ମନ୍ଦିରରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ପାକିସ୍ତାନ ଖେଳାଳି

ଇସ୍‌ଲାମାବାଦ୍‌,୧୩।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସହ ମୁକାବିଲା ପାଇଁ ସବୁ ଦେଶରେ ସରକାର ଏକତ୍ରିତ ହୋଇଥିବା ବେଳେ ସରକାରଙ୍କ ସହ ସବୁ ବର୍ଗର ଲୋକେ ସହାୟତାର ହାତ ବଢ଼ାଇଛନ୍ତି। କିଏ ସହାୟତା ରାଶି ଦାନ କରୁଛି ତ କିଏ ଅସହାୟଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେଉଛି। ଇତିମଧ୍ୟରେ ପାକିସ୍ତାନର କ୍ରିକେଟ ଖେଳାଳି ସାହିଦ ଆଫ୍ରିଦି ମଧ୍ୟ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିବା ଦେଖିବାକୁ ମିଳିଛି। କରୋନା ବିରୋଧ ଲଢ଼େଇରେ ସାହିଦ ନିଜ ଫାଉଣ୍ଡେସନ୍‌ ପକ୍ଷରୁ ଆବଶ୍ୟକୀୟ ଲୋକଙ୍କ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି। କେବଳ ସେତିକି ନୁହେଁ ପାକିସ୍ତାନରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇ ସାହିଦ ହିନ୍ଦୁ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବା ସହ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି। ଏନେଇ ସାହିଦ ଟୁଇଟ କରି କିଛି ଫଟୋ ଶେୟାର କରିଛନ୍ତି। ଏହି ଅବସରରେ ପାକିସ୍ତାନର ସ୍କ୍ବାସ୍‌ ଖେଳାଳି ଜହାଙ୍ଗୀର ଖାଁ ମଧ୍ୟ ଉପସ୍ଥିତ ଥିଲେ। ତେବେ ତାଙ୍କର ଏହି କାର୍ଯ୍ୟକୁ ଏବେ ସବୁ ମହଲରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆରେ ଡ୍ୟାମ୍‌ ଭୁଶୁଡ଼ି ୧୫ ମୃତ

ମସ୍କୋ,୨୦ା୧୦(ଏଏଫ୍‌ପି): ରୁଷିଆର ସାଇବେରିଆ ସୁନାଖଣି ଅଞ୍ଚଳରେ ଶନିବାର ଏକ ଡ୍ୟାମ୍‌ ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୩ ଜଣ ନିଖୋଜ ଅଛନ୍ତି। ସାଇବେରିଆର...

ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ବଣ୍ଟାଗଲା ରାଶନ

ରାଇକିଆ,୩୧।୩(ଡି.ଏନ୍‌. ଏ.): କରୋନା ଯୋଗୁ ଦେଶରେ ଲକ୍‌ଡାଉନ ଘୋଷଣା ପରେ କନ୍ଧମାଳ ଜିଲା ରାଇକିଆ ବ୍ଲକରେ ସୁରକ୍ଷା ଦୃଷ୍ଟିରୁ ପ୍ରତି ପଞ୍ଚାୟତରେ ୱାର୍ଡ ସ୍ତରରେ ରାଶନ...

ଭାରତକୁ ଡବ୍ଲ୍ୟୁଏଚ୍‌ଓର ପ୍ରଶଂସା

ନୂଆଦିଲ୍ଲୀ, ୧୨ା୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଭାରତକୁ ପ୍ରଶଂସା କରାଯାଇଛି। ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମିନାଥନ୍‌ ସୋମବାର କହିଛନ୍ତି, ବର୍ତ୍ତମାନ କରୋନା ଭାଇରସ୍‌...

ଆମେରିକାରେ ଘୋଷଯାତ୍ରା

ମିନିଆପଲିସ, ୧୫ା୭: ଉତ୍ତର ଆମେରିକାର ମିନେସୋଟା ରାଜ୍ୟ ମିନିଆପଲିସରେ ଜଗନ୍ନାଥଙ୍କ ଘୋଷଯାତ୍ରା ପାଳିତ ହୋଇଯାଇଛି। ହିନ୍ଦୁ ସୋସାଇଟି ଅଫ୍‌ ମିନେସୋଟା ରଥଯାତ୍ରା ଆୟୋଜନ କରିଥିଲା। ମନ୍ଦିର...

ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ

ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍‌ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ...

ଜାତୀୟ ହକି ପାଇଁ ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୧୬।୩- କରୋନା ଭାଇରସ ସଂକ୍ରମଣ ଜନିତ ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଏପ୍ରିଲ ୧୦ରୁ ବିଭିନ୍ନ ଭେନ୍ୟୁରେ ଆରମ୍ଭ ହେବାକୁଥିବା...

ଭାରତ-ବାଂଲାଦେଶ ତୃତୀୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ନାଗପୁର,୧୦।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦଳ ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବୋଲିଂ...

ଗଞ୍ଜାମରେ ୨୦୫ ଜଣ ଦାନ କରିବେ ପ୍ଲାଜମା

ଛତ୍ରପୁର,୨୬ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ପ୍ଲାଜ୍‌ମା ଦାନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ରବିବାର ସୁଦ୍ଧା ଜିଲାର ୨୦୫ ଜଣ ପ୍ଲାଜ୍‌ମା ଦାନ କରିବା ପାଇଁ ଆଗ୍ରହ ପ୍ରକାଶ...

Advertisement
Archives

Model This Week