ଭୁଲ୍‌ ସିଗ୍‌ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର

ସୁନ୍ଦରଗଡ଼,୯।୩ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ କାର୍ଯ୍ୟରେ ଅବହେଳା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।
ମିଶ୍ରଙ୍କ ଖାମଖିଆଲି କାର୍ଯ୍ୟ ଓ ଭୁଲ ସିଗ୍‌ନାଲ ଯୋଗୁ ପାଟନାରୁ ବିଳାସପୁର ଯାଉଥିବା ଟ୍ରେନଟି ଷ୍ଟେଶନରେ ରହି ନ ଥିଲା। ଏ ନେଇ ଷ୍ଟେଶନରେ ଅପେକ୍ଷା କରିଥିବା ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ସୂଚନାନୁଯାୟୀ, ବିହାରର ପାଟନାରୁ ଉକ୍ତ ସାପ୍ତାହିକୀ ଟ୍ରେନଟି ଛତିଶଗଡ଼ର ବିଳାସପୁରକୁ ଯାଉଥିଲା। ରବିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏହି ଦ୍ରୁତଗାମୀ ଟ୍ରେନର ରାଜଗାଙ୍ଗପୁର ଷ୍ଟେଶନରେ ରହଣି ଥିଲା। ଟ୍ରେନଟି ଷ୍ଟେଶନର ୧ ନଂ. ପ୍ଲାଟଫର୍ମରେ ଆସିବାକୁ ଥିବାବେଳେ ଷ୍ଟେଶନମାଷ୍ଟର ଭୁଲବଶତଃ ୨ନଂ. ପ୍ଲାଟଫର୍ମରେ ଆସିବା ଲାଗି ସିଗ୍‌ନାଲ ଦେଇଥିଲେ । ଟ୍ରେନ୍‌ଟି ଷ୍ଟେଶନରେ ନ ଅଟକି ଚାଲିଯିବାରୁ ଏଥିରେ ଯାତ୍ରା କରିବାକୁ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ହୋହଲ୍ଲା କରିଥିଲେ। ଏପରିକି ଉକ୍ତ ଟ୍ରେନରେ ରାଜଗାଙ୍ଗପୁର ଷ୍ଟେଶନରେ ଓହ୍ଲାଇବାକୁ ଥିବା ଯାତ୍ରୀମାନେ ଓହ୍ଲାଇ ପାରି ନ ଥିଲେ । ପରେ ଏହି ଟ୍ରେନଟିକୁ ଗଡପୋଷ ଷ୍ଟେଶନଠାରେ ଅଟକାଯାଇଥିଲା ଓ ସେହି ଟ୍ରେନରେ ଯାତ୍ରା ପାଇଁ ରାଜଗାଙ୍ଗପୁର ଷ୍ଟେଶନରେ ଅଟକି ଥିବା ଯାତ୍ରୀମାନଙ୍କୁ ରାଉରକେଲା ଇସ୍ପାତ ଟ୍ରେନରେ ପଠାଯାଇଥିଲା। ସେମାନେ ଉକ୍ତ ଟ୍ରେନ୍‌ରେ ଚଢିଥିଲେ। ପରେ ରାଜଗାଙ୍ଗପୁରରେ ଓହ୍ଲାଇବାକୁ ଥିବା ଯାତ୍ରୀମାନଙ୍କୁ ସମ୍ବଲପୁରଠାରୁ ବନାରସ ଟ୍ରେନରେ ରାଜଗାଙ୍ଗପୁରକୁ ପଠା ଯାଇଥିଲା। ଅପରପକ୍ଷେ ଟ୍ରେନରେ ଏସ ୪୦ ବଗିରେ ଥିବା ଜଣେ ବରିଷ୍ଠ ଯାତ୍ରୀ ନିଖୋଜ ଥିବା ଅଭିଯୋଗ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଜିଲା କୋଭିଡ ହେଲ୍‌ଥ୍‌ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ

ଢୋଙ୍କାନାଳ ଅଫିସ, ୧୭।୪: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି। ଏହି କ୍ରମରେ ଢେଙ୍କାନାଳ...

ସରୋଜଙ୍କ ସଚ୍ଚୋଟପଣିଆ: ପାଇଥିବା ଟଙ୍କା, ଗହଣା ଫେରାଇଲେ

କାମାକ୍ଷାନଗର,୪।୧୨(ଡି.ଏନ.ଏ.)-ଡ୍ରାଇଭରଙ୍କ ସାମାନ୍ୟତମ ଭୁଲ ଯୋଗୁ ତାଙ୍କ ହାତରେ ଲାଗିଥିଲା ଟଙ୍କା, ଅଳଙ୍କାର ଭର୍ତ୍ତି ବ୍ୟାଗ୍‌। ଚାହିଁଥିଲେ ଏହାକୁ ରଖିଦେଇପାରନ୍ତେ ନିଜ ପାଖରେ। ହେଲେ ଏହା ତାଙ୍କୁ...

୧୨୩ କୋଟି ଟଙ୍କା ଜିଏସ୍‌ଟି ଠକେଇ

କଟକ ଅଫିସ, ୨୪ା୧:ସାମଗ୍ରୀ କିଛି କିଣାବିକା ନ ହୋଇ କାଗଜରେ ୧୧୮୦ କୋଟି ଟଙ୍କାର କାରବାର ଦର୍ଶାଯାଇଛି। ଜାଲ୍‌ କାଗଜପତ୍ର ମାଧ୍ୟମରେ କୋଟି କୋଟି ଟଙ୍କାର...

ତାପଙ୍ଗ ଛକରେ ବୋମା ପକାଇ ସାନି ମେଶିନ ପୋଡିଦେଲେ ଦୁର୍ବୃତ୍ତ, ୨ ଅଫୁଡ଼ା ବୋମା ଜବତ

ଖୋର୍ଦ୍ଧା ଅଫିସ, ୧୯।୬: ଖୋର୍ଦ୍ଧା ଜିଲା ତାପଙ୍ଗ ଛକ ଏନ୍‌କେଏସ୍‌ କ୍ରସର ନିକଟରେ ଥିବା ଏକ ସାନି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼ ଅଫିସ,୩୦।୩(ବ୍ରରୋ) ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯରଇଛି। ଆୟ...

କଂଗ୍ରେସ ଗଡ଼ରୁ ବାହାରିଲେ ନି କେହି: ଜଣେ କରୁଛନ୍ତି ବିକ୍ଷୋଭ

ଜୁନାଗଡ଼,୧୫।୨: କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ସୋମବାର କଂଗ୍ରେସ ପକ୍ଷରୁ ରାଜ୍ୟରେ ୬ ଘଣ୍ଟିଆ ବନ୍ଦ ଡାକରା...

ହୋହଲ୍ଲାରେ ୬୯୦ କୋଟିର ବଜେଟକୁ ମଞ୍ଜୁରୀ

ଭୁବନେଶ୍ୱର, ୨୧।୨(ବ୍ୟୁରୋ):ବିଏମ୍‌ସିର ନୂତନ କାର୍ଯ୍ୟାଳୟ ବିଏମ୍‌ସି ଆଇସିଓଏମ୍‌ସି ଟାଓ୍ବାରରେ ସୋମବାର କର୍ପୋରେଶନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୩-୨୪ ପାଇଁ ଚିଠା ବଜେଟ୍‌ ମଞ୍ଜୁର ହେବାକୁ...

ମନ୍ଦିରରୁ ତାଡ଼ିନେଲେ ଦାନ ବାକ୍ସ

ଚୌଦାର,୨୮।୬(ଡି.ଏନ୍‌.ଏ): କଟକ ଜିଲା ଚୌଦାର ବ୍ୟାଘ୍ର ବାହିନୀ ମନ୍ଦିରର ଗେଟ୍‌ ତାଲା ଭାଙ୍ଗି ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋର ଦାନ ବାକ୍ସ ଭାଙ୍ଗି...

Advertisement
Archives

Model This Week