ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର କ୍ୟୁରିଓସିଟି ସେଠାକାର ବାୟୁମଣ୍ଡଳରେ ଅମ୍ଳଜାନ ଥିବା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି। ଏପରି ସୂଚନା ବୈଜ୍ଞାନିକମାନଙ୍କ ମଙ୍ଗଳରେ ଜନବସତି ସ୍ଥାପନ ସମ୍ପର୍କିତ ଗବେଷଣାକୁ ଆଉ ଗୋଟିଏ ପାଦ ଆଗକୁ ନେଇଛି।
ମଙ୍ଗଳରେ ଜୀବନ ସମ୍ଭବ କି ? ଏପରି ପ୍ରଶ୍ନକୁ ନେଇ ଏବେ ସାରା ବିଶ୍ୱବାସୀଙ୍କ ମଧ୍ୟରେ ଲାଗି ରହିଛି ଉତ୍କଣ୍ଠା। ଏପରି ସ୍ଥିତିରେ ନାସା ପକ୍ଷରୁ ୨୦୧୧ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବା ମଙ୍ଗଳ ମିଶନ ଏକ ବଡ଼ ସଫଳତା। ବର୍ଷର ପ୍ରାରମ୍ଭରେ ନାସା ପକ୍ଷରୁ କୁହାଯାଇଥିଲା, ମଙ୍ଗଳର ବାତାବରଣର ଉପରସ୍ତରରେ ମିଥେନ ରହିଛି। ଜୀବନର ସଞ୍ଚାର ପାଇଁ ମିଥେନକୁ ଏକ ପ୍ରମୁଖ ଉପାଦାନ ଭାବେ ଗଣନା କରାଯାଏ। ଏବେ ମଙ୍ଗଳ ପୃଷ୍ଠରେ ଅମ୍ଳଜାନ ମିଳିବା ସୂକ୍ଷ୍ମ ଜୀବଙ୍କ ଉପସ୍ଥିତିକୁ ଅଣଦେଖା କରାଯାଇ ନ ପାରେ। ଏ ସମ୍ପର୍କରେ କ୍ୟୁରିଓସିଟି ଏବେ ଅଧିକ ଗବେଷଣା ଆରମ୍ଭ କରିଛି।
ସୂଚନାଯୋଗ୍ୟ, କ୍ୟୁରିଓସିଟିର କେମେଷ୍ଟ୍ରୀ ଲାବ୍‌ ଗେଲ କ୍ରେଟରରେ ଥିବା ଗ୍ୟାସ୍‌କୁ ପରୀକ୍ଷା କରିଥିଲା। ସେଠାରେ ୯୫% କାର୍ବନ ଡାଇଅକ୍ସାଇଡ, ୨.୬% ନାଇଟ୍ରୋଜେନ, ୧.୯ % ଅର୍ଗନ, ୦.୧୬% ଅକ୍ସିଜେନ, ୦.୦୬% କାର୍ବନ ମନୋକ୍ସାଇଡ ଥିବା ଜଣାପଡ଼ିଛି। ଏହି ଗ୍ୟାସ୍‌ର ଅନୁପାତ ସମୟକ୍ରମେ ବଦଳୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଠାରେ ଥିବା ଅମ୍ଳଜାନ ସବୁଠାରୁ ଅଧିକ ପରିମାଣରେ ବଦଳୁଛି। ବସନ୍ତ ଏବଂ ଗ୍ରୀଷ୍ମ ସମୟରେ ଏହା ୩୦% ଯାଏ ବୃଦ୍ଧି ପାଉଛି। ଶୀତ ସମୟରେ ଏହା ପୁଣି ହ୍ରାସ ପାଉଛି। ଏପରି ପରିବର୍ତ୍ତନ ପାଇଁ କେତେକ ଭୂବୈଜ୍ଞାନିକ ପ୍ରକ୍ରିୟା ଦାୟୀ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଉପରୁ ଶୀଘ୍ର ପରଦା ହଟିବ ଏବଂ ଏଥିଲାଗି ପ୍ରୟାସ ଜାରି ରହିଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri