Posted inଜାତୀୟ

ମଞ୍ଚରେ ବଂଶୀ ବଜାଇଲେ ତେଜ ପ୍ରତାପ

ବୈଶାଳି, ୨୧।୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ରାଜନୀତି ଅପେକ୍ଷା ଭିନ୍ନ ଅନ୍ଦାଜକୁ ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି। କେତେବେଳେ ହିରୋ ତ ଆଉ କେତେବେଳେ ଶିବଭକ୍ତ ଭାବେ ସେ ଦେଖାଯାନ୍ତି। ଶୁକ୍ରବାର ମହାଶିବରାତ୍ରୀ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ କୃଷ୍ଣଙ୍କ ଭଳି ବଂଶୀ ଫୁଙ୍କିଛନ୍ତି ଶିବଭକ୍ତ ତେଜପ୍ରତାପ। ବୈଶାଳି ଜିଲାର ଗଙ୍ଗାଜଳ ଗ୍ରାମରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ପହଞ୍ଚି ମଞ୍ଚରେ ବଂଶୀ ବଜାଇ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ପ୍ରଥମେ ସ୍ଥାନୀୟ ଲୋକଙ୍କୁ ସମ୍ବୋଧିତ କରି କହିଥିଲେ, ୨୦୨୦ରେ କାହାର ବଦ୍ଧ ହେବ? ଏହାପରେ ଉପସ୍ଥିତ ଲୋକେ କହିଥିଲେ, ନୀତିଶ ବଦ୍ଧ ହେବ। ୨୦୨୦ରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି। ଏହାକୁ ନେଇ ରାଜନୀତି ସରଗରମ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ତେଜ ପ୍ରତାପ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ମକର ସଂକ୍ରାନ୍ତି ଦିନ ତେଜ ପ୍ରତାପ ଭଗବାନ ଶ୍ରୀକୃଷ୍ଣଙ୍କ ରୂପ ଧାରଣ କରିଥିଲେ। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା କମିଲା…

ନୂଆଦିଲ୍ଲୀ, ୩୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଲାଞ୍ଚ ପାଇଁ ଫେରାଇଦେଲା ହସ୍ପିଟାଲ, ରାସ୍ତାରେ ମୃତ ସନ୍ତାନକୁ ଜନ୍ମଦେଲେ

ଭୋପାଳ,୨୭।୧: ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲାସ୍ଥିତ ଏକ ସରକାରୀ ହସ୍ପିଟାଲ ଚିକିତ୍ସା କରିବାକୁ ମନା କରି ଫେରାଇ ଦେବାରୁ ମଙ୍ଗଳବାର ଜଣେ ମହିଳା ରାସ୍ତାରେ ମୃତ ସନ୍ତାନ...

ଦିଲ୍ଲୀ ପ୍ରଦୂଷଣ ରୋକିବାକୁ ସରକାର ଯଜ୍ଞ କରନ୍ତୁ, ଇନ୍ଦ୍ର ଭଗବାନ ସବୁ ଠିକ୍‌ କରିଦେବେ: ଭାଜପା ମନ୍ତ୍ରୀ

ଲକ୍ଷ୍ନୌ,୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ହ୍ରାସ କରିବା ଲାଗି ଭାଜପାର ଜଣେ ମନ୍ତ୍ରୀ ଏକ ଅଜବ ଯୁକ୍ତି...

ବୋହୂଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ନେଲେ ଏମିତି ନିଷ୍ପତ୍ତି

ଗୁରୁଗାଓଁ,୨୫।୧୨: ଦିଲ୍ଳୀର ଗୁରୁଗାଓଁରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ ଘରେ କାମ କରୁଥିବାବେଳେ ଜଣେ ମହିଳାଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ଏବଂ ଦିଅର...

କର୍ମଚାରୀଙ୍କୁ ଦରମା ଦେବାକୁ କେନ୍ଦ୍ରକୁ ୫ ହଜାର କୋଟି ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ସରକାରଙ୍କ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ। ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ୫ ହଜାର କୋଟିର ସହାୟତା ମାଗିଛନ୍ତି। ଏସମ୍ପର୍କରେ...

ସିଂହ ପଛରେ ବାଇକ୍‌ ଧରି ଗୋଡାଉଥିଲେ ଯୁବକ, ଆଉ ତା ପରେ

ଗୁଜୁରାଟର ଜୁନାଗଡରେ ଦୁଇଜଣ ବାଇକ ଆରୋହୀ ଏକ ସିଂହ ପଛରେ ଗୋଡାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଜଙ୍ଗଲ ଅଧିକାରୀମାନେ ଉଭୟ ଯୁବକଙ୍କୁ...

ମତେ ମାରିବା ପାଇଁ ଲାଲୁ କରିଥିଲେ ତନ୍ତ୍ର ପୂଜା: ସୁଶିଲ ମୋଦି

ପାଟନା, ୨୫।୧୦: ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମତେ ମାରିବା ପାଇଁ ଲାଲୁ...

କୂଅରେ ପଡ଼ି ୪ ମୃତ, ୧୩ ନିଖୋଜ

ବିଦିଶା (ଏମ୍‌ପି), ୧୭।୭: ମଧ୍ୟପ୍ରଦେଶର ବିଦିଶା ଜିଲା ଗଞ୍ଜବାସୌଦାର ଏକ କୂଅରେ ପଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଛି। କୂଅଟିରେ ଏକ ବାଳିକା ଖସିପଡ଼ିଥିବାବେଳେ ତାଙ୍କୁ...

Advertisement
Archives

Model This Week