ମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ, ଶାସକ: ବଳକା ଯଦି ବିଦ୍ୟୁତ୍‌ କାଟ୍‌ କାହିଁକି

ଭୁବନେଶ୍ୱର, ୨୯ା୬ (ବ୍ୟୁରୋ): ରାଜ୍ୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ସାମାନ୍ୟ ପବନ ହେଲେ ମଧ୍ୟ ଗାଁ ଗଣ୍ଡାରେ ୨/୩ ଘଣ୍ଟା ଯାଏ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବାତ୍ୟା ଫନୀରେ ଖୋର୍ଦ୍ଧା, ପୁରୀ ଜିଲାରେ ବିଦ୍ୟୁତ୍‌ ଭିତ୍ତିଭୂମି ଉଜୁଡି ଯାଇଛି। ୧ମାସ ୨୫ ଦିନ ପରେ ମଧ୍ୟ ପୁରୀ ଜିଲାରେ ବିଦ୍ୟୁତ୍‌ ନାହିଁ। ତରବରିଆ ଭାବେ ଖୁଣ୍ଟ ପୋତି କିଛି ଅଞ୍ଚଳକୁ ବିଦ୍ୟୁତ୍‌ ଦିଆଯାଇଥିଲା। କାଳବୈଶାଖୀରେ ସେ ସବୁ ପୁଣି ଶୋଇପଡ଼ିଲାଣି। ତୁରନ୍ତ ସେଗୁଡ଼ିକ କଂକ୍ରିଟ ଢଳାଇ ନ କଲେ ବିଦ୍ୟୁତ୍‌ ବିଭାଗ ପ୍ରତି ମହାବିପଦ ମାଡ଼ି ଆସିବ। ଜୁଲାଇ ୪ ତାରିଖ ରଥଯାତ୍ରା ପୂର୍ବରୁ ପୁରୀ ଜିଲାକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉ। ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନକୁ ନେଇ ଶକ୍ତିମନ୍ତ୍ରୀଙ୍କ ସ୍ଥାନରେ ଉତ୍ତର ଦେଉଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବିରୋଧୀ ଦଳ ସଦସ୍ୟମାନେ କାଠଗଡ଼ାରେ ଛିଡ଼ା କରିଥିଲେ। ରାଜ୍ୟରେ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ଯଦି ଅଧିକ ଉତ୍ପାଦନ ହେଉଛି, ତେବେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେଉଛି କାହିଁକି। ମନ୍ତ୍ରୀଙ୍କଠାରୁ ସଦସ୍ୟମାନେ ଏହାର ଜବାବ ତଲବ କରିଥିଲେ।
ଶୁକ୍ରବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର ରାଜ୍ୟରେ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ଘରୋଇ ଏବଂ ଶିଳ୍ପ କ୍ଷେତ୍ରରେ କେତେ ବ୍ୟବହାର ହେଉଛି, ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ଜଣାଇବା ପାଇଁ ମନ୍ତ୍ରୀଙ୍କୁ କହିଥିଲେ। ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ଉତ୍ତରରେ କହିଥିଲେ ଯେ, ୨୦୧୮-୧୯ରେ ରାଜ୍ୟକୁ ୨୫, ୬୬୮ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଆବଶ୍ୟକତା ଥିବାବେଳେ ଗ୍ରୀଡ୍‌କୋ ବିଭିନ୍ନ ଉତ୍ସରୁ ୨୭, ୬୩୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ଯୋଗାଇଛି। ମନ୍ତ୍ରୀଙ୍କଠାରୁ ଏଭଳି ଉତ୍ତର ଶୁଣିବା ପରେ ନରସିଂହ ପୁଣି ପଚାରିଲେ, ଯଦି ଏତେ ବିଦ୍ୟୁତ୍‌ ବଳୁଛି ତେବେ ବିଦ୍ୟୁତ୍‌ କାଟ୍‌ କାହିଁକି ହେଉଛି। କେଉଁ କ୍ଷେତ୍ରରୁ କେତେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଛି ସେ ବିଷୟରେ ଜଣାଇବା ସହିତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଶକ୍ତି ଯୋଗାଇ ନ ଦେବାର କାରଣ କ’ଣ। ବିଦ୍ୟୁତ୍‌ ବିନା ଡାକ୍ତରଖାନାରେ ଟର୍ଚ୍ଚ ଲାଇଟ୍‌ ଏବଂ ମହମବତି ଜଳାଇ ରୋଗୀସେବା କରାଯାଉଛି ବୋଲି ସେ ଅଭିଯୋଗ ଆଣିଥିଲେ। ଉତ୍ତରରେ ମନ୍ତ୍ରୀ କେଉଁ କ୍ଷେତ୍ରରୁ କେତେ ବିଦ୍ୟୁତ୍‌ ବଳୁଛି ସେ ନେଇ ମନ୍ତ୍ରୀ ସୁଶାନ୍ତ ସିଂ ଉତ୍ତର ରଖିଥିଲେ। ବିଜେଡି ସଭ୍ୟ ପ୍ରୀତିରଞ୍ଜନ ଘଡେଇ, ଭାଜପା ସଭ୍ୟ ମଦନ ମୋହନ ଦତ୍ତ ଅତିରିକ୍ତ ପ୍ରଶ୍ନରେ କହିଥିଲେ ଯେ, ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ଯୋଗାଇ ନ ପାରିଲେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ କ୍ଷତିପୂରଣ ଦେବା ବ୍ୟବସ୍ଥା କରିବେ କି। ମନ୍ତ୍ରୀ କହିଥିଲେ ଯେ, ବିଦ୍ୟୁତ୍‌ ଶକ୍ତି ଭିତ୍ତିଭୂମିର ବିକାଶ ପାଇଁ ଘଡ଼ଘଡି ଓ ପବନରୁ ରକ୍ଷା ଲାଗି ବିଦ୍ୟୁତ୍‌ କାଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri