ମଣ୍ଡିରୁ ଧାନ ନ ଉଠିବାରୁ ଅଭିନବ ପ୍ରତିବାଦ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀ ଖାଇଲେ ପଖାଳ

ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ବୁଧବାର ଚାଷୀ ଘରୁ ପଖାଳ ଧରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହିତ ଧାନ ଉଠାଣ ଦାବି କରିଛନ୍ତି। ଏଥିରେ ସାହ୍ଲେପାଲି ଅଞ୍ଚଳର ବହୁସଂଖ୍ୟକ ଚାଷୀ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ଭେଡେନ ବ୍ଲକ ଅନ୍ତର୍ଗତ ଅରେଇଗଡ଼ି ପଞ୍ଚାୟତ ଅଧୀନ ସାହ୍ଲେପାଲି ଅଞ୍ଚଳର ଚାଷୀମାନେ ସେମାନଙ୍କ ଅମଳ ଧାନ ବିକ୍ରି ପାଇଁ ମଣ୍ଡିରେ ପକାଇଥିଲେ ସୁଦ୍ଧା ଦୀର୍ଘଦିନ ଧରି ତାହା ସେଠାରେ ପଡି ରହିଛି। ଏ ନେଇ ଚାଷୀମାନେ ବରଗଡ଼ ଜିଲାପାଳଙ୍କ ଅଫିସକୁ ବାରମ୍ବାର ଯାଇ ଅବଗତ କରିଥିଲେ ହେଁ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ବାରମ୍ବାର ବର୍ଷା ହେଉଥିବା ଯୋଗୁ ମଣ୍ଡିରେ ପଡିଥିବା ଧାନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଚାଷୀ ଧାନ ଉଠାଣରେ ପ୍ରଶାସନର ଅପାରଗତାର ଅଭିନବ ପ୍ରତିବାଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ନିବେଦନ କରି ବନ ବିଭାଗ କର୍ମଚାରୀ ଗିରଫ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆସ୍ଥିତ ବନ ବିଭାଗରେ ଟ୍ରେନିଂ ନେଉଥିବା ସହକର୍ମୀ ଯୁବତୀଙ୍କୁ ଏକତରଫା ପ୍ରେମ ନିବେଦନ କରି ହଇରାଣ କରୁଥିବା ଯୁବକଙ୍କୁ...

ଢେଙ୍କାନାଳରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ ଅଫିସ,୨୪ା୫: ଜିଲାରେ ରବିବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା। ତାଙ୍କ ବୟସ ୩୫ ବର୍ଷ। ସେ...

୮ବର୍ଷ ହେଲା ମରାମତି ହେଉନି ରାସ୍ତା: ଦୃଷ୍ଟି ଦେଉନି ବିଭାଗ, ବଢୁଛି ଦୁର୍ଘଟଣା

ଜେନାପୁର,୧୯ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥଠାରୁ ଗୋଡ଼ିପାଟିଆ ଦେଇ ଜେନାପୁର ଲେବୁଲ କ୍ରସିଂ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ...

ଚିଲିକାରେ ସରିଲା ପକ୍ଷୀ ଗଣନା: ଅନୁକୂଳ ପାଗ ଯୋଗୁ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି

ବାଲୁଗାଁ,୬ା୧(ଡି.ଏନ୍‌.ଏ.): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ରବିବାର ସମଗ୍ର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ବିଭାଗ...

ସାକ୍ଷୀଗୋପାଳ ବ୍ୟାଙ୍କ, ବଜାର ବୁଲି ଲକ୍‌ଡାଉନ ସ୍ଥିତି ପରଖିଲେ ସ୍ବତନ୍ତ୍ର ଅଧିକାରୀ

ସାକ୍ଷୀଗୋପାଳ, ୧୭।୪(ଡି.ଏନ୍‌.ଏ): କରୋନା ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଲକ୍‌ଡାଉନ ଜାରିରହିଛି। ଏହି ଅବସରରେ କରୋନା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ପୁରୀ ଜିଲା ସାକ୍ଷୀଗୋପାଳରେ ପହଞ୍ଚି...

ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ

ଚୌଦ୍ୱାର,୧୫।(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱାର...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୭୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୧।୯(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୭୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୨୦, ପୁରୀରୁ ୨୫୬,...

ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ତେଲକୋଇ/ପରଜଙ୍ଗ, ୨୧।୮(ଡି.ଏନ୍‌.ଏ.): ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ନେଇଛି। ହାତୀ ଦୌରାତ୍ମ୍ୟରେ ଜଙ୍ଗଲତଳି ଅଞ୍ଚଳବାସୀ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସମ୍ପୃକ୍ତ...

Coronavirus Update

Archives

Model This Week

Why Dharitri