ଭୂମିହୀନ ପରିବାରକେ ଭେଟ୍‌ଲେ ଜିଲାପାଳ

ଘଣ୍ଟାପଡା, ୬ା୧୨ (ଡି.ଏନ.ଏ.)-
ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ସୋମବାର କଣ୍ଟାମାଲ ବ୍ଲକ ପରିଦରଶନରେ ଆସି ଆମ୍ବଗଁା ପଁଚେତ୍‌ ଦେଢ଼େଣମାଲ ଗଁାର ନିହାତି ଗରିବ୍‌ ଭୂମିହୀନ ପରିବାର ଝାଙ୍କର ମହାନନ୍ଦକଁର ଘରକେ ଯାଇ ସମସିଆ ବାବ୍‌ଦେ ପଚାରି ବୁଝିଛନ୍‌। ଇ ପରିବାରର ସମସିଆ ବାବ୍‌ଦେ ଅକ୍ଟୋବର ୧୩ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଦୁରଦିନ୍‌ରେ ଗରିବ୍‌ ପରିବାର, ତାରପୋଲିନ୍‌ ତଲେ ୬ ପରାନୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଯେନ୍‌ଥିରଲାଗି ଇ ପରିବାରର ଦୁରଦଶା ଜିଲା ପରଶାସନ ନଜରକେ ଆସିଥିଲା।
ପୂରବର ସୂଚନା ହିସାବେ ଦେଢ଼େଣମାଲର ଝାଙ୍କର ମହାନନ୍ଦ ଝନେ ନିହାତି ଗରିବ୍‌ ଲୋକ୍‌। ତାକର ଜମିବାଡ଼ି, ଘରଡ଼ିହ ବଲି କହିଛି ନାଇଁ। ଏନ୍‌ତା କି ପରିବାରଟା ସରକାରକଁର ଖାଏଦ୍‌ ସୁରକ୍ଷା ଯୋଜନାରୁ ବି ବଁଚିତ୍‌ ହେଇ ରହିଛନ୍‌। ପରିବାରଟା ମୁଡ଼ ଗୁଁଜିଥିବାର ବଖ୍‌ରେ ଘର ବି ଗଲା ଲଘୁଚାପ ବରଷାରେ ମାଟିରେ ମିଶିଗଲା। ଏହେଦେ ୬ ପରାନୀ କୁଟୁମ ବେସାହାରା ହେଇ ଗୁଟେ ଝୁପ୍‌ଡ଼ିରେ ଦିନ୍‌ ବିତଉଛନ୍‌। ଇ ବାବ୍‌ଦେ ଗଲା ଅକ୍ଟୋବର ୧୩ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଘଟନାଟା ବୌଦ୍ଧ ଜିଲାପାଳକଁର ନଜରକେ ଆସିଥିଲା। ଜିଲାପାଳ ସୋମବାର କଣ୍ଟାମାଳ ବ୍ଲକ ପରିଦରଶନରେ ଆସିଥିଲାବେଲେ ଝାଙ୍କର ମହାନନ୍ଦକଁର ଘରକେ ଯାଇ ତାକର ହାଲଚାଲ ପଚାରି ବୁଝିଥିଲେ। ପଛେ ଜିଲାପାଳ ଝାଙ୍କର ମହାନନ୍ଦକୁଁ ସରକାରୀ ଯୋଜନାରେ ଘରଡ଼ିହ ଯୁଗେଇ ଦେବାକେ କଣ୍ଟାମାଳ ତହସିଲଦାରକୁଁ ନିରଦେଶ ଦେଇଥିଲେ। ଘରଡ଼ିହ ମିଲ୍‌ଲା ଉତାରୁ ଆବାସ ଯୋଜନାରେ ସାମିଲ କରାଯିବା ବଲି ଜିଲାପାଳ ମିଶ୍ର ଝାଙ୍କର ମହାନନ୍ଦକୁଁ କଥା ଦେଇଥିବାର ଜନାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ଆସିଥିଲେ ନିଜାମୁଦ୍ଦିନ ଫେରନ୍ତା : ଚିହ୍ନଟ ପରେ କ୍ୱାରାଣ୍ଟାଇନରେ ୧୨ ଜଣ

ଅନୁଗୋଳ ଅଫିସ୍, ୨ା୪- ଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ଯୋଗ ଦେଇଥିବା ମୁସଲିମ ସମ୍ପ୍ରଦାୟର ପ୍ରାୟ ୩ ଜଣ ଧର୍ମଗୁରୁ ଅନୁଗୋଳ ଆସିଥିବା ଜଣାପଡିଛି । ସେମାନେ...

ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲା

ସମ୍ବଲପୁର,୬।୭ (ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରବିବାର ରାତି ୯ଟା ସୁଦ୍ଧା ୫୯୯.୯୩ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୭,୬୯୦ କ୍ୟୁସେକ ଜଳ...

ପ୍ରାଣୀଧନ, ମତ୍ସ୍ୟ ସମ୍ପଦ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ପ୍ରାଣୀଧନ ଓ ମତ୍ସ୍ୟସମ୍ପଦର ସୁରକ୍ଷା ଲାଗି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ...

ଆଜି ଖାରବେଳ ଭବନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଓ୍ବାର ହାଉସ ଛକଠାରେ ନବନିର୍ମିତ ଖାରବେଳ ଭବନର ଉଦ୍‌ଘାଟନ କରିବେ। ଏହା ଦ୍ୱିତୀୟ ଲୋକସେବା ଭବନ ଭାବେ କାର୍ଯ୍ୟ...

ଉତ୍କଳ ଦିବସରେ କୋଭିଡ-୧୯ ସଚେତନତା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ: କହିଲେ ‘ଏବେ ବୀରତ୍ୱ ନୁହେଁ ଓଡ଼ିଆଙ୍କ ଏକତା ଦେଖାଇବାର ସମୟ’

ଭୁବନେଶ୍ୱର,୧।୪(ବ୍ୟୁରୋ): ଆଜି ଉତ୍କଳ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦିବସରେ...

ଜିରୋ ନାଇଟ୍‌ ସେଲିବ୍ରେଶନ୍‌ ମନା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆସୁଛି ନୂଆବର୍ଷ। ହେଲେ ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେଶନ ମନା। ବର୍ତ୍ତମାନର କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ୩୧ ରାତିରେ ଉତ୍ସବ ପାଳନକୁ ମନା କରାଯାଇଛି।...

ଜଳୁଛି ସଂରକ୍ଷିତ ଜଙ୍ଗଲ

ବାରିପଦା ଅଫିସ/ସାରସକଣା, ୨୨ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ନିଅଁା ଲାଗିବା ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହ ଓ ପବନର ବେଗ...

ଚକ୍‌ମକ୍‌ ଧଉଳିର ଅବହେଳିତ ଐତିହ୍ୟ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ନୂଆ ରୂପ ପାଇଛି ଶାନ୍ତିସ୍ତୂପ। ପୀଠର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନାନାଦି ପଦକ୍ଷେପ ଗ୍ରହଣ କରାଯାଇଛି। ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’...

Advertisement
Archives

Model This Week