ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ଗୋଳନ୍ଥରାରୁ ଉଦ୍ଧାର: ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁପୁତ୍ର ଅପହରଣ ମାମଲାରେ ଖାରବେଳନଗର ଥାନା ପୋଲିସ ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳର ମହିଳାଙ୍କୁ ଗିରଫ କରିଛି। ସେ ହେଲେ ଗୋଳନ୍ତରା ଥାନା ଅନ୍ତର୍ଗତ ଦୁମୁଦୁମି ଗ୍ରାମ ଛକ ନିକଟରେ ଏକ କ୍ଲିନିକ୍‌ରେ କାମ କରୁଥିବା ଜିତା ପାଲ। ପୋଲିସ ସୂଚନା ମୁତାବକ, ଗତ ୮ ତାରିଖରେ ବିହାର ମୁଜାଫରପୁର ଅଞ୍ଚଳର ଜଣେ ଦମ୍ପତିଙ୍କ ୪ ବର୍ଷର ଶିଶୁ ପୁତ୍ରକୁ ଖୋଜାଖୋଜି ପରେ ପାଇ ନ ଥିଲେ। ଶେଷରେ ନିରାଶ ହୋଇ ଗତ ୯ ତାରିଖରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୫/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷରେ ୧୫ଦିନ ହେଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁମୁଦୁମି ଗ୍ରାମ ଛକ ନିକଟରେ ଥିବା ଏକ ଆୟୁର୍ବେଦିକ କ୍ଲିନିକରେ ଜଣେ ୪ ବର୍ଷର ଅପରିଚିତ ଶିଶୁପୁତ୍ରଙ୍କୁ ସନ୍ଦେହଜନକ ଭାବେ ରଖାଯାଇଥିଲା। ଏ ନେଇ ଗ୍ରାମବାସୀ ବୁଧବାର ଶିଶୁପୁତ୍ର ସମ୍ପର୍କରେ ଜନୈକ ବ୍ୟକ୍ତି ଓ ଦୁଇ ମହିଳାଙ୍କୁ ପଚାରିବାରୁ ଶିଶୁପୁତ୍ରଙ୍କୁ ଯେଉଁଠାରେ ଆଣିଥିଲୁ ସେଠାରେ ଛାଡ଼ିଦେଲୁ ବୋଲି କହିବା ପରେ ଗ୍ରାମବାସୀ ପାଟିତୁଣ୍ଡ କରିଥିଲେ। ଉକ୍ତ ରାସ୍ତା ଦେଇ ଯାଉଥିବା ତହସିଲଦାରଙ୍କ ହସ୍ତକ୍ଷେପ ପରେ ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ୩ ଜଣଙ୍କୁ ଥାନାରେ ରଖି ପଚରାଉଚରା କରି ଖାରବେଳନଗର ଥାନାକୁ ଖବର ଦେଇଥିଲା। ଖାରବେଳନଗର ଥାନା ପୋଲିସ ଗୁରୁବାର ଗୋଳନ୍ଥରାରେ ପହଞ୍ଚତ୍ ମହିଳାଙ୍କୁ ପଚରାଉଚରା ପାଇଁ ଭୁବନେଶ୍ୱର ଆଣିଥିଲା। ଶିଶୁପୁତ୍ରଟି ବିହାର ମୁଜାଫରପୁର ଅଞ୍ଚଳର ଜନୈକ ଦମ୍ପତିଙ୍କର ବୋଲି ସେ ଜାଣି ନ ଥିଲେ। ଗତ ୮ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେଶନରେ ଶିଶୁଟି କାନ୍ଦୁଥିବାବେଳେ ଆଣିଥିବା କହିଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଉକ୍ତ ଶିଶୁପୁତ୍ରଙ୍କୁ ପୁଣି ଭୁବନେଶ୍ୱର ନେଇ ଛାଡ଼ି ଦେଇଥିବା ସ୍ବୀକାର କରିଥିଲେ। ଜିତାଙ୍କୁ ପଚରାଉଚରା ପରେ ଅପରାହ୍ନରୁ ପୋଲିସ କୋର୍ଟ ଚାଲାଣ କରିଥିଲା ବେଳେ କୋର୍ଟରେ ଜିତାଙ୍କୁ ଜାମିନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri