Posted inରାଜ୍ୟ

ମଦ ଗ୍ରାହକଙ୍କୁ ଠକିଲେ ଏତଲା

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଅନ୍‌ଲାଇନ ଜରିଆରେ ମଦ ବିକ୍ରି ସମୟରେ ଗ୍ରାହକ ଠକାମିର ଶିକାର ହେଉଥିବା ଖବର ପ୍ରକାଶ ପାଇବାପରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏକ ଚିଠି ମଙ୍ଗଳବାର ପ୍ରକାଶ କରାଯାଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ପୋର୍ଟାଲ ଆଦିରେ ମଦ ବିକ୍ରି ନାଁରେ ଠକମାନେ ପ୍ରୟାସ ଚଳାଇଛନ୍ତି। ତେଣୁ ସେମାନେ ଯେପରି ଠକାମିର ଶିକାର ନ ହେବେ ସେଥିଲାଗି ସରକାରଙ୍କ ତରଫରୁ ନୂତନ ନିୟମକୁ ମାନି ମଦ କିଣିବା ଲାଗି ପରାମର୍ଶ ଦିଆଯାଇଛି। ଯେକୌଣସି ଠିପି ଖୋଲା ବା ଠିପି ବନ୍ଦ ରିଟେଲ ଦୋକାନ ବାହାରେ ସେମାନଙ୍କ ମୋବାଇଲ ନମ୍ବର ଲଗାଯାଇଥିବ। ଏହାଦ୍ୱାରା ସିଧାସଳଖ ଦୋକାନୀମାନେ ଲୋକଙ୍କ ଅର୍ଡର ରଖିପାରିବେ। ଏହାସହ ସେହି ନମ୍ବର ଓଏସ୍‌ବିସି ଓ୍ବେବ୍‌ସାଇଟ୍‌ରେ ସାମିଲ ଅଛି। ଗ୍ରାହକ ଚାହିଁଲେ ସେହି ନମ୍ବର କିମ୍ବା ହ୍ବାଟ୍ସଆପ୍‌ ଜରିଆରେ ମଗାଇପାରିବେ। ଠକାମି ରୋକିବା ଲାଗି କେବଳ ଯେଉଁ ଏଜେନ୍ସିଗୁଡିକ ଅବକାରୀ କମିଶନରଙ୍କଠାରୁ ଏନ୍‌ଓସି ନେଇଥିବେ ସେମାନଙ୍କ ଡେଲିଭରି ବୟ ମଦ ପହଞ୍ଚାଇବାକୁ ଅନୁମତି ମିଳିବ। ଉକ୍ତ ଏଜେନ୍ସିଗୁଡିକର ତାଲିକା ମଧ୍ୟ ଓଏସ୍‌ବିସି ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ ରହିଛି। କେବଳ ଜମାଟୋ ଏବଂ ସ୍ବିଗିକୁ ଏଥିଲାଗି ଅନୁମତି ମିଳିଛି। ଗ୍ରାହକମାନେ ଅନ୍‌ଲାଇନରେ ମଗାଇବା ପୂର୍ବରୁ ଏଜେନ୍ସିକୁ ଅନୁମତି ମିଳିଛି ନା ନାହିଁ ଦେଖି ତା’ପରେ ମଗାଇବେ। ସୋସିଆଲ୍‌ ମିଡିଆରେ ମଦ ଯୋଗାଇବାକୁ କହି କୌଣସି ଅଫର ମିଳିବ ବୋଲି କହୁଥିବା ମାଧ୍ୟମରୁ କିଣିବେ ନାହିଁ। ଅବକାରୀ ଅଧୀକ୍ଷକ ପରାମର୍ଶ ଦେଇଛନ୍ତି ଯେ, ଯଦି କୌଣସି ଅଣସ୍ବୀକୃତିପ୍ରାପ୍ତ ବ୍ୟକ୍ତି, ଏଜେନ୍ସି ନିଜ ଓ୍ବେବ୍‌ସାଇଟ୍‌ କିମ୍ବା ପୋର୍ଟାଲ ବା ଆପ୍ଲିକେଶନ ଜରିଆରେ ମଦ ଘରେ ଯୋଗାଇବାକୁ କହୁଥାଏ, ସେମାନଙ୍କ ବିରୋଧରେ ଏତଲା ଦାୟର କରିହେବ ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri