ଭୋକ ଭୁଲିଛି ବେସାହାରା ହଜାରୀ

ଭଞ୍ଜନଗର,୪।୬(ଡି.ଏନ.ଏ)- ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଟୋକାଗଣ୍ଡାର ମାନସିକ ଅନଗ୍ରସହ ହଜାରୀ ନାୟକ(୧୭)। ୨ ବର୍ଷ ହେଲା ସେ ବେସାହାର ହୋଇପଡ଼ିଛନ୍ତି। ପେଟରେ ଭୋକ ଥାଇ ମଧ୍ୟ ମାନସିକ ଅନଗ୍ରସହ ହଜାରୀ କାହାକୁ କହିପାରୁନାହଁାନ୍ତି। ସମ୍ପର୍କୀୟ ଭାଇ କିମ୍ବା ସାହିପଡିଶା କିଏ ମୁଠେ ଦେଲେ ଖାଆନ୍ତି ନ ହେଲେ ଉପାସରେ ଦିନ କଟେ। ଲକ୍‌ଡାଉନ୍‌ ଯୋଗୁ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦୃଷ୍ଟିକୁ ଆସିଥିଲେ ମଧ୍ୟ ସେମାନେ ତାଙ୍କୁ ଥଇଥାନ କରିପାରିନାହାନ୍ତି। ତୁରନ୍ତ ହଜାରୀଙ୍କୁ ଉଦ୍ଧାର କରି କୌଣସି ଅନାଥ ଆଶ୍ରମରେ ଥଇଥାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରକାଶ ଯେ, ହଜାରୀଙ୍କ ଜନ୍ମ ପରେ ମା’ କସ୍ତୁରି ନାୟକ ମୃତ୍ୟୁବରଣ କରିଥିଲେ। ଏହାର କିଛିମାସ ପରେ ତାଙ୍କ ବାପା ରାମ ମଧ୍ୟ ଜଙ୍ଗଲକୁ ଯାଇଥିବା ବେଳେ ଅଶୁଂଘାତରେ ମୃତ୍ୟୁବରଣ କରିଥିଲେ। ଏଭଳି ପରିସ୍ଥିତିରେ ହଜାରୀଙ୍କୁ ତାଙ୍କ ପିଉସା ନେଇ ରଖିଥିଲେ। ପିଉସା ପିଉଷିଙ୍କର ମଧ୍ୟ ୨ବର୍ଷ ପୂର୍ବେ ୬ମାସ ବ୍ୟବଧାନରେ ମୃତ୍ୟୁ ଘଟିଛି। ଏହାପରେ ତାଙ୍କ ଜୀବନରେ ଆସିଥିଲା ଘୋର ଅନ୍ଧକାର। ସମ୍ପର୍କୀୟ ଭାଇ ଏବଂ ସାହିପଡ଼ୋଶୀଙ୍କ ସାହାଯ୍ୟରେ ହଜାରୀ ଚଳୁଥିଲେ। ୟା ଭିତରେ ଧିରେଧିରେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ତେଣୁ ହଜାରୀଙ୍କୁ ପ୍ରଶାସନ କେଉଁଠି ଥଇଥାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କୁ ସଂସଦୀୟ କ୍ଷେତ୍ର ଦାବି ଜଣାଇଲେ ସପ୍ତଗିରି

ଜୟପୁର,୧୨।୨(ନି.ପ୍ର.) – କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କରିଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭି.କେ. ସିଂ ଓ...

୮ ମାସର ଶିଶୁପୁତ୍ରକୁ ଚେଙ୍କ

ଉମରକୋଟ,୬ା୨(ଡି.ଏନ.ଏ): ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ଚେଙ୍କ ନ ଦେଇ ଆବଶ୍ୟକ ଚିକିତ୍ସା କରିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ତଥାପି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକ...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର

ନବରଙ୍ଗପୁର,୨୭।୧୨(ବି.ପ୍ର.): ଉମରକୋଟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା...

ଯୁବତୀଙ୍କ ବେକ କାଟି ହତ୍ୟା ଉଦ୍ୟମ:ଗୁରୁତର ଅବସ୍ଥାରେ ମାଲକାନଗିରିରେ ଚିକିତ୍ସାଧୀନ

କାଲିମେଳା,୨୪ା୪(ଡି.ଏନ.ଏ.)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମଭି-୮୨ ଗ୍ରାମରେ ଗତ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା ଉଦ୍ୟମ...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୮ା୧- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ମୟୂରଭଞ୍ଜ ଜିଲା ବାରିପଦାର...

ରାଜ୍ୟରେ ଲଗାଣ ବର୍ଷା: ଆଉ ୩୬ ଘଣ୍ଟା ବର୍ଷିବ, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ମେଘୁଆ ପାଗ ସହିତ ଝିପି...

ମାନିଲେନି କଟକଣା: ପୁରୀରେ ମହାରାଷ୍ଟ୍ରର ଡାକ୍ତର ପରିବାର

ପୁରୀ ଅଫିସ,୨୫ା୭: କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ମାଡୁଛି। ପୁରୀ ଜିଲାରେ ବି ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେଣୁ ସଂକ୍ରମଣକୁ ରୋକିବା...

ଆଜି ପୁରୀ ଆସିବେ ମମତା

ପୁରୀ ଅଫିସ,୨୫ା୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁରୀ ଗସ୍ତରେ ଆସିବେ। ସ୍ଥାନୀୟ ଏକ ହୋଟେଲରେ ତାଙ୍କ ରହିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *