ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ

ସବୁ ଫଳରୁ ଆମ୍ବକୁ ରାଜା ଫଳ ବୋଲି କୁହାଯାଏ। ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ଆମ୍ବ। ଖରାଦିନ ଆସିଲେ ଆମ୍ବକୁ ସମସ୍ତେ ଅନାଇ ବସିଥାନ୍ତି। କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ଦଣ୍ଡ ସଦୃଶ। କାରଣ ଏହି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଏହାକୁ ଖାଇପାରିବେ ନାହିଁ ବୋଲି କୁହାଯାଏ। ଯଦି ଆପଣ ଏହା ଭାବୁଛନ୍ତି ତା’ହେଲେ ଆପଣଙ୍କ ଭାବନାକୁ ବଦଳାନ୍ତୁ। ମଧୁମେହ ରୋଗୀ ମଧ୍ୟ ଆମ୍ବ ଖାଇପାରିବେ କିନ୍ତୁ ଖାଇବା ପୂର୍ବରୁ କିଛି ନିୟମ ଓ ଶୈଳୀ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ। ତା’ହାଲେ ଆସନ୍ତୁ ଜାଣିବା କ’ଣ ରହିଛି ଆମ୍ବ ଖାଇବାର ଶୈଳୀ।
*ଅଧିକ ରସ ଥିବା ଆମ୍ବ ଖାଆନ୍ତୁ, କାରଣ ଏଥିରେ ଥିବା ଶର୍କରା ଶୀଘ୍ର ରକ୍ତରେ ମିଶି ନ ଥାଏ।
* ମ୍ୟାଙ୍ଗୋ ସେକ୍‌ ବା ଆମ୍ବରସ ବିଲ୍‌କୁଲ୍‌ ଖାଆନ୍ତୁ ନାହିଁ। କାରଣ ଏଥିରେ ବ୍ୟବହୃତ ହେଉଥିବା ଚିନି ବହୁ ଶୀଘ୍ର ଶର୍କରାରେ ପରିଣତ ହୋଇଯିବ। ତେଣୁ ପ୍ରାକୃତିକ ଆମ୍ବ ଖାଆନ୍ତୁ।
* ଏଥିସହ ଆମ୍ବ ଖାଇବା ପୂର୍ବରୁ ନିଜର ସୁଗାର ପରୀକ୍ଷା କରିବାକୁ ଜମା ଭୁଲନ୍ତୁ ନାହିଁ। ଯଦି ସୁଗାର ସ୍ତର କମ୍‌ ଅଛି ତା’ହେଲେ ଆମ୍ବ ଖାଆନ୍ତୁ। ମନେ ରଖନ୍ତୁ ପୁରା ଦିନ ଭିତରେ ଗୋଟିଏ ଆମ୍ବ ଖାଆନ୍ତୁ।
* ସେହିପରି ଆମ୍ବର ପଣା ମଧ୍ୟ ପିଇ ପାରିବେ। କାରଣ ଏହା କଞ୍ଚା ଆମ୍ବରୁ ତିଆରି ହୋଇଥାଏ। କିନ୍ତୁ ଏହି ପଣାରେ ଚିନି ପକାନ୍ତୁ ନାହିଁ, ଆପଣ ଏଥିରେ ପୁଦିନା, ଜୀରା, କଳା ଲୁଣ ଆଦି ପକାଇ ପଣା ତିଆରି କରିପାରିବେ।
*ଆମ୍ବକୁ କେବେ ରାତିରେ ଖାଆନ୍ତୁ ନାହିଁ। ଚେଷ୍ଟା କରନ୍ତୁ ଏହାକୁ ସକାଳ ଜଳଖିଆ ପରେ କିମ୍ବା ଦ୍ୱିପହର ଖାଇବା ସମୟରେ ଖାଇବା ପାଇଁ। ଏହା ପରେ ଆପଣ କିଛି ସମୟ ପାଇଁ ଚଲାବୁଲା କରନ୍ତୁ। କାରଣ ଏଥିରେ ଥିବା ଶର୍କରା ରକ୍ତରେ ଅତି ସହଜରେ ମିଳାଇ ପାରିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri