ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଖସି ଆସିଥିବା ୬ ଜଣଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୪|୪(ଡିଏନଏ):ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳକୁ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ସିଲ କରିଥିବା ବେଳେ ପୂର୍ବରୁ ସେଠାରେ ରହୁଥିବା ୬ଜଣ ବ୍ୟକ୍ତି ଏକ ଡାଲା ଅଟୋରେ ତାରପୋଲିନ ଢାଙ୍କି କୌଶଳ କ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳକୁ ଚାଲି ଆସିଥିବା ଥାନା ଅଧିକାରୀ ବସନ୍ତ ସେଠୀ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲେ। ଶୁକ୍ରବାର ରାତି ପ୍ରାୟ ସାଢେ଼ ୨ ଟାରେ ଥାନା ଅଧିକାରୀ ଉକ୍ତ ଡାଲା ଅଟୋ କୁ ପିଛା କରି ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରେ ଠାବ କରିଥିଲେ। ସେ ଏନେଇ ପାଟପୁର ଥାନା କୁ ଖବର ଦେଇଥିଲେ। ଡାଲା ଅଟୋ ରୁ ଓହ୍ଲାଇ ଉକ୍ତ ବ୍ୟକ୍ତିମାନେ ଏକ ଘରେ ଖାଇ ବସିଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିବା ସହ ବ୍ରହ୍ମପୁର ଏସ ପି ପିନାକ ମିଶ୍ର ଙ୍କୁ ଜଣାଇଥିଲେ।ଏସ ପି ଙ୍କ ପରାମର୍ଶ କ୍ରମେ ଉଦ୍ଧାର ୬ ଜଣଙ୍କୁ ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଖୋଲାଯାଇଥିବା କ୍ସାରେଣ୍ଟାଇନ ସେଣ୍ଟର ରେ ରଖାଯାଇଥିଲା।ଶନିବାର ପୂର୍ବାହ୍ନ ରେ ସେମାନଙ୍କୁ ପରୀକ୍ଷା ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଟ୍ରାଭେଲ ବଜାର: ୫୩ ଷ୍ଟଲ୍‌ରେ ଓଡ଼ିଶା ପର୍ଯ୍ୟଟନ ଉତ୍ପାଦ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ୩ୟ ଥର ପାଇଁ ଚାଲିଥିବା ଓଡ଼ିଶା ଟ୍ରାଭେଲ ବଜାର ଆନୁକୂଲ୍ୟରେ ୫୩ଟି ଷ୍ଟଲ ଖୋଲା...

ଭିତରକନିକାରେ ଡଲ୍‌ଫିନ ଗଣନା ଆରମ୍ଭ

ରାଜନଗର,୧୯।୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦିନିକିଆ ଡଲ୍‌ଫିନ ଗଣନା ରବିବାର ସକାଳୁ ଆରମ୍ଭ ହୋଇଛି। ଉଦ୍ୟାନରେ ପ୍ରବାହିତ ହେଉଥିବା ନଦୀ, ନାଳ ବରୁଣେଇ, ଗହୀରମଥା, ସାତଭାୟା,...

ରାଜ୍ୟରେ ୯ଲକ୍ଷ ୩୭ହଜାର ପଞ୍ଜୀକୃତ ବେକାରି, ୨୧୦ ନିଯୁକ୍ତିମେଳାରେ ୧ ଲକ୍ଷ ୧୩ ହଜାରଙ୍କୁ ଦିଆଯାଇଛି ନିଯୁକ୍ତି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ ୯ ଲକ୍ଷ ୩୭ ହଜାର ୨୫୧ଜଣ ବେକାର ଯୁବତୀଯୁବକ ରାଜ୍ୟ ସରକାରଙ୍କ ବିଭିନ୍ନ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି। ୨୧୦ ନିଯୁକ୍ତିମେଳା...

ଜଣେ ଫାର୍ମାସିଷ୍ଟ, ଏକାଧିକ ଦୋକାନ

ଯାଜପୁର ଅଫିସ,୨୬ା୧୦: ଡ୍ରଗ୍ସ ଏବଂ କସ୍‌ମେଟିକ୍ସ ଆକ୍ଟ-୧୯୪୦ର ଧାରା ୬୫(୨), ୬୩(୩)(୧) ଏବଂ ୬୫(୯)(ଏ)ର ଉଲ୍ଲଂଘନ କରି କେତେଜଣ ଖୁଚୁରା ଏବଂ ହୋଲ୍‌ସେଲର ଔଷଧ ବିକ୍ରି...

ଜାତୀୟ ପତାକାକୁ ଅସମ୍ମାନ

ଭଞ୍ଜନଗର,୨୬।୯(ଡି.ଏନ.ଏ): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘର ସମ୍ମୁଖରେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ...

ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମର ସପ୍ତାହ ପରେ ଅଚଳ

ଭଞ୍ଜନଗର,୩୦।୧୨(ଡି.ଏନ.ଏ): କରୋନାର ସମ୍ଭାବ୍ୟ ଚତୁର୍ଥ ଲହରକୁ ସାମନା କରିବାକୁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଭଞ୍ଜନଗର ଉପଖଣ୍ଡ...

ଭିମ୍‌ସାରରେ କରୋନା ସନ୍ଦିଗ୍ଧ

ସମ୍ବଲପୁର,୪।୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ବୁଧବାର ଜଣେ କରୋନା ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇଛନ୍ତି। କରୋନା ଚିକିତ୍ସା ପାଇଁ ତିଆରି କରାଯାଇଥିବା ସ୍ବତନ୍ତ୍ର କୋଠରିରେ...

ତାଲା ପକାଇ ଘରେ ନିଆଁ ଲଗାଇଦେଲେ

ଭଦ୍ରକ ଅଫିସ,୧୪।୪: ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହିରେ ବୁଧବାର ବିଳମ୍ବିତ ରାତିରେ ପୂର୍ବଶତ୍ରୁତାରୁ ଘରେ ତାଲା ପକାଇ ନିଆଁ ଲଗାଇଦେବା ଭଳି ଏକ ଅଭାବନୀୟ ଘଟଣା...

Advertisement
Archives

Model This Week