ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି ଦେଇଛି। ଇରାନ ବିଭିନ୍ନ କ୍ଷେପଣାସ୍ତ୍ର ଓ ଡ୍ରୋନ ଦ୍ୱାରା ଇସ୍ରାଏଲ ଏବଂ ଆରବ ଦେଶମାନଙ୍କରେ ଥିବା ଆମେରିକୀୟ କମ୍ପାନୀ ଓ ମିଲିଟାରୀ ବେସ୍‌ଗୁଡିକ ଉପରେ ଚଢ଼ାଉ କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି, ଇରାନରେ ଥିବା ଅସୁର ଶକ୍ତିର ସମ୍ପୂର୍ଣ୍ଣ ବିନାଶ ନ ହେଲେ ଏହା ମଧ୍ୟପ୍ରାଚ୍ୟର ସମସ୍ତ ଦେଶ ତଥା ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବ। ଏଥିପାଇଁ ଟ୍ରମ୍ପ୍‌ ଇରାନର ପରମାଣୁ ପରୀକ୍ଷାକୁ ସବୁଦିନ ପାଇଁ ବନ୍ଦ କରିଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ପ୍ରଶାସନ ଇରାନକୁ ଆତଙ୍କବାଦର ଗଡ ବୋଲି ଦର୍ଶାଇଛି I ଇସ୍ରାଏଲ ଓ ଆମେରିକା ଯଦିଓ ଆଧୁନିକ ଅସ୍ତ୍ରଶସ୍ତ୍ର ତଥା ରଣକୌଶଳରେ ଅତ୍ୟନ୍ତ ନିପୁଣ, ତଥାପି ଇରାନର କ୍ଷେପଣାସ୍ତ୍ରର ବିବିଧତା ବିଶେଷକରି ମିଶାଇଲ ସହିତ ସଂଯୋଗ ହୋଇଥିବା କ୍ଲଷ୍ଟର ବୋମା ସେମାନଙ୍କୁ ଚିନ୍ତାରେ ପକାଇଛି। କାରଣ ମିଶାଇଲ ସାଙ୍ଗରେ ଆସୁଥିବା ଛୋଟ ଛୋଟ ଅସଂଖ୍ୟ କ୍ଲଷ୍ଟର ବୋମାକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଶକ୍ତିହୀନ କରିବା ଅତ୍ୟନ୍ତ କଷ୍ଟକର। ରୁଷିଆ ସହାୟତାରେ ଇରାନ ବର୍ଷ ବର୍ଷ ଧରି ନିଜର ପରମାଣୁ ଅସ୍ତ୍ର ଉପରେ ପରୀକ୍ଷା କରିବା ସହ ବିଭିନ୍ନ ଦୂରତ୍ୱର କ୍ଷେପଣାସ୍ତ୍ର ତିଆରି କରି ଏହାକୁ ଅଧିକ ମାତ୍ରାରେ ଗଚ୍ଛିତ କରିପାରିଛି। ଜଣାପଡୁଛି ଇରାନ ଅନେକ ବର୍ଷ ହେଲା ଆମେରିକା ଓ ଇସ୍ରାଏଲ ଆକ୍ରମଣର ଆଶଙ୍କାରେ ନିଜକୁ ପ୍ରସ୍ତୁତ କରୁଥିଲା । ପରମାଣୁ ବୋମା ତିଆରି କରିବା ପାଇଁ ଇରାନ ବହୁ ଅଧିକ ମାତ୍ରାରେ ୟୁରାନିୟମ ଏକତ୍ରିତ କରିପାରିଛି। ଇରାନ ଏକ ପରମାଣୁ ଶକ୍ତି ହେବାରେ ଅଧିକ ବିଳମ୍ବ ନାହିଁ ବୋଲି ଆମେରିକା ଓ ଇସ୍ରାଏଲ ଅବଗତ ହେଲେଣି । ଯଦି ଇରାନ ପରମାଣୁ ବୋମା ପ୍ରସ୍ତୁତ କରି ମୁସ୍‌ଲିମ ଦେଶମାନଙ୍କୁ ହସ୍ତାନ୍ତର କରିଦେବ ତେବେ ଏହା ଆମେରିକା ,ଇସ୍ରାଏଲ ଏବଂ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ଉପରେ ବିପଦ ସୃଷ୍ଟି କରିବ। ଏହି ଭୟ ଆମେରିକା ଓ ଇସ୍ରାଏଲକୁ ଇରାନ ଉପରେ ମିଳିତ ଆକ୍ରମଣ ‘ଅପରେଶନ ଏପିକ୍‌ ଫ୍ୟୁରି’ ପାଇଁ ବାଧ୍ୟ କରିଛି।
ଏହି ଯୁଦ୍ଧ ଯଦି ଲମ୍ବା ସମୟ ପାଇଁ ଚାଲେ ଏହା ଇରାନକୁ ମୁସ୍‌ଲିମ ରାଷ୍ଟ୍ରମାନଙ୍କ ସହଯୋଗ ପ୍ରାପ୍ତ କରିବାରେ ସହାୟକ ହୋଇପାରେ। ମଧ୍ୟପ୍ରାଚ୍ୟରେ ଥିବା ମୁସ୍‌ଲିମ ରାଷ୍ଟ୍ରମାନଙ୍କ ଉପରେ ଇରାନ ଆକ୍ରମଣ ଜାରି ରଖିଛି ଏବଂ ସେମାନେ କହିଲେଣି ଆମେରିକୀୟ କମ୍ପାନୀ ଓ ସେନା ଶିବିର ତାଙ୍କ ଦେଶରେ ଥିବାରୁ ଇରାନ ସେମାନଙ୍କୁ ଆକ୍ରମଣ କଲା। ଯଦି ଏହା ଜନମତରେ ପରିବର୍ତ୍ତନ ହେବ ଆମେରିକା ଆଉ ଇରାନ ବିରୋଧୀ ମୁସ୍‌ଲିମ ରାଷ୍ଟ୍ରମାନଙ୍କର ସହଯୋଗ ପାଇବ ନାହିଁ। ନିକଟରେ ଆୟତୋଲ୍ଲା ଖାମେନେଇଙ୍କ ଦମନଲୀଳା, ଦରଦାମ ବୃଦ୍ଧି, ଅରାଜକତା ଓ ବେରୋଜଗାରି ଇରାନରେ ଜେନ-ଜି ଆନ୍ଦୋଳନ ସୃଷ୍ଟି କରିଥିଲା। ଏହାକୁ ବର୍ବରତା ପୂର୍ବକ ଦମନ କରି ଦିଆଗଲା। ଏହି ଦମନଲୀଳାରେ ଇରାନର ବହୁ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଲୋକମାନେ ‘ଆୟତୋଲ୍ଲା ଖାମେନେଇଙ୍କୁ ମୃତ୍ୟୁ ଦିଆଯାଉ’ ପୋଷ୍ଟର ଧରି ବୁଲୁଥିଲେ। ଆଜି ସେମାନେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ପରେ ଖାମେନେଇଙ୍କ ପୋଷ୍ଟର ଛାତିରେ ମାରି ‘ଖାମେନେଇ ଜିନ୍ଦାବାଦ’ କହି ବୁଲୁଛନ୍ତି। ‘ଅପରେଶନ ଏପିକ୍‌ ଫ୍ୟୁରି’ ଇରାନବାସୀଙ୍କୁ ଏକାଠି କରିଦେଇଛି। ଯୁଦ୍ଧ ଯଦି ବେଶିଦିନ ଚାଲେ ତେବେ ଏହା ଆମେରିକା ଓ ଇସ୍ରାଏଲ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିବ। ଇରାନର ଜନସାଧାରଣ ଖାମେନେଇ ସରକାରଙ୍କ ପ୍ରତି ଯେତେ ଅସନ୍ତୋଷ ବ୍ୟକ୍ତ କଲେ ମଧ୍ୟ ନିଜ ଦେଶରେ ଆମେରିକାର ହସ୍ତକ୍ଷେପକୁ ପସନ୍ଦ କରିବେନି। ଏ ପରିସ୍ଥିତି ଆମେରିକା ଓ ଇସ୍ରାଏଲର ନେତାମାନଙ୍କୁ ଜଣାଥିଲା। ତେଣୁ ସେମାନେ କମ୍‌ ସମୟ ଭିତରେ ଇରାନର ପରମାଣୁ ପରୀକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ଇରାନରେ ନେତୃତ୍ୱ ପରିବର୍ତ୍ତନ ପାଇଁ ସମସ୍ତ ପଦକ୍ଷେପ ନେବାକୁ ଚେଷ୍ଟା କରିବେ। ଇରାନରେ ନେତୃତ୍ୱ ପରିବର୍ତ୍ତନ ଆମେରିକା ଓ ଇସ୍ରାଏଲର ବାୟୁ ସେନା ଆକ୍ରମଣ ଦ୍ୱାରା ସମ୍ଭବ ହେଲାପରି ଲାଗୁନାହିଁ। ସେଥିପାଇଁ ଆମେରିକା ଏବେ ଇରାନ ବିରୋଧୀ କୁର୍ଦିସ ସୈନିକମାନଙ୍କୁ ଉପଯୋଗ କରିବା ପାଇଁ ଚେଷ୍ଟା କରୁଛି। ଇରାନରେ ଥିବା କୁର୍ଦିସମାନେ ଦୀର୍ଘ ଦିନ ଧରି କୁର୍ଦିସ୍ତାନ( ଇରାନର ଉତ୍ତରପଶ୍ଚିମାଞ୍ଚଳରେ ପୂର୍ବ କୁର୍ଦିସ୍ତାନ) ପାଇଁ ସଂଗ୍ରାମ କରୁଛନ୍ତି। ଇରାନ ସରକାର ସଂଖ୍ୟାଲଘୁ କୁର୍ଦିସଙ୍କୁ ବର୍ଷ ବର୍ଷ ଧରି ଅକଥନୀୟ ଅତ୍ୟାଚାର କରିଛି। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ କୁର୍ଦିସ୍ତାନ ଗଠନ ପାଇଁ ସୁଯୋଗ ଆଣିଛିି। ହେଲେ ଯୁଦ୍ଧ ପରିସ୍ଥିତିରେ ଇରାନ ଭିତରେ କୁର୍ଦିସ୍ତାନ ଗଠନ କରାଯିବା ଏତେ ସହଜ ନୁହେଁ। ଏପଟେ ଜର୍ମାନୀ ଆମେରିକାକୁ ଯୁଦ୍ଧରେ ସହଯୋଗ କରିବାକୁ ମନା କରିଦେଇଛି। ଏଥିପାଇଁ ଆମେରିକା ଓ ଇସ୍ରାଏଲ ଆଗାମୀ ଦିନରେ ଇରାନର ପରମାଣୁ ପରୀକ୍ଷା କେନ୍ଦ୍ର ଏବଂ କ୍ଷେପଣାସ୍ତ୍ର ସେଣ୍ଟରଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ସଂଖ୍ୟାଲଘୁ କୁର୍ଦିସମାନଙ୍କୁ ନେଇ କୁର୍ଦିସ୍ତାନ ଗଠନ ପାଇଁ ପ୍ରୟାସ କରିବେ। ଇରାନରେ ନେତୃତ୍ୱ ପରିବର୍ତ୍ତନ ନ ହେଲେ ମଧ୍ୟ ଆମେରିକା ଓ ଇସ୍ରାଏଲ କୁର୍ଦିସ୍ତାନରୁ ଇରାନ ଉପରେ ନିୟନ୍ତ୍ରଣ ରଖିପାରିବେ ବୋଲି ମନେ କରୁଛନ୍ତି। I ଯଦିଓ କୁର୍ଦିସ୍ତାନ ଗଠନ କଷ୍ଟକର, ତଥାପି ଆମେରିକା ଓ ଇସ୍ରାଏଲ ନିଜର ଅସ୍ତିତ୍ୱକୁ ସୁରକ୍ଷିତ ରଖିବା ପାଇଁ କୁର୍ଦିସ୍ତାନ ଗଠନ ସେମାନଙ୍କ ପାଇଁ ଆବଶ୍ୟକ ହୋଇଛି। ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧର ଶୀଘ୍ର ପରିସମାପ୍ତି ହେବା ଦରକାର। ଏହି ଯୁଦ୍ଧ ଲମ୍ବା ସମୟ ଚାଲିଲେ ଏହା ବିଶ୍ୱର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ପରିବେଶକୁ ନଷ୍ଟ କରିଦେବ I

ସୁଧାଂଶୁ ରଞ୍ଜନ ଦାସ
ମୋ:୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri