ମତଦାନ ଉପରେ ପ୍ରଭାବ ପକାଇପାରେ ସ୍ଥାନୀୟ ସମସ୍ୟା

ପୁରୀ ଅଫିସ,୧୭ା୪: ପୁରୀ ଲୋକ ସଭା ଏବଂ ଏହା ଅଧୀନ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ଆସନ୍ତା ୨୩ ତାରିଖରେ ମତଦାନ ହେବ। ଆଉ ଅଳ୍ପଦିନ ମଧ୍ୟରେ କିଭଳି ଭୋଟରଙ୍କୁ ଆକୃଷ୍ଟ କରିହେବ ସେ ନେଇ ବିଭିନ୍ନ ଦଳୀୟ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ଯୋଜନାବଦ୍ଧ ଭାବେ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। କିଏ ଘରକୁ ଘର ବୁଲୁଛନ୍ତି ତ କେହି ରୋଡ୍‌ ଶୋ, ସଭା କରୁଛନ୍ତି। ଏଥର ବିଜେଡି ମହେଶ୍ୱର ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି ଜୟନ୍ତ କୁମାର ଷଡ଼ଙ୍ଗୀ। ସେହିପରି କଂଗ୍ରେସରୁ ଇଂ. ଅରୋପ୍ରସାଦ ମିଶ୍ର ପ୍ରାର୍ଥୀ ହୋଇଛନ୍ତି। ହେଲେ ପ୍ରାର୍ଥୀ ଘୋଷଣା ପରେ ପ୍ରମୁଖ ତିନିଦଳରେ କନ୍ଦଳ ଓ ଦଳ ଡିଅଁା ଦେଖିବାକୁ ମିଳିଥିଲା। ଗୋଟିଏ ଦଳ ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବା ନେତା ନିଜ ସମର୍ଥକମାନଙ୍କ ସହ ବିରୋଧୀ ଶିବିରରେ ରହିଛନ୍ତି। ଏଭଳି ରୋଚକ ସ୍ଥିତିରେ ଏଥର ଅଭିଜ୍ଞ ଏବଂ ନବାଗତ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଲଢ଼େଇ। ଦଳୀୟ ପ୍ରାର୍ଥୀମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ ଲୋକଙ୍କୁ ଭେଟୁଛନ୍ତି। କିନ୍ତୁ ଏଥର କେତେକ ସ୍ଥାନୀୟ ସମସ୍ୟା ମତଦାନ ଉପରେ ପ୍ରଭାବ ପକାଇପାରେ ବୋଲି ଭୋଟର କହୁଛନ୍ତି।
ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କୁ ଦେଖିଲେ ମହେଶ୍ୱର ବେଶ୍‌ ଅଭିଜ୍ଞ। ସେ ଲଗାତର ୫ ଥର ଜିତିଛନ୍ତି। ହେଲେ ତାଙ୍କୁ ଦଳ ଭିତରୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ଚଳିତବର୍ଷ ବିଜୁ ଜୟନ୍ତୀ ପାଳନ ବେଳେ ପୁରୀ ବିଜେଡିର ଦୁଇଗୋଷ୍ଠୀ ସମାନ୍ତରାଳ ଭାବେ ସିଂହଦ୍ୱାରରେ ଦୀପଦାନ କରିଥିଲେ। ଟିକେଟ ପାଇଁ ମଧ୍ୟ କେତେଜଣ ମହେଶ୍ୱରଙ୍କୁ ଖୋଲାଖୋଲି ବିରୋଧ କରିବା ସହ ଆଶାୟୀ ଥିଲେ। କିନ୍ତୁ ଶେଷରେ ମହେଶ୍ୱରଙ୍କ ଉପରେ ବିଜେଡି ସଭାପତି ଭରସା କରିଥିଲେ। ଫଳରେ ବିରୋଧ କରୁଥିବା ଗୋଷ୍ଠୀଙ୍କୁ ନିରାଶ ହେବାକୁ ପଡିଥିଲା। ପୁରୀ ପୌରସଂସ୍ଥାର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ ସମର୍ଥକଙ୍କ ସହ ଦଳ ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଦଳରେ କନ୍ଦଳ ଓ ନିର୍ବାଚନୀ ପ୍ରସଙ୍ଗ ନେଇ ନଗର ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର କହିଛନ୍ତି ଯେ, ପୁରୀ ସହରରେ କେବଳ ପର୍ଯ୍ୟଟନ ଶିଳ୍ପ ହିଁ ସମ୍ବଳ। ଏହା ଯେତେ ସମୃଦ୍ଧ ହେବ ରାଜ୍ୟ ଅର୍ଥନୀତି ସେତେ ସୁଦୃଢ଼ ହେବ। ଏହା ହିଁ ବିଜେଡିର ପ୍ରମୁଖ ପ୍ରସଙ୍ଗ। କୌଣସି ଦଳୀୟ କନ୍ଦଳ ନାହିଁ, ଯିଏ କନ୍ଦଳ ସୃଷ୍ଟି କରୁଥିଲେ ସେ ଏବେ ଭାଜପାରେ ଅଛନ୍ତି ବୋଲି ମହାପାତ୍ର କହିଛନ୍ତି।
ବିଜେଡି କନ୍ଦଳର ଫାଇଦା ନେବା ଓ ମହେଶ୍ୱରଙ୍କୁ କଡ଼ା ଟକ୍କର ଦେବା ପାଇଁ ନବାଗତ ଜୟନ୍ତଙ୍କୁ ପ୍ରାର୍ଥୀ କରିଛି ଭାଜପା। ଯଦିଓ ଜୟନ୍ତ ପୌରସଂସ୍ଥା ନିର୍ବାଚନ ଲଢିଛନ୍ତି କିନ୍ତୁ ବିଧାନସଭା ଆସନ ଲାଗି ସେ ସମ୍ପୂର୍ଣ୍ଣ ନୂଆ। ଏଭଳି ସ୍ଥିତିରେ ତାଙ୍କୁ ଭାଜପାର ଏକ ଗୋଷ୍ଠୀ ଖୋଲା ବିରୋଧ କରିଥିଲା। କାରଣ ପୁରୀରୁ ଭାଜପା ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗତଥରର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା। ଜୟନ୍ତ ଭାଜପା ପ୍ରାର୍ଥୀ ହେବା ପରେ କୃଷ୍ଣଚନ୍ଦ୍ର ନିଜ ସମର୍ଥକଙ୍କ ସହ ଭାଜପା ଛାଡି ବିଜେଡିରେ ମିଶିଛନ୍ତି। ଭାଜପା ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର କହିଛନ୍ତି, ଆମ ଦଳରେ ଆଦୌ କନ୍ଦଳ ନାହିଁ। ବିଧାୟକ ପ୍ରାର୍ଥୀ ଘୋଷଣା ପୂର୍ବରୁ ଯଦିଓ ମତାନ୍ତର ଥିଲା ତାହାର ଏବେ ସମାଧାନ ହୋଇଯାଇଛି। କାରଣ ଯିଏ ଆଶାୟୀ ଥିଲେ ସେ ଏବେ ଭାଜପାରେ ନାହାନ୍ତି। ବର୍ତ୍ତମାନ ଲୋକ ସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଦଳର ସମସ୍ତେ ଏକ ମନରେ ଲାଗି ପଡିଛନ୍ତି। ଏଥର ନିଶ୍ଚିତ ପୁରୀରେ ଭାଜପାର ବିଜୟ ହେବ। ଭାଜପା ପ୍ରାର୍ଥୀ ଜୟନ୍ତ କହିଛନ୍ତି, ୧୯ ବର୍ଷ ଧରି ଲୋକେ ଆଞ୍ଚଳିକ ଦଳକୁ ଦେଖିଲେ। ଏବେ ଜାତୀୟ ଦଳ ଭାଜପାକୁ ଭୋଟର ଚାହୁଁଛନ୍ତି। ନିଶ୍ଚିତ ଏଥର ପୁରୀରେ ପରିବର୍ତ୍ତନ ହେବ। ରାଜ୍ୟରେ ଏବଂ କେନ୍ଦ୍ରରେ ଭାଜପା ସରକାର ଗଢିବ।
କଂଗ୍ରେସରେ ମଧ୍ୟ ଦେଖିବାକୁ ମିଳିଥିଲା ଟିକେଟ କଳି। ଏକାଧିକ ଆଶାୟୀ ନିର୍ବାଚନ ଲଢିବେ ବୋଲି ଆଶା ବାନ୍ଧିଥିଲେ। ଶେଷରେ ଅରୋପ୍ରସାଦଙ୍କୁ ମିଳିଥିଲା ଟିକେଟ। ଏହା ପରଠାରୁ ପୁରୀ କଂଗ୍ରେସରେ ଅସନ୍ତୋଷ ଦେଖା ଦେଇଥିଲା। ଏପରି କି ପ୍ରାର୍ଥୀ ପରିବର୍ତ୍ତନର ନାରା ଦେଇ ରାସ୍ତାରେ କୁଶପୁତ୍ତଳିକା ଦାହ କରାଯାଇଥିଲା। ନାମାଙ୍କନ ଦାଖଲର ପୂର୍ବରାତି ପର୍ଯ୍ୟନ୍ତ ଦଳରେ ଏଭଳି ଅସ୍ଥିରତା ଲାଗିରହିଥିଲା। କିନ୍ତୁ ଟିକେଟକୁ ନେଇ ଅସନ୍ତୁଷ୍ଟ ଥିବା ଜିଲା ନେତୃତ୍ୱଙ୍କୁ ମନାଇବାରେ ଅରୋପ୍ରସାଦ ସଫଳ ହୋଇ ନାମାଙ୍କନପତ୍ର ଦାଖଲ କରିଥିଲେ। ଅରୋପ୍ରସାଦ କହିଛନ୍ତି, କଂଗ୍ରେସର କେତେଜଣ ଲୋକ ଭିତିରିଆ ବିଜେଡି ସହିତ ସମ୍ପର୍କରେ ରହିଥିଲେ। ସେମାନେ ବିଜେଡି ନେତୃତ୍ୱଙ୍କଠାରୁ ଟଙ୍କା ଆଣି କଂଗ୍ରେସ ବିରୋଧରେ କାମ କରୁଥିଲେ। ପ୍ରତି ନିର୍ବାଚନରେ ଏଭଳି ଦଳବିରୋଧୀ କାମ କରୁଥିଲେ। ଏଥର ମଧ୍ୟ ସେହିଭଳି ମନ୍ଦ ଉଦ୍ଦେଶ୍ୟ ରଖିଥିଲେ। ସେମାନଙ୍କ ଅସଲ ମୁଖା ଖୋଲିଯିବାରୁ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି। ଏବେ ପୁରୀ କଂଗ୍ରେସରେ କୌଣସି କନ୍ଦଳ ନାହିଁ। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଦୀର୍ଘବର୍ଷ ଧରି କ୍ଷମତାରେ ରହିଥିବାବେଳେ ଭାଜପା ପ୍ରାର୍ଥୀ ମଧ୍ୟ ପୁରୀ ପୌରସଂସ୍ଥାର ନଗରପାଳ ରହିଥିଲେ। ଉଭୟେ ପୁରୀ ସହର ପାଇଁ କ’ଣ କାମ କରିଛନ୍ତି ତାହା ସହରବାସୀ ଭଲ ଭାବେ ଜାଣନ୍ତି। କେନ୍ଦ୍ରରେ ମୋଦି ସରକାର ହୁଅନ୍ତୁ କି ଓଡ଼ିଶାରେ ବିଜେଡି ସରକାର, ସେମାନେ ତୃଣମୂଳସ୍ତରର ଲୋକଙ୍କ ପାଇଁ ସେମିତି କୌଣସି ଯୋଜନା କରୁନାହାନ୍ତି। କଂଗ୍ରେସ ସରକାର ଚାଷୀ ଏବଂ ଚାଷର ବିକାଶ ଚିନ୍ତା କରୁଛି ବୋଲି ଅରୋପ୍ରସାଦ କହିଛନ୍ତି।
ଅନ୍ୟପକ୍ଷରେ ଭୋଟରମାନେ କେତେକ ପ୍ରସଙ୍ଗ ଉଠାଉଛନ୍ତି। ଭୋଟର ସରୋଜ କୁମାର ବେହେରା କହିଛନ୍ତି, ପୁରୀ-କୋଣାର୍କ ରାସ୍ତା ସିଦ୍ଧମହାବୀର ଲେଭଲ କ୍ରସିଂଠାରେ ରେଳ ଓଭରବ୍ରିଜ୍‌ ନିର୍ମାଣ ପୁରୀବାସୀଙ୍କ ଦୀର୍ଘଦିନର ଏକ ଦାବି। ହେଲେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି। ଗୋଟିଏ ଟ୍ରେନ୍‌ ପାସ୍‌ କରିବା ପାଇଁ ଯେତିକି ସମୟ ଫାଟକ ପଡୁଛି ସେହି ସମୟ ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ଜାମ୍‌ ହୋଇଯାଉଛି। ଫାଟକ ଉଠିବା ପରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡୁଛି। ତେଣୁ ଏହି ପ୍ରସଙ୍ଗ ଏଥର ମତଦାନକୁ ପ୍ରଭାବିତ କରିବ। ଅନ୍ୟ ଜଣେ ଭୋଟର ଶ୍ୟାମପ୍ରକାଶ ସେନାପତି କୁହନ୍ତି, ପୁରୀ ସହରର ଏକ ପ୍ରମୁଖ ସମସ୍ୟା ହେଉଛି ଡ୍ରେନେଜ ବ୍ୟବସ୍ଥା। ବର୍ଷା ହେଲେ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇ ନ ଥାଏ। ବଡ଼ଦାଣ୍ଡ ସମେତ ବିଭିନ୍ନ ସାହି, ଗଳିରେ ସ୍ଥିତି ସଙ୍ଗିନ ହୋଇପଡେ। ତେଣୁ ଏହାକୁ ଏକ ପ୍ରସଙ୍ଗ ଭାବି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ବୋଲି ସେ ଭାବୁଛନ୍ତି।

ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri