ମଡେଲିଂରୁ ଅଭିନୟ : ଯୁବପ୍ରତିଭା ସୌମ୍ୟରଞ୍ଜନ

ବାରିପଦା ଅଫିସ,୨୬।୫- ପାଠପଢ଼ା ସହିତ ଜଣେ ସଫଳ ଅଭିନେତା ହେବାକୁ ପିଲାଦିନୁ ସେ ସ୍ବପ୍ନ ଦେଖିଥିଲେ। ଏହି ସ୍ବପ୍ନକୁ ସାକାର କରିବା ଲାଗି ସେ ନିରନ୍ତର ପ୍ରୟାସ କରି ଆସିଥିଲେ। ପାଠ ପଢା ପରେ ପ୍ରଥମେ କ୍ୟାମେରାରେ ନିଜ ଫଟୋ ଉଠାଇ ମଡେଲିଂ ଆରମ୍ଭ କରିଥିଲେ। ତାଙ୍କର ସାଙ୍ଗ ଶୁଭମ ପାଢ଼ୀ ଏକ ଫିଲ୍ମର ପ୍ରଯୋଜନା କରିବାରୁ ସେଥିରେ ତାଙ୍କୁ ପ୍ରଥମ ଥର ଅଭିନୟ କରିବାର ସୁଯୋଗ ମିଳିଥିଲା। ଚନ୍ଦନ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ତୁମକୁ ଦେଖିଲା ପରେ’ ଫିଲ୍ମରେ ସେ ସୁନ୍ଦର ଅଭିନୟ କରି ସାଉଁଣ୍ଟି ଥିଲେ ପ୍ରଶଂସା। ସେବେଠାରୁ ଆଉ ପଛକୁ ଚାହିଁ ନାହାନ୍ତି ଏହିଯୁବ ପ୍ରତିଭା ସୌମ୍ୟରଞ୍ଜନ କାନୁନ୍‌ଗୋ (୩୦) । ଓନଲି ପ୍ୟାର, ସୁନ୍ଦରଗଡର ସଲମନ ଖାନ ଓ ଖୁସି ଭଳି ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତିି। ଏବେ କାଳିଜାଈ ନାମକ ଏକ ଧାରାବାହିକରେ ମଧ୍ୟ ଅଭିନୟ କରୁଛନ୍ତି। ତାଙ୍କରି ଅଭିନୀତ ଅନ୍ୟ ଏକ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହିଛି।
ରାଜ୍ୟର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପରିଚୟ ଲାଭ କରିଥିବା ବାରିପଦା ସହର ୫ ନମ୍ବର ୱାର୍ଡ ଅଧୀନ କେଏମବିଏମ ସାହିରେ ସୌମ୍ୟରଞ୍ଜନଙ୍କ ଘର। ସ୍ବର୍ଗତ ଦିଲୀପ କୁମାର କାନୁନଗୋ ଓ ସ୍ବର୍ଗତ ଆରତୀ କାନୁନଗୋଙ୍କର ସେ ଏକମାତ୍ର ପୁଅ । ତାଙ୍କର ଦୁଇ ବଡ ଭଉଣୀ ବିବାହ କରିସାରିଛନ୍ତି। ସୌମ୍ୟରଞ୍ଜନ ତାଙ୍କ ବାଲ୍ୟ ଶିକ୍ଷା ବାରିପଦା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିଥିଲେ। ବାରିପଦାର କେଏମବିଏମ ସିନେମା ହଲ ନିକଟରେ ତାଙ୍କ ଘର ହୋଇଥିବାରୁ ପିଲାବେଳୁ ଫିଲ୍ମ ଦେଖି କଳା ପ୍ରତି ରୁଚି ରଖିଥିଲେ। ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଭାଗନେବା ସହ ଅଭିନୟ କରୁୁଥିଲେ। ପରେ ତାଙ୍କୁ ଘାରିଥିଲା ଅଭିନୟ ନିଶା । ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ ଓ ହର ପଟ୍ଟନାୟକଙ୍କ ଫିଲ୍ମ ଦେଖିବାକୁ ସେ ଘରୁ ଲୁଚି ଲୁଚି ସିନେମା ହଲକୁ ଚାଲି ଯାଉଥିଲେ। ଘରେ କାହାକୁ ନ କହି ଫିଲ୍ମ ଦେଖିବାକୁ ଚାଲି ଯାଉଥିବାରୁ କେତେଥର ଏଥିଲାଗି ମା’ ଓ ବାପାଙ୍କ ଠାରୁ ଗାଳି ଶୁଣିଛନ୍ତି। ସପ୍ତମ ଶ୍ରେଣୀରେ ପଢ଼ିବା ବେଳେ ତାଙ୍କ ମା’ ଆରତି ଆରପାରିକୁ ଚାଲି ଯାଇଥିଲେ। ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ତାଙ୍କ ବାପା ଦିଲୀପଙ୍କର ଗତ ୨୦୧୭ରେ ଦେହାନ୍ତ ଘଟିଥିଲା। ଏବେ ତାଙ୍କର ସଫଳତା ସମୟରେ ମା’ ଓ ବାପା ତାଙ୍କ ନିକଟରେ ନାହାନ୍ତି। ତଥାପି ମା’ବାପାଙ୍କ ତାଗିଦ ଓ ସ୍ନେହ ତାଙ୍କୁ ଅଭିନୟ ଜଗତରେ ସଫଳ ହେବାକୁ ପ୍ରେରଣା ଯୋଗାଇଛି। ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ମିଳିଲେ, ସେମାନେ ଲକ୍ଷ୍ୟ ପଥରେ ଆଗକୁ ବଢି ପାରିବେ ବୋଲି ସୌମ୍ୟରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri