Posted inଜାତୀୟ

ମନ୍‌ କି ବାତ୍‌: ୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛ ବିଷୟରେ ସୂଚନା ଦେଲେ ମୋଦି

ନୂଆଦିଲ୍ଲୀ, ୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୨ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମେଘାଳୟର ଗୁମ୍ଫାରେ ମିଳୁଥିବା ଏକ ଦୁର୍ଲଭ ପ୍ରଜାତିର ମାଛ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ଭାରତ ଜୈବ ବିବିଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କିଛି ଦିନ ତଳେ ଏହି ପ୍ରଜାତିର ମାଛ ଭୂପୃଷ୍ଠର ୩୦୦ଫୁଟ ତଳେ ବାସ କରୁଥିବାର ସନ୍ଧାନ ମିଳିଥିଲା। ମେଘାଳୟର ପାହାଡ଼ିଆ ଅଞ୍ଚଳରୁ ସନ୍ଧାନ ମିଳିଥିବା ଏହି ପ୍ରଜାତିର ମାଛର ଓଜନ ପ୍ରାୟ ଏକ କିଲୋଗ୍ରାମ୍‌ ରହିଛି। ଏଠାରେ ୨୫୦ରୁ ଅଧିକ ପ୍ରଜାତିର ମାଛ ମାଟି ତଳେ ବାସ କରିଥାନ୍ତି। ମିଳିଥିବା ଏହି ନୂଆ ମାଛ ସେସବୁ ପ୍ରଜାତିଠାରୁ ଆକାରରେ ୧୦ଗୁଣା ଅଧିକ ବଡ଼ ବୋଲି ଗବେଷକ କହିଥିଲେ। ନ୍ୟାଶନାଲ ଜିଓଗ୍ରାଫିକ୍‌ ସଂସ୍ଥା ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଥିଲା। ମେଘାଳୟର ପୂର୍ବଅଞ୍ଚଳରେ ଥିବା ଓମ୍‌ ଲଡୋ ଗୁମ୍ପାରୁ ଏହି ମାଛ ମିଳିଥିଲା। ଏଠାରେ ୨୦ ବର୍ଷ ଧରି ଫଟୋଗ୍ରାଫି କରୁଥିବା ଫଟୋଗ୍ରାଫର ରୋବି ଶୀନ୍‌ ମାଛର ଫଟୋକୁ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥିଲେ। ସମୁଦ୍ର ପତ୍ତନଠାରୁ ଏତେ ତଳେ ଏଭଳି ମାଛ ବାସ କରୁଥିବା ସେ ପୂର୍ବରୁ କେବେ ଦେଖି ନ ଥିବା କହିଥିଲେ। ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଏହି ମାଛ ସମ୍ପର୍କରେ ପ୍ରକାଶ କରିବା ପରେ ରୋବି ଶୀନ୍‌ଙ୍କ ଫଟୋକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରର ପ୍ରଥମ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱର

ନୂଆଦିଲ୍ଲୀ,୬।୫: କେନ୍ଦ୍ର ସରକାରଙ୍କ ପ୍ରଥମ ‘ସ୍ମାର୍ଟସିଟି’ ତାଲିକାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ...

ଆସନ୍ତାକାଲିଠାରୁ ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ରବିବାରଠାରୁ ତିନିଦିନିଆ ବିଦେଶ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଜି-୭ ଶିଖର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୬...

ବାହାଘରରେ ଟଙ୍କା ଉଡ଼ାଇଲେ ଭାଜପା ନେତା

ମେହସନା, ୨୦।୨: ବିବାହକୁ ନେଇ ଅନେକ ସ୍ଥାନରେ ଭିନ୍ନଭିନ୍ନ ରୀତି, ନିୟମ ରହିଛି, ଯାହାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଲୋକେ ବହୁ ଆୟୋଜନ କରିଥାନ୍ତି।...

ଅଗଷ୍ଟରେ ମୋଦିଙ୍କ ୨ ଦିନିଆ ଭୁଟାନ ଗସ୍ତ

ନୂଆଦିଲ୍ଲୀ,୨୨।୭: ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଯିବେ। ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ଲକ୍ଷ୍ୟ...

୩ ବର୍ଷରେ ୯ କଶ୍ମୀରୀ ପଣ୍ଡିତଙ୍କୁ କରାଯାଇଛି ହତ୍ୟା…

ନୂଆଦିଲ୍ଲୀ,୧୪।୧୨ : କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟ ସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୦ ରୁ...

ପ୍ରବଳ ବର୍ଷା ପାଇଁ କୋଲକତାରେ ବିମାନ ସେବା ବାଧାପ୍ରାପ୍ତ

କୋଲକତା,୧୬।୮: ପ୍ରବଳ ବର୍ଷା ଓ ବିଜୁଳି ଘଡଘଡି ଲାଗି ରହିଥିବାରୁ ଶୁକ୍ରବାର କୋଳକତାରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। କୋଲକତା ବିମାନ ବନ୍ଦରରେ ପହଞ୍ଚିବାକୁ ଥିବା...

ବଜ୍ରପାତ ନେଲା ୬୮ ଜୀବନ…

ଲକ୍ଷ୍ନୌ/ଭୋପାଳ/ଜୟପୁର,୧୨।୭: ବଜ୍ରପାତ ଯୋଗୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଆତଙ୍କ ଦେଖାଦେଇଛି। ଗୋଟିଏ ଦିନରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତରପ୍ରଦେଶରେ ୪୧, ରାଜସ୍ଥାନରେ...

ଲୋକପ୍ରିୟ ଟେଲି ଅଭିନେତାଙ୍କ ପରଲୋକ

ମୁମ୍ବାଇ,୧୧।୧୧: ଟେଲି ଇଣ୍ଡଷ୍ଟ୍ରିରୁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବିର ସୁର୍ଯ୍ୟବଂଶୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ...

Advertisement
Archives

Model This Week