ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ ତାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହିସାବନିକାଶ ଚାଲିଛି। ଚଳିତଥର ଏହି ନିର୍ବାଚନମଣ୍ଡଳୀରେ ଭୋଟ ହାର ୭୪.୩୬ ଶତକ ରହିଛି। ବିଜେଡି ବିଧାୟକ ପ୍ରାର୍ଥୀ ଭାଗୀରଥି ସେଠୀ ୨୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହେବେ ବୋଲି କର୍ମୀମାନେ ବୁଥ୍‌ସ୍ତରୀୟ ହିସାବ କରି କହୁଛନ୍ତି। ସେହିପରି କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବ ଜେନା ଚଳିତ ନିର୍ବାଚନରେ ଭଲ ଫଳ କରି ବିଜୟୀ ହେବେ ବୋଲି କଂଗ୍ରେସ କର୍ମୀମାନେ ମତପୋଷଣ କରୁଛନ୍ତି।  ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ନିିର୍ବାଚନରେ ଜିତିବେ ବୋଲି ଭାଜପା କର୍ମୀମାନେ ମଧ୍ୟ ଆଶା ପୋଷଣ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୦୧୪ ନିର୍ବାଚନରେ ବିଜେଡିର ମାୟାଧର ଜେନା ୮୨ ହଜାର ୫୨୦ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ଜୟଦେବ ଜେନା ୬୦ ହଜାର ୨୯୬ ଖଣ୍ଡ ଭୋଟ ପାଇଥିଲେ। ଭାଜପାର ଆଲୋକ ସେଠୀ ୧୨ ହଜାର ୬୬୪ ଖଣ୍ଡ ଭୋଟ ପାଇଥିଲେ। ନର୍ବାଚନମଣ୍ଡଳୀ ଅଧୀନରେ ହାଟଡ଼ିହି ବ୍ଲକର ୩୧ଟି ପଞ୍ଚାୟତ , ଆନନ୍ଦପୁର ବ୍ଲକର ୧୮ଟି ପଞ୍ଚାୟତ ଓ ଆନନ୍ଦପୁର ପୌରପରିଷଦର ୧୬ଟି ଓ୍ବାର୍ଡ ରହିଛି। ବିଜେଡି ଏଠାରୁ ଜିତିଲେ ତାହାର ଶ୍ରେୟ ପିସିସି ମୁଖିଆ ଓ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଦିଆଯିବ ବୋଲି କୁହାଯାଉଛି  l କଂଗ୍ରେସ ଜିତିଲେ ବିଜେଡି କର୍ମୀମାନେ ଆତ୍ମଘାତୀ କାର୍ଯ୍ୟ କରିଥିବା ସ୍ପଷ୍ଟ ହେବ ବୋଲି ମତପ୍ରକାଶ ପାଉଛି  l ଭାଜପା ଜିତିଲେ ତାହା ବିଜେଡି ଓ କଂଗ୍ରେସ କଳିରୁ ଫାଇଦା ବୋଲି ଧରାଯିବା ନେଇ ଆଲୋଚନା ହେଉଛି। ତେବେ ଭୋଟ ଗଣତି ପରେ ପ୍ରକୃତ ବିଜୟୀ କିଏ ହେବ ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ପାଇଁ କ୍ୱାର୍ଟର୍ସ ଆଗରେ ସ୍ତ୍ରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୪ା୯: ଅଧିକ ଯୌତୁକ ଦାବି ନେଇ ଜଣେ ରେଲଓ୍ବେ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଶୁକ୍ରବାର ସରକାରୀ ରେଳବାଇ...

ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍‌

କାମାକ୍ଷାନଗର, ୨୭ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପଲୀକାଟେଣୀ ଗ୍ରାମରୁ ସୋମବାର ମଧ୍ୟାହ୍ନରେ ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍‌ ହୋଇଛି।...

କାଲି ଏହି ଜିଲାରେ ବନ୍ଦ ରହିବ ସ୍କୁଲ

ଭଦ୍ରକ ଅଫିସ,୧୯।୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ପରେ ସମ୍ଭାବ୍ୟ ବନ୍ୟାକୁ...

ନାଗପୁରରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା: ତଦନ୍ତ ଦାବି କଲେ ପରିବାର ଲୋକେ

ବାଲିଆପାଳ, ୭।୨(ସ୍ବ.ପ୍ର.)-ନାଗପୁରରେ ସୈନ୍ୟ ବିଭାଗରେ ତାଲିମ ନେଉଥିବା ବସ୍ତା ବ୍ଲକ ବେଗୁନିଆ ଗ୍ରାମର ରାମଚନ୍ଦ୍ର ନାମକ ଯବାନ ଗଛରେ ଫାଶୀ ଲଗାଇ ଆମତ୍ହତ୍ୟା କରିଛନ୍ତ। ତାଙ୍କ...

ଧାର୍ଯ୍ୟ ସମୟ ପୂର୍ବରୁ ମଣ୍ଡିରେ ଧାନକିଣା ବନ୍ଦ କରାଯାଉଛି: କଂଗ୍ରେସ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ଅଭାବୀ ଧାନବିକ୍ରି ଦ୍ୱାରା ଚାଷୀକୁଳ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ମିଲର୍ସ ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ମଣ୍ଡିରୁ ଧାନ...

ସୂଚନା ଅଧିକାର ଆଇନକୁ ଅବମାନନା

ନୀଳଗିରି, ୨୨।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌...

ନନ୍ଦନକାନନ ପାଳିଲା ବ୍ୟାଘ୍ର ଦିବସ

ବାରଙ୍ଗ,୩୦।୭(ଡି.ଏନ.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଧବାର ଅନ୍‌ଲାଇନ ମାଧ୍ୟମରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରିଛି। କରୋନା ଲାଗି ନନ୍ଦନକାନନ ବନ୍ଦ ଥିବାବେଳେ ବ୍ୟାଘ୍ର ସଂରକ୍ଷଣର...

୭ ଜିଲାକୁ ପ୍ରବଳ ବର୍ଷା: ରାତି ସାଢ଼େ ୮ଟା ଯାଏ ସତର୍କ ସୂଚନା ଜାରି

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଛି। ବଙ୍ଗୋପସାଗରରୁ ସ୍ଥଳଭାଗ ଆଡକୁ ବାୟୁ ପ୍ରବାହ ହେଉଛି ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଉତ୍ତର...

Advertisement
Archives

Model This Week