Posted inକଟକ

ଭୁବନେଶ୍ୱର ରେଳଧାରଣାରେ ୫୫କିମି ଚାଲି ଚାଲି ଆସିଲେ ରାଧାକିଶୋରପୁର

ଖୁଣ୍ଟୁଣୀ,୨୮ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱ ଏବେ ଅଚଳାବସ୍ଥା ହୋଇପଡ଼ିଛି। ଅଚାନକ ଲକଡାଉନ ଘୋଷଣା ହେବା ପରେ ଅନେକ ଲୋକ ନିଜ ଗନ୍ତବ୍ୟସ୍ଥଳରେ ନ ପହଞ୍ଚତ୍ପାରି ଅଧାବାଟରେ ଫସିଯାଇଛନ୍ତି। ସେହିଭଳି ପଶ୍ଚିମବଙ୍ଗର ଜଣେ ଦିନ ମଜୁରିଆ ପୁରଲିଆର ବିକ୍ରମ ରବାନୀ(୩୦) କ୍ଷେତ୍ରରେ ଦେଖିବାକୁ ମିଳିଛି। ଶୁକ୍ରବାର ସେ ଭୁବନେଶ୍ୱରରୁ ରେଳଧାରଣାରେ ୫୫କିମି ଚାଲି ଚାଲି ଆସି ଖୁଣ୍ଟୁଣୀସ୍ଥିତ ରାଧାକିଶୋରପୁର ଗ୍ରାମରେ ସନ୍ଧ୍ୟାରେ ପହଞ୍ଚତ୍ ଥିବାବେଳେ ଲୋକଙ୍କ ନଜରଙ୍କୁ ଆସିଥିଲେ। ଏହି ସମୟରେ କେତେକ ଗଣମାଧ୍ୟମ ବିକ୍ରମଙ୍କୁ ଦେଖି ସ୍ଥାନୀୟ ରେଳସୁରକ୍ଷା କର୍ମୀଙ୍କୁ ଜଣାଇଥିଲେ। ପରେ ତାଙ୍କୁ କିଛି ଖାଇବା ଦେବା ସହ ୨ଶହ ଟଙ୍କା ଦେଇ ଖୁଣ୍ଟୁଣୀ ଥାନାକୁ ଜିମା ଦେଇଥିଲେ। ଖୁଣ୍ଟୁଣୀ ଥାନାଧିକାରୀ ସୁଚିତ୍ର ବିର୍ଯ୍ୟ ଦାସ ତାଙ୍କଠାରୁ ସବୁ ଘଟଣା ଜାଣିବା ପରେ କିଛି ଆର୍ଥତ୍କ ସାହାଯ୍ୟ ଦେଇ ଏକ ଟ୍ରକ ଯୋଗେ ମଙ୍ଗୁଳି ପଠାଇଥିଲେ। ପରେ ମଙ୍ଗୁଳି ଫାଣ୍ଡି ପୋଲିସ ସହାୟତାରେ ଏକ ଟ୍ରାନ୍ସପୋର୍ଟ ଟକ୍ରରେ କଲିକତା ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ବିକ୍ରମ ୫/୬ଦିନ ତଳେ ଜଣେ ଠିକାଦାରଙ୍କ ଅଧୀନରେ କାମ କରିବା ପାଇଁ ଭୁବନେଶ୍ୱରକୁ ଆସିଥିଲେ। ହେଲେ ସମ୍ପୃକ୍ତ ଠିକାସଂସ୍ଥାଟି ଲକ୍‌ଡାଉନ ଘୋଷଣା ଯୋଗୁ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଫଳରେ ବିକ୍ରମ ୨/୩ ଦିନ ପାଖରେ ରଖିଥିବା ଟଙ୍କାରେ କଷ୍ଟେମଷ୍ଟେ ଚଳିଯାଇଥିଲେ। ଗତ ୨ ଦିନ ହେବ ଉପାସ ରହିବା ପରେ ଚାଲି ଚାଲି ଗ୍ରାମ ଅଭିମୁଖେ ଯିବାକୁ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଇଂଲିଶରେ କପିକରି ଧରାପଡ଼ିଲେ ୪୨ ପରୀକ୍ଷାର୍ଥୀ

କଟକ,୨୪ା୨ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାର ଦ୍ୱିତୀୟ ଭାଷା ଇଂଲିଶରେ ୪୨ ଜଣ ପରୀକ୍ଷାର୍ଥୀ ଶୁକ୍ରବାର ମାଲପ୍ରାକ୍ଟିସ୍‌(ଏମ୍‌ପି)...

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି, ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସରିବ କାମ

କଟକ,୨୩।୨(କାର୍ତ୍ତିକ ସାହୁ): ଭାରତୀୟ ପ୍ରତ୍ନତତ୍ତ୍ୱ ଗବେଷଣା ସଂସ୍ଥା (ଏଏସ୍‌ଆଇ) ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶେଷ କରିବ।...

ସ୍କୁଲ ଯାଇ ନିଖୋଜ ହୋଇଯାଇଥିଲେ ୨ ନାବାଳିକା ଛାତ୍ରୀ: ହେଲେ ଉଦ୍ଧାର

କଟକ,୨୨ା୨(କାର୍ତ୍ତିକ ସାହୁ): ବିଳାସପୁର ପୋଲିସର ସୂଚନା କ୍ରମେ କଟକ ଆର୍‌ପିଏଫ୍‌ ୨ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିଛି।ସୂଚନା ଅନୁସାରେ, ୨୧ତାରିଖରେ ନାବାଳିକାଦ୍ୱୟ ସ୍କୁଲକୁ ଯାଇ କେଉଁଆଡ଼େ ନିଖୋଜ...

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି: ମାର୍ଚ୍ଚ ୨୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ କାର୍ଯ୍ୟ

କଟକ,୨୨ା୨(କାର୍ତ୍ତିକ ସାହୁ): ଭାରତୀୟ ପ୍ରତ୍ନତତ୍ତ୍ୱ ଗବେଷଣା ସଂସ୍ଥା(ଏଏସ୍‌ଆଇ) ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ...

ବାରବାଟୀ ଷ୍ଟାଡିୟମରେ ହେବ ଆଇପିଏଲ ମ୍ୟାଚ!

କଟକ,୨୨।୨: କଟକ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ହୋଇପାରେ। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୨ଟି ମ୍ୟାଚ କଟକ ଏବଂ ପୁଣେରେ ଖେଳିପାରେ। ଅରୁଣ ଜେଟଲୀ ଷ୍ଟାଡିୟମ...

ନାଲକୋ ଛକରେ କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଟ୍ରାଫିକ ପୋଷ୍ଟ

ବାରଙ୍ଗ,୨୨।୨: ପୁଣି ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ନାଲକୋ ଛକରେ କାର୍‌ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଜୋରଦାର ଧକ୍କାରେ ଭାଙ୍ଗିଲା ଟ୍ରାଫିକ ପୋଷ୍ଟ। ଏହି ଦୁର୍ଘଟଣାରେ...

ରାଜ୍ୟ ଆଇନଜୀବୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:ବାର୍‌ ଆସୋସିଏସନ୍‌କୁ ନିର୍ବାଚନୀ ଖର୍ଚ୍ଚ ବନ୍ଦ

କଟକ,୨୧ା୨ (କାର୍ତ୍ତିକ ସାହୁ) ବହୁ ପ୍ରତିକ୍ଷିତ ଆଡ୍‌ଭୋକେଟ୍‌ ଏକାଡେମୀ ଗଠନ ନିମନ୍ତେ ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତତ୍‌ସଂକ୍ରାନ୍ତୀୟ ଆବଶ୍ୟକୀୟ ଭିତ୍ତିଭୂମି...

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୧ା୨ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ପକ୍ଷରୁ ଆଗତ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri