ଭୂମିହୀନ କୃଷକଙ୍କୁ ନିଜ ଫାର୍ମ ହାଉସରେ କାମ କରିବାର ସୁଯୋଗ ଦେଲେ ଜୁହି

ମୁମ୍ବାଇ: ପରିବେଶ ପ୍ରେମୀ କଳାକାରଙ୍କ ଭିତରେ ଜଣେ ହେଉଛନ୍ତି ବଲିଉଡ୍‌ ନାୟିକା ଜୁହି ଚାଓ୍ବଲା। ଏବେ କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଭୂମିହୀନ କୃଷକଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କରିଛନ୍ତି ଏହି ନାୟିକା। ସୂଚନା ମୁତାବକ, ମୁମ୍ବାଇଠାରୁ କିଛି ଦୂରରେ ଜୁହିଙ୍କର ଏକ ଫାର୍ମ ହାଉସ ବା ଚାଷ କରିବାକୁ କିଛି କ୍ଷେତ ରହିଛି। ଯେଉଁଠାରେ ବିଶେଷଜ୍ଞଙ୍କ ଦ୍ୱାରା ଜୈବିକ ଚାଷର ଅଭ୍ୟାସ କରାଯାଉଛି। ଏବେ ଏହି ସମୟରେ ସେଠାରେ ଧାନ ଚାଷ କରିବାକୁ ଭୂମିହୀନ କୃଷକମାନଙ୍କୁ ଏକ ସୁଯୋଗ ଦେଇଛନ୍ତି ଜୁହି। ନିକଟରେ ଏକ ଓ୍ବେବସାଇଟରେ ଦେଇଥିବା ସାକ୍ଷାତ୍‌କାରରେ ଜୁହି ଏହା କହିଛନ୍ତି। ସେ କହିଛନ୍ତି ଏହି ସମୟରେ ଭୂମିହୀନ କୃଷକମାନେ ତାଙ୍କ କ୍ଷେତରେ ଧାନ ଚାଷ କରିବା ସହ ଏହାର କିଛି ଅଂଶ ସେମାନେ ସେମାନଙ୍କ ପାଇଁ ରଖିପାରିବେ। ତେବେ ଏହା କୌଣସି ନୂଆ କଥା ନୁହେଁ ପୂର୍ବକାଳରେ ମଧ୍ୟ ଏପରି କରାଯାଉଥିଲା ବୋଲି ଜୁହି ମତ ଦେଇଛନ୍ତି। ତେବେ ଜୁହିଙ୍କ ଚାଷ ଚମିରେ ଚାଷ କରିବା ସମୟରେ କେବଳ ଜୈବିକ ପଦାର୍ଥରେ ଚାଷ କରାଯିବ ଯେମିତି କୌଣସି ରାସାୟନିକ ଜମି ମଧ୍ୟକୁ ପ୍ରବେଶ ନ କରେ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ନାୟିକା ଜୁହି ଚାଓ୍ବଲା। ଏବେ ଲକ୍‌ଡାଉନ ଯୋଗୁ ସମସ୍ତେ ଏକ ପ୍ରକାର ଘରେ ବନ୍ଦ ଥିବା ବେଳେ ଜୁହିଙ୍କ ଏଭଳି ଚିନ୍ତାଧାରାକୁ ଅନେକେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ସୁଦଙ୍କୁ ଯୁବକ ମାଗିଲେ ଆଇଫୋନ୍‌, ଜବାବ ମିଳିଲା ଏମିତି

ବଲିଉଡ ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରି ସେ ସମସ୍ତଙ୍କ ପାଇଁ ଦେବଦୂତ ପାଲଟିଛନ୍ତି।...

କେଆର୍‌କେଙ୍କ ସର୍ଭେ: ଆସିମ୍‌ ଜିତିବେ ବିଗ୍‌ବସ୍‌ !

ବମ୍ବେ: ଆଉ ଚାରିଦିନ ପରେ ଶେଷ ହେବ ବିଗ୍‌ବସ୍‌ ସିଜିନ-୧୩। ପ୍ରତିଯୋଗୀଙ୍କଠାରୁ ଆରମ୍ଭ କରି ଦର୍ଶକମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍କଣ୍ଠା। କିଏ ଜିତିବ ବିଗ୍‌ବସ...

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ବଲିଉଡ୍‌ର କିଛି ଷ୍ଟାରଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଫିଲ୍ମ କ୍ୟାରିୟର ବାଦ୍‌ ସେମାନଙ୍କ ଦୈନନ୍ଦିନ ଚଳଣି ସାଧାରଣ ଲୋକଙ୍କ ପରି ହୋଇଥାଏ।  ବିଗ୍‌ ଟାଉନ୍‌ରେ...

ଐଶ୍ଚର୍ଯ୍ୟାଙ୍କୁ ଧରି କାନ୍ଦିଲେ କାଜୋଲ

ଅଭିନେତା ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସୋମବାର ବୀରୁଙ୍କ ଶେଷଦର୍ଶନ ପାଇଁ ବଲିଉଡ ଷ୍ଟାର୍ସମାନେ ଅଜୟଙ୍କ ମୁମ୍ବାଇସ୍ଥିତ...

କ୍ୟାନସ୍‌ର ଫ୍ରି ହେବା ପରେ ନୂଆ ଥେରାପିର ଏକ ଭିଡିଓ ଶେୟାର କଲେ ସୋନାଲି

ମୁମ୍ବାଇ,୧୧।୬: ୨୦୧୮ରେ ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସ୍‌ର ରୋଗରେ ପୀଡ଼ିତ ହେବା ପରେ ଚିକିତ୍ସା ପାଇଁ ଆମେରିକାକୁ ଚାଲିଯାଇଥିଲେ। ସେଠାରେ ରହି ତାଙ୍କର ପୁରା...

ନ୍ୟୁୟର୍କରେ ଛୁଟି କାଟୁଛନ୍ତି ସାରା

ମୁମ୍ବାଇ: ବଲିଉଡ୍‌ର ପପୁଲାର୍‌ ଷ୍ଟାର୍‌-କିଡ୍‌ଙ୍କ ମଧ୍ୟରୁ ସାରା ଅଲୀ ଖାନ୍‌ ଅନ୍ୟତମ। କେବଳ ଷ୍ଟାର୍‌-କିଡ୍‌ ଭାବେ ନୁହେଁ, ଭଲ ବ୍ୟବହାର ସାଙ୍ଗକୁ ଦମଦାର୍‌ ଅଭିନୟ ଏବଂ...

ବୁଲା କୁକୁର ସହ ଖେଳିଲେ ବିରୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ପ୍ରତିଦିନ ଉଭୟଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ...

ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…

ମୁମ୍ବାଇ, ୨୬।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ...

Coronavirus Update


Archives

Model This Week

Why Dharitri