ମନ୍ତ୍ରୀ ତାଲିକା ଚୂଡ଼ାନ୍ତ: ସମ୍ଭାବ୍ୟ ତାଲିକାରେ ଅଧାରୁ ଅଧିକ ନୂଆ ମୁହଁ, ଆଶାଆଶଙ୍କାରେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଦିନକ ପରେ ବିଜେଡି ୫ମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରିବାକୁ ଯାଉଛି। ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକଙ୍କ ମଧ୍ୟରେ ଜୋର୍‌ଦାର ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଜୟ ଲାଭ ପରେ ଏହି ନେତାମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହି ବାହାନାରେ ପରୋକ୍ଷରେ ମନ୍ତ୍ରୀପଦ ପାଇଁ ଦାବିଦାର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଇଶାରା କରିଛନ୍ତି। ତେବେ ନୂଆ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସାମିଲ କରାଯିବ ତାହା ପ୍ରାୟତଃ ଚୂଡ଼ାନ୍ତ ହୋଇଛି। ଆଜି ମଧ୍ୟରାତ୍ର କିମ୍ବା ବୁଧବାର ବଡ଼ିଭୋରରୁ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକମାନଙ୍କୁ ଫୋନ ମାଧ୍ୟମରେ ଜଣାଇ ଦିଆଯିବ। ମନ୍ତ୍ରୀ ତାଲିକାକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଛି। ଗତ ମନ୍ତ୍ରିମଣ୍ଡଳରେ ଯେଉଁମାନେ ମନ୍ତ୍ରୀ ଥିଲେ ସେମାନେ ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ବିଧାୟକମାନଙ୍କର କାର୍ଯ୍ୟ ଦକ୍ଷତା, ଚରିତ୍ର ପଞ୍ଜିକା, ବିଜୟ ବ୍ୟବଧାନ ଇତ୍ୟାଦିକୁ ମାନଦଣ୍ଡ ଆକାରରେ ଧରାଯାଇଥିବା କୁହାଯାଉଛି। ତେବେ ନୂଆ ମନ୍ତ୍ରିମଣ୍ଡଳରେ ଅଧାରୁ ଅଧିକ ନୂଆ ମୁହଁକୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ମହିିଳାମାନଙ୍କୁ ମଧ୍ୟ ଏ କ୍ଷେତ୍ରରେ ଅଗ୍ରାଧିକାର ମିଳିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୪।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ। ଏ ନେଇ ଶୁକ୍ରବାର...

ଇଣ୍ଟେରିୟର ହୋମ୍‌ରେ ଲାଗିଛି ୫୦ ଲକ୍ଷ ଠକେଇ ଟଙ୍କା

ଭୁବନେଶ୍ୱର,୧୮।୧(ବ୍ୟୁରେ): କିଡ୍‌ନୀ ଦେବାକୁ କହି ଲୋକଙ୍କଠାରୁ ବହୁ କୋଟି ଟଙ୍କା ଠକେଇ ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦ ରିମାଣ୍ଡର ଦ୍ୱିତୀୟ ଦିନରେ ପୋଲିସକୁ...

ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ ଦେବେ ବାୟୋମେଟ୍ରିକ ଆଟେଣ୍ଡାନ୍ସ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ରେଜିଷ୍ଟର ସିଷ୍ଟମ୍‌। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ...

କେନ୍ଦ୍ରୀୟ କମିଟିର କାନପୁର ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ

ଯୋଡ଼ା,୩୧ା୫(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକର କାନପୁରଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା ଦ୍ବାରା ବିସ୍ଥାପିତଙ୍କ ସମସ୍ୟା ଉପରେ...

ମୁଣ୍ଡୁଳି ଜଳସ୍ରୋତରେ ଫସିଲା ହାତୀ

କଟକ ଅଫିସ,୨୪ା୯: ମୁଣ୍ଡୁଳି ଜଳରେ ଏକ ଦନ୍ତାହାତୀ ଫସିଛି। ଜଳ ସ୍ରୋତ ଅଧିକ ଥିବାରୁ ହାତୀଟି କୂଳକୁ ଯାଇ ପାରୁ ନ ଥିବା ଜଣାପଡ଼ିଛି। ଏଥିସହ...

ଆଦିବାସୀ ଅଞ୍ଚଳରୁ ଇଣ୍ଟରନ୍ୟାଶନାଲ ଫ୍ୟାଶନ ଶୋ: ‘ହୋ’ ସମ୍ପ୍ରଦାୟର ବିଉଟି କୁଇନ୍‌ ରେହା ରେଶମ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବିଭିନ୍ନ ବିଉଟି ପାଜେଣ୍ଟରେ ଓଡ଼ିଶାର ପ୍ରତିଯୋଗୀମାନେ ବାଜି ମାରିଛନ୍ତି। ମିସ୍‌ରୁ ମିସେସ୍‌ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ଓଡ଼ିଆ ପ୍ରତିଭାଙ୍କ ଲମ୍ବା ତାଲିକା...

ଦୁଇଦିନ ପରେ ସମସ୍ତ କଥା କହିବେ ବାବୁସାନ୍‌

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଅନେକ ତର୍କ, ବିତର୍କ, ଆଶା, ଆଶଙ୍କା ମଧ୍ୟରେ ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବୁଧବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବାବୁସାନ୍‌...

ପୁଅ ବାହାଘର ଦେଖିପାରିଲେନି ବାପା, ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଇଥିବା ବେଳେ ଟ୍ୟାଙ୍କର୍‌ ଚକା ତଳେ ପଡ଼ି ଜୀବନ ଗଲା

ବାଲେଶ୍ୱର ଅଫିସ, ୯।୨- ପୁଅ ବାହାଘରକୁ ଦିନ କେଇଟା ଥିବା ବେଳେ ଦେଖିପାରିଲେନି ବାପା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଏକ ଘଟଣା...

Advertisement
Archives

Model This Week