ମତ୍ସ୍ୟଜେଟି ମୁହାଣ ଖନନ ଦାବିରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ

ଛତ୍ରପୁର,୨୭।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗୋପାଳପୁର ପୋର୍ଟ ପରିସରରେ ଥିବା ମତ୍ସ୍ୟଜେଟିର ମୁହାଣ ଖନନ ଦାବିରେ ଶନିବାର ମତ୍ସ୍ୟଜୀବୀଙ୍କ ପକ୍ଷରୁ ଧାରଣା ଦିଆଯିବା ସହ ଆନ୍ଦୋଳନ ଆରମ୍ଭ ହୋଇଛି। ଗୋପାଳପୁର ପୋର୍ଟ ପରିସରରେ ଥିବା ଫିସେରି ଜେଟି ମୁହାଣ ବାଲି ଦ୍ୱାରା ପୋତି ହୋଇଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କର ଡଙ୍ଗାଗୁଡ଼ିକ ସମୁଦ୍ରକୁ ଯିବା ଆସିବାରେ ବହୁ ଅସୁବିଧା ହେଉଛି। ଡଙ୍ଗାଗୁଡିକ ପଥର ଉପରେ ବାଡେଇ ହୋଇ ଭାଙ୍ଗିଯିବା ସହ ଜାଲ ଓ ଇଂଜିନ୍‌ଗୁଡିକ ନଷ୍ଟ ହେଉଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି ା ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳୁ ନ ଥିବା ମତ୍ସ୍ୟଜୀବୀ କହିଛନ୍ତି।
ଚଳିତ ମାସ ୧୮ ତାରିଖରେ ଏହି ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କୁ ଲିଖିତ ଭାବେ ସାନଆର୍ଯ୍ୟପଲ୍ଲୀସ୍ଥିତ ଶ୍ରୀ ମୁତ୍ୟାଲୁପୋଲାମ୍ମା ଗ୍ରାମ୍ୟ କମିଟି ପକ୍ଷରୁ ଅବଗତ କରାଯାଇଥିଲା। ୭ ଦିନ ମଧ୍ୟରେ ଏହାର ସମାଧାନ ନ ହେଲେ ମତ୍ସ୍ୟଜୀବୀମାନଙ୍କ ପକ୍ଷରୁ ଗଣଆନ୍ଦୋଳନ କରାଯିବ ବୋଲି ଲିଖିତ ଅଭିଯୋଗ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ତେବେ ସମସ୍ୟା ସମାଧାନ ନ ହେବାରୁ ଶନିବାର ପୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ମତ୍ସ୍ୟଜୀବୀମାନେ ଆନ୍ଦୋଳନ କରିଛନ୍ତି। ଏଥିରେ ବି ଭୀମସେନ୍‌, କମିଟିର ସଭାପତି ଏନ୍‌. ନାନେୟା, ବିଜେଡି ନେତା ଏମ୍‌. ଦିଲୀପ, ସମ୍ପାଦକ ଏମ୍‌. ଏରେୟା, ପି. ଏରେୟା, ବି. ଲାଛେୟା, କୋଷାଧ୍ୟକ୍ଷ ପି. ତାତେୟାଙ୍କ ସମେତ ବହୁ ମତ୍ସ୍ୟଜୀବୀ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ନକଲି ଡାକ୍ତରଙ୍କ ଭଉଣୀ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ନକଲି ଡାକ୍ତର ରମେଶ ସ୍ବାଇଁଙ୍କର ଗୁମର...

ଓଡ଼ିଶାରେ ଆନ୍ଧ୍ର ଅଧିକାରୀଙ୍କ ପୁଣି ଅନୁପ୍ରବେଶ

ପଟ୍ଟାଙ୍ଗି, ୪।୫(ଡି.ଏନ୍‌.ଏ.): ଓଡ଼ିଶାର ସୀମାନ୍ତ ଗ୍ରାମରେ ପୁଣି ଆନ୍ଧ୍ର ରାଜ୍ୟର ଉଚ୍ଚ ପଦାଧିକାରୀଙ୍କ ଅନୁପ୍ରବେଶ। ସୋମବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡ଼ିକା ରାଜନା ଦୋରା ଆସି ବିଭିନ୍ନ...

ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ ଅଫିସ,୩।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଏ। ତେଣୁ ଏହି ଅବସରରେ...

୨୬ ଘଣ୍ଟାରେ ୧୬୦ ମଦ୍ୟପ ଡ୍ରାଇଭର ଗିରଫ

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ): ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବାର ଗୋଟିଏ ଦିନ ପୂର୍ବରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।...

ବାଦ ପଡ଼ିବା ପରେ ଜୁଏଲଙ୍କ ପ୍ରତିକ୍ରିୟା: କହିଲେ ଏହା ଗଣତନ୍ତ୍ରର ଏକ ସୁସ୍ଥ ପରମ୍ପରା, ସ୍ବାଭାବିକ ପ୍ରକ୍ରିୟା

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୋଦି ସରକାରଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି ସୁନ୍ଦରଗଡ଼ ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ଜୁଏଲ୍‌ ଓରାମ। ଉକ୍ତ ଆସନରୁ ବିପୁଳ...

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ୧୪...

ଏସ୍‌ସିବି ପୁନର୍ବିନ୍ୟାସ: କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧(ବ୍ୟୁରୋ): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ(ଏସ୍‌ସିବି) ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଏବଂ ସହାୟତା ପ୍ୟାକେଜକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ...

ଜାଗର ପାଇଁ ପୋଲିସ ସଜାଗ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ୧୦ ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ...

Advertisement
Archives

Model This Week