ମଦ ପାଇଁ ୮୫ ବର୍ଷର ମା’, ଭଉଣୀଙ୍କୁ ହାଣିଲେ

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ମଦ ପାଇଁ ଅନ୍ଧ ପାଲଟିଲେ ନିର୍ଦ୍ଦୟ ପୁଅ। ୮୫ ବର୍ଷର ବୃଦ୍ଧ ମା’ ଓ ୬୮ ବର୍ଷର ଭଉଣୀଙ୍କୁ ଗୋଡାଇ ଗୋଡାଇ ହାଣିଲେ। ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ସେମାନଙ୍କୁ ଡାକ୍ତରଖାନାକୁ ନେବାକୁ କେହି ନ ଥିଲେ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଗୋଖିବାବା ମନ୍ଦିର ନିକଟରେ ଘଟିଛି ଏହି ହୃଦୟବିଦାରକ ଘଟଣା। ଘର ଭିତରେ ବହୁ ସମୟ ପଡ଼ି ରହିବା ପରେ ସ୍ଥାନୀୟ ଯୁବକମାନେ ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେମାନଙ୍କ ପାଖରେ ନିଜର ଲୋକ ନ ଥିବାରୁ ଡାକ୍ତର ଓ କର୍ମଚାରୀ ସହଯୋଗ କରି ନ ଥିଲେ। ପ୍ରାଥମିକ ଚିକିତ୍ସା କରି ମେଡିସିନ ଲେଖି ଘରକୁ ନେଇଯିବାକୁ କହିଥିଲେ। ଆଡ୍‌ମିଶନ କରନ୍ତୁ, କାଲିଠାରୁ ପାଳିକରି ଆହତଙ୍କ ପାଖରେ ରହିବେ ବୋଲି ଯୁବକମାନେ କହିଥିଲେ ମଧ୍ୟ ଡାକ୍ତର କିମ୍ବା କର୍ମଚାରୀ କିଛି ଶୁଣି ନ ଥିଲେ। କ୍ଷତ ସ୍ଥାନରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା। ଏପରି ଅବସ୍ଥା ଦେଖି ଯୁବକମାନେ ହୋହଲ୍ଲା କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ହସ୍ପିଟାଲ ଫାଣ୍ଡି ପୋଲିସର ହସ୍ତକ୍ଷେପ ପରେ ଆଡ୍‌ମିଶନ କରାଯାଇଥିଲା।
ଆହତ ଦ୍ୱୟ ହେଲେ କାଳୀ ନାୟକ ଓ ଝିଅ ରୁକ୍ମିଣୀ। ଅଭିଯୋଗ ଅନୁସାରେ, ସେମାନେ ପୁଅ ସହ ସୁନ୍ଦରପଦାରେ ରୁହନ୍ତି। ବିବାହିତ ପୁଅ ନିଶାଖାଇ ପ୍ରତିଦିନ ପରିବାର ସଦସ୍ୟଙ୍କୁ ମାର୍‌ପିଟ୍‌ କରନ୍ତି। ଏଥିଯୋଗୁ ତାଙ୍କ ସ୍ତ୍ରୀ ଘରଛାଡ଼ି ବାପଘରକୁ ପଳାଇଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ ପୁଅ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ମଦ ପିଇବା ପାଇଁ ମା’ ଓ ଭଉଣୀଙ୍କୁ ଟଙ୍କା ମାଗିଥିଲେ। ପରିବାର ଅତ୍ୟନ୍ତ ଗରିବ। ଘରେ ଟଙ୍କା ନ ଥିବାରୁ ବୃଦ୍ଧା ମା’ ଓ ଭଉଣୀ ମନା କରିଥିଲେ। ଟଙ୍କା ନ ମିଳିବାରୁ ପୁଅ ଏକ କଟୁରି ଆଣି ଉଭୟଙ୍କୁ ଗୋଡ଼ାଇ ହାଣିଥିଲେ। ସେମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାବେଳେ ଅଭିଯୁକ୍ତ ପୁଅ ଫେରାର ହେବାକୁ ଉଦ୍ୟମ କରିଥିଲେ। ଚିତ୍କାର ଶୁଣି ପଡୋଶୀ ଓ ସ୍ଥାନୀୟ ଯୁବକମାନେ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ବାରେ ବିଳମ୍ବ ହେବାରୁ ଆହତ ଦ୍ୱୟଙ୍କୁ ଯୁବକମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ପିସିଆର୍‌ ପୋଲିସ ପହଞ୍ଚତ୍ ଅଭିଯୁକ୍ତ ପୁଅକୁ ଥାନାକୁ ନେଇଥିଲା।
ଏନେଇ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣା ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ମାମଲା ରୁଜୁ କରାଯାଇ ନାହିଁ। ସ୍ଥାନୀୟ ଚୌକିଦାରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି ବୋଲି ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri