ଏହି...

ପ୍ରସିଦ୍ଧି ଅର୍ଜନକୁ ନେଇ ଏମିତି କହିଲେ କୋହଲି

ନୂଆଦିଲ୍ଲୀ,୮।୧: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ ପରେ ବିରାଟ କୋହଲି ବିଶ୍ରାମ ନେଉଛନ୍ତି। ସେ...

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ ବାତିଲ

ଜୋହାନ୍ସବର୍ଗ, ୭।୧୨- ଭ୍ରମଣକାରୀ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ୍‌କୁ ବାତିଲ କରି ଦିଆଯାଇଛି। ଦୁଇ ଦଳର କିଛି ଖେଳାଳିଙ୍କ...

Advertisement
Archives

Model This Week