ମଣ୍ଡିରେ ଧାନ, ଚିନ୍ତାରେ ଚାଷୀ

ସୋନପୁର, ୩୦।୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ପଡି ରହିଛି। ମିଲର୍ସମାନେ ଧାନ ଉଠାଉ ନାହାନ୍ତି। ଜିଲାର ଉଲୁଣ୍ଡା ବ୍ଲକର ଯାଲୋଏ, ଡୁଙ୍ଗୁରିପାଲି ବ୍ଲକର ଇଛାପୁର, ମାୟାବାର୍ହା, ସହଲା ଓ ବେହେରାମାଲ ମଣ୍ଡିରେ ହଜାର ହଜାର ଧାନ ବସ୍ତା ଖୋଲା ଆକାଶ ତଳେ ପଡିରହିଛି। ବର୍ଷାରେ ଧାନ ଭିଜିଥିବା ସହଲା ଓ ଯାଲୋଏ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି। କେତେକ ସ୍ଥାନରେ ଟାର୍ଗେଟ୍‌ ନଥିବା କହି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଇସ୍ୟୁ କରୁନାହାନ୍ତି। ମଣ୍ଡିକୁ ନ ଆସି ବ୍ୟବସାୟୀଙ୍କ ଧାନ ସିଧାସଳଖ ମିଲ୍‌କୁ ଯାଉଛି। ପ୍ୟାକ୍ସ ସମ୍ପାଦକ, ବ୍ୟବସାୟୀ ଓ ମିଲର୍ସ ମୁନାଫା କମାଉଛନ୍ତି। ୩୦ ତାରିଖଠାରୁ ସୁବର୍ଣ୍ଣପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବହୁ ପରିଶ୍ରମ କରି ଫସଲ ଅମଳ କରିଥିବା ଚାଷୀ ଧାନ ବିକ୍ରି ପାଇଁ ଏବେ ଚିନ୍ତାରେ ପଡିଛନ୍ତି। ରାଜ୍ୟ ସରକାର ଜୁନ୍‌ ୩୦ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଚାଷୀଙ୍କ ବଳକା ଧାନ କିଣିବେ। ଏ ସମ୍ପର୍କିତ ଚିଠି ପ୍ରଶାସନ ନିକଟରେ ପହଞ୍ଚତ୍ଛି। ତେଣୁ ଟାର୍ଗେଟ୍‌ ଥିଲେ ମଧ୍ୟ ଜିଲା ପ୍ରଶାସନ ଆଉ ଧାନ କିଣିପାରିବ ନାହିଁ। ଯାଲୋଏ ଅଞ୍ଚଳର ବହୁ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ଥିବାରୁ ତାହା ଗୋଟିଏ ଦିନରେ କିଭଳି କିଣାଯିବ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ମେ ୧୫ତାରିଖରୁ ଜିଲାରେ ଆରମ୍ଭ ହୋଇଥିଲା ଧାନକିଣା। ଚଳିତ ରବି ଋତୁରେ ସରକାର ଏହି ଜିଲାରୁ ୨୭ ଲକ୍ଷ କୁଇଣ୍ଟାଲ୍‌ ଧାନ କିଣିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ପରେ ହ୍ରାସ କରି ୨୩ ଲକ୍ଷ ୮୨ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ୍‌ ଦେଇଥିଲେ। ଫଳରେ ଚାଷୀଙ୍କ ବଳକା ଧାନ ବିକ୍ରି ନ ହୋଇ ରହିଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜିଲାରେ ୨୨ଲକ୍ଷ ୯୩ ହଜାର କୁଇଣ୍ଟାଲ ଧାନ କିଣାଯାଇଛି। ୪୮ଟି ପ୍ୟାକ୍ସ ଜରିଆରେ ଚାଷୀଙ୍କଠାରୁ ଧାନ କିଣାଯାଇଥିଲା। କେତେକ ପ୍ୟାକ୍ସ ବିଳମ୍ବରେ ଧାନ କିଣିବାରୁ ଏହି ପ୍ରକ୍ରିୟା ଧିମେଇ ଯାଇଥିଲା। ଜିଲାର ୪୧ଟି ମିଲର୍ସ ଓ ସମ୍ବଲପୁର ଜିଲାର ୭ଟି ମିଲର୍ସ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସରକାର ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୧୭୫୦ଟଙ୍କା ଧାର୍ଯ୍ୟ କରିଥିବା ବେଳେ ମିଲର୍ସମାନେ ଧାନର ମାନ ଠିକ୍‌ ନଥିବା କହି କଟନି ଛଟନି କରିବାରୁ ଚାଷୀ କ୍ଷତି ସହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକରା କୁହନ୍ତି ମଣ୍ଡିରୁ ଧାନ ଉଠାଇବା ପାଇଁ ଗାଡି ପଠାଯାଇଛି। ରବିବାର ଅଧିକ ଗାଡି ପଠାଯାଇ ମଣ୍ଡିରେ ଥିବା ଚାଷୀଙ୍କ ଧାନ କିଣାଯିବା ପାଇଁ ଚେଷ୍ଟା କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କଓ୍ବୋଇରେ ସାମିଲ ହେବେ ୧୨,୩୯୮ କେନ୍ଦୁପତ୍ର ତୋଳାଳି

ସମ୍ବଲପୁର,୩ା୩(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ଡିଭିଜନରେ କେନ୍ଦୁପତ୍ର ତୋଳାଳି ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ରେ ସାମିଲ ହୋଇ ଚିକିତ୍ସା ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ...

ନୂଆପଡ଼ାରେ ଢୋଲକିଆ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡିର ରାଜେନ୍ଦ୍ର କୁମାର ଢୋଲକିଆ ଆଗରେ ରହିଛନ୍ତି। ଢୋଲକିଆ ୨୦୧୫୪ ଭୋଟ...

ହାତୀ ସୁରକ୍ଷା ପାଇଁ ବିଦ୍ୟୁତ୍‌ କାଟ

ସମ୍ବଲପୁର,୧୫।୧୨(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଉପକଣ୍ଠ ଅଞ୍ଚଳରେ କିଛିଦିନ ହେବ ହାତୀ ଚଳାଚଳ ବୃଦ୍ଧି ପାଇଛି। ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ...

ମୃତ୍ୟୁ ପୂର୍ବରୁ ନିଶାରେ ଥିଲେ ଚିନ୍ମୟୀ: ଭିସେରା ରିପୋର୍ଟ

ସମ୍ବଲପୁର, ୨୫ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାଣିରେ ବୁଡି ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଓ ଡାଏଟନ୍‌ ରିପୋର୍ଟରେ...

ମହାନଦୀରେ ଯୁବତୀ ଭାସିଯିବା ଘଟଣା: ୭୨ ଘଣ୍ଟା ପରେ ବି ମିଳିନି ପତ୍ତା

ସମ୍ବଲପୁର,୯ା୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀକୁ ଗାଧୋଇବାକୁ ଯାଇ ରବିବାର ୬ ଯୁବତୀ ନଦୀରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର...

ଡାକ୍ତରଙ୍କୁ ମାଡ଼ ମାରି ବନ୍ଧା ହେଲେ

କୁଚିଣ୍ଡା,୧୮ା୬(ଡି.ଏନ.ଏ.): କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଜଣେ ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟଜଣେ ଅଭିଯୁକ୍ତ...

ବିଜିଆର୍‌ ଠିକାକର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଲଖନପୁର,୧।୫(ଡି.ଏନ୍‌.ଏ.)- ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ଲଖନପୁର କୋଇଲାକ୍ଷେତ୍ର ସମ୍ପ୍ରସାରଣରେ ନିୟୋଜିତ ହୋଇଛି ବିଜିଆର୍‌ ମାଇନିଂ ଆଣ୍ଡ୍‌ ଇନ୍‌ଫ୍ରା ଲିଃ ନାମକ ଠିକାସଂସ୍ଥା| ଏହି ଠିକାସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ...

ଆଜି ଗଣପର୍ବ ନୂଆଁଖାଇ: ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ

ସମ୍ବଲପୁର, ୨୩।୮ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ରବିବାର ପାଳିତ ହେବ। ମହାମାରୀ କରୋନା ସତ୍ତ୍ବେ ଗଣପର୍ବ ଲାଗି ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇ...

Advertisement
Archives

Model This Week