ଭୋଡ୍‌କା ପିଇଲେ ହେବନାହିଁ କରୋନା: ବେଲାରୁସ୍‌ ରାଷ୍ଟ୍ରପତି

ମସ୍କୋ,୩୧।୩: ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଆଦେଶ କ୍ରମେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାରଠାରୁ ରାଜଧାନୀ ମସ୍କୋରେ ଲକ୍‌ଡାଉନ୍‌ ପାଳନ କରାଯାଇଛି। ହେଲେ ରୁଷକୁ ଲାଗିଥିବା ଏକ ଦେଶ ବେଲାରୁସ୍‌ କିନ୍ତୁ କରୋନା ସଂକ୍ରମଣକୁ ଖୁବ୍‌ ହାଲ୍‌କା ଭାବେ ନେଇଛି। ବେଲାରୁସ୍‌ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେନକୋ ଲକ୍‌ଡାଉନ୍‌ ପାଳନ ନ କରିବା ସହ କହିଛନ୍ତି ଭୋଡ୍‌କା ପିଇଲେ ଓ ହକି ଖେଳିଲେ କରୋନା ହେବ ନାହିଁ। ସିଏନ୍‌ଏନ୍‌ର ରିପୋର୍ଟ ଅନୁଯାୟୀ, ସୋମବାର ରାଷ୍ଟ୍ରପତି ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ କହିଛନ୍ତି କରୋନାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଭୋଡ୍‌କା ପିଅନ୍ତୁ ଓ ହକି ଖେଳନ୍ତୁ ଅର୍ଥାତ୍‌ ଦେହରୁ ଝାଳ ବୁହାନ୍ତୁ ଓ ପାରମ୍ପରିକ ସୋନା ବାଥ୍‌ ନିଅନ୍ତୁ ତେବେ ଯାଇ କରୋନା ଦୂରେଇ ଯିବ। ସୂଚନାଯୋଗ୍ୟ,ବେଲାରୁସରେ ଏପର୍ଯ୍ୟନ୍ତ ପାଖାପାଖି ୧୫୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେଠାରେ ଲକ୍‌ଡାଉନ୍‌ ଘୋଷଣା କରା ନ ଯିବା ଏବେ ଅନ୍ୟମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାସହ ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଅନେକଙ୍କର ଭୃକୁଞ୍ଚନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାରେ ଥିଲା ପାକିସ୍ତାନ ରାଜନାଥ କହିଲେ ଏମିତି କଥା, ଲାଗିଲା ଜୋରଦାର ଝଟକା

ନୂଆଦିଲ୍ଲୀ,୨୮।୪: ଏସସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଭାରତ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲା, ବିଶେଷକରି ପହଲଗାମ ଆକ୍ରମଣକୁ ଉଲ୍ଲେଖ କରି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବୈଠକରେ ପାକିସ୍ତାନ…

ସାରା ବିଶ୍ୱରେ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ହେଉଥିବା ବେଳେ, କାହିଁକି ଭାରତରେ ସ୍ଥିର ରହିଛି ଦାମ୍‌? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୮।୪: ଇରାନ ସଙ୍କଟ ପରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ଖୋଲିବ…

ଭୁବନେଶ୍ୱର,୨୮।୪: ରାଜ୍ୟରେ ଖୁବଶୀଘ୍ର ହିଟ୍‌ ୱେଭ ସେଣ୍ଟର ଖୋଲିବେ ସରକାର ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଆଗକୁ ଗ୍ରୀଷ୍ମ ପ୍ରଭାବ ବଢ଼ିବ,…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

ଦଳ ଛାଡିବେ ପଞ୍ଜାବର AAP ବିଧାୟକ? ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ନେଲେ ବଡ଼ ନିଷ୍ପତ୍ତି

ଚଣ୍ଡଗଡ଼,୨୮।୪: ଆମ ଆଦମୀ ପାର୍ଟି (AAP)ର ସାତ ଜଣ ମପି (ସାଂସଦ) ବିଦ୍ରୋହୀ ମନୋଭାବ ଗ୍ରହଣ କରି ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ଏହି ଘଟଣା…

ଗାଁ ମୁହାଁ ଭାଜପା ନେତା କର୍ମୀ: ଗାଁ ଚାଲ ଅଭିଯାନରେ…

ନନ୍ଦପୁର/ପାଡୁଆ,୨୮ା୪ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଭାଜପା କର୍ମୀଙ୍କ ପକ୍ଷରୁ ଜୋଲାପୁଟ ଜଳଭଣ୍ଡାରର ଜଳଘେରି ପରିବେଷ୍ଟିତ ପରଜାବଡ଼ପଡ଼ା ପଞ୍ଚାୟତ ସଦର ମହକୁମାରେ…

ଗାଁରେ ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ହାଣିଲେ ମଦ ବ୍ୟବସାୟୀ

ବୌଦ୍ଧ,୨୮।୪( ଅଜିତ କୁମାର ବାରିକ): ବୌଦ୍ଧ ଥାନା ବାଘପଳି ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା…

ଚାହିଁଲେନି ବିରାଟ କୋହଲି: ଭୋ ଭୋ ହୋଇ କାନ୍ଦି ଏମିତି ନିଷ୍ପତ୍ତି ନେଲେ କୁନି ପ୍ରଶଂସକ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୪: IPL 2026 ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚମତ୍କାର ୯ ଉଇକେଟ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ଲେଅଫ ରେ ସ୍ଥାନ ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri