ମଦ ସହ ସ୍କୁଟି ଜବତ, ୩ ଗିରଫ

ବଇଣ୍ଡା,୧୫।୭ (ଡି.ଏନ.ଏ.)-ହଣ୍ଡପା ପୋଲିସ ରବିବାର ରାତିରେ ବିଭିନ୍ନ ଗ୍ରାମରେ ଚଢାଉ କରି ମଦ ସହିତ ସ୍କୁଟି ଗାଡ଼ି ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଲୁହାମୁଣ୍ଡା ଗ୍ରାମର ନରେନ୍ଦ୍ର ସ୍ବାଇଁ ବଇଣ୍ଡାରୁ ଏକ ସ୍କୁଟିରେ ୧୨ଟି ବିଦେଶୀ ମଦ ବୋତଲ ନେଇ ଲୁହାମୁଣ୍ଡା ଢାବାକୁ ଯାଉଥିବାବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ସେହିପରି ଲୁହାମୁଣ୍ଡା ଗ୍ରାମରେ ଚଢାଉ କରି ବେକୁ ସେଠୀଙ୍କ ଘରୁ ୨୨ଟି ପାଉଚ ମଦ ଜବତ କରାଯାଇଛି। ସେହିପରି ଚାକୁଣ୍ଡାମୁଣ୍ଡା ଗ୍ରାମର ନିତ୍ୟାନନ୍ଦ ବେହେରାଙ୍କ ଘରୁ ୨୫ଟି ପାଉଚ ମଦ ଜବତ କରାଯାଇଛି। ଏଥିସହ ସେମାନଙ୍କୁ ଗିରଫ କରାଯାଇଛି। ଏମାନେ ଚୋରା ମଦ ବିକ୍ରି କରୁଥିବା ଖବରପାଇ ହଣ୍ଡପା ଆଇଆଇସି ଲବ ବୋଡ଼ା, ଏଏସଆଇ କୁନି ବାରିକ, ଫାଣ୍ଡି ଅଧିକାରୀ ଆର ବିଶ୍ୱାଳ ପ୍ରମୁଖ ଚଢାଉ କରିଥିଲେ। ଏ ନେଇ ନଂ. ୧୧୮/୧୯, ୧୧୯/୧୯, ୧୨୦/୧୯ରେ ୩ଟି ମାମଲା ରୁଜୁ କରାଯାଇ ସେମାନଙ୍କୁ ଆଠମଲ୍ଲିକ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଠମଲ୍ଲିକରେ ସମ୍ମାନର ଲଢ଼େଇ

ବଇଣ୍ଡା,୨୧।୩(ଡି.ଏନ.ଏ.): ଆଠମଲ୍ଲିକ ଏନ୍‌ଏସି ସ୍ଥାପନ ପରଠାରୁ ୪ଥର ପୌର ନିର୍ବାଚନ ହୋଇଛି। ସେଥିରୁ ୩ଥର କଂଗ୍ରେସ ଓ ଥରଟିଏ ବିଜେଡି ଏନ୍‌ଏସି ଦଖଲ କରିବାରେ ସଫଳ ହୋଇଛି।...

ସରକାର ହିଁ ଶେଷ ଆଶା

ତାଳଚେର,୨ା୪ (ନି.ପ୍ର.) ମାର୍ଚ୍ଚ ୩୧ରେ ସମସ୍ତ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବନ୍ଦ ହୋଇଯାଇଛି ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍‌)। ଫଳରେ ଓଡ଼ିଶାକୁ...

ଗର୍ତ୍ତରେ ବାଲି ଭର୍ତ୍ତି ନେଇ ଆଲୋଚନା

ତାଳଚେର,୧୭ା୧(ନି.ପ୍ର.) – ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳ ୧୮ ନଂ. ଓ୍ବାର୍ଡ ଦେଉଳବେଡ଼ା ତେଲିସାହି ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ଧାନ ବିଲଠାରେ ବୁଧବାର ମାଟି...

କନ୍ଧପଡ଼ାରେ ଦଶହରା: ପୂଜାରେ ଯୋଗଦାନ ପାଇଁ ୬ଜଣ ସମ୍ମାନିତ

ମାଧପୁର, ୯।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡାରେ ମା’ ଦୁର୍ଗାଙ୍କ ୪୮ତମ ଦଶହରା ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଅଷ୍ଟମୀରେ ଆଠମଲ୍ଲିକର ଯୁବରାଜ...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣିହାଁ,୧୯।୯(ଡି.ଏନ.ଏ.)- କଣିହାଁ ଥାନା ପୋଲିସ ଗୁରୁବାର ଡେରେଙ୍ଗ ଗ୍ରାମର ଜଣେ ବିବାହିତ ଯୁବକଙ୍କ ଅର୍ଦ୍ଧ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ...

ବ୍ୟବଚ୍ଛେଦ ଗୃହରୁ କାଜୁଆଲଟି

ଅନୁଗୋଳ ଅଫିସ୍‌, ୫।୨ – ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ...

ଫସଲ ବଞ୍ଚାଇବାକୁ ଜୀବନ ବାଜି: ମଞ୍ଚାରେ ବିତୁଛି ମାସ ପରେ ମାସ

ବନ୍ତଳା, ୧୪।୧୨ (ଦିନେଶ ଦେହୁରୀ) – ପରିବାର ପ୍ରତିପୋଷଣ ପାଇଁ ସେମିତି କିଛି ଆୟ ନାହିଁ। ଯେଉଁ ଅଳ୍ପ କିଛି ଜମି ଅଛି ସେଥିରେ ଦିନରାତି...

ଲୋକଙ୍କ ସମସ୍ୟା ସମାଧାନ କର: ବିଧାୟକ

ବଇଣ୍ଡା,୩୧।୫(ଡି.ଏନ.ଏ.)-ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଗୁରୁବାର ବିଧାନସଭାରେ ନୂତନ ଭାବେ ଶପଥ ନେବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଆସି କାର୍ଯ୍ୟ ଆରମ୍ଭ କରିଛନ୍ତି।...

Advertisement
Archives

Model This Week