ଭୀଷ୍ମଗିରିରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ: ୨ ଛାତ୍ର ଗିରଫ

ବ୍ରହ୍ମପୁର ଅଫିସ୍‌,୨୧ା୧୧- ଅବକାରୀ ବିଭାଗ ବୁଧବାର ପୃଥକ୍‌ ଭାବେ ଦୁଇଟି ସ୍ଥାନରେ ଚଢାଉ କରି ୨୨.୨୨୦ କେଜି ଗଞ୍ଜେଇ ଜବତ କରିଛି। ୨ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଜଟଣୀର ପବିତ୍ର ବେହେରା (୧୯) ଓ ପୁରୀ ଜିଲା ଡେଲାଙ୍ଗ ଥାନା ହରିରାଜପୁର ଗ୍ରାମର ବୀରେନ୍ଦ୍ର ମଙ୍ଗରାଜ (୧୯)। ଉଭୟେ ଯୁକ୍ତ ୩ ଛାତ୍ର ଅଟନ୍ତି ବୋଲି ସଦର ଇନ୍ସପେକ୍ଟର ବାଳକୃଷ୍ଣ ପରିଡା ସୂଚନା ଦେଇଛନ୍ତି। ବୁଧବାର ସକାଳେ ପ୍ରଥମେ ଫାଷ୍ଟଗେଟ ନିକଟରୁ ପବିତ୍ରଙ୍କୁ ଅବକାରୀ ପୋଲିସର ଏକ ଟିମ୍‌ ଧରିଥିଲା। ସେ ଧରିଥିବା ବ୍ୟାଗ ଯାଞ୍ଚ ବେଳେ ସେଥିରେ ୬.୬୭୦ ଗ୍ରାମ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଜେରା ବେଳେ ତାଙ୍କ ବୟାନକୁ ଆଧାର କରି ତାଙ୍କର ଅନ୍ୟ ଜଣେ ସାଙ୍ଗ ବୀରେନ୍ଦ୍ରଙ୍କୁ ଅବକାରୀ ଇନ୍ସପେକ୍ଟର ପରିଡା ଓ ତାଙ୍କ ଟିମ ଖେମୁଣ୍ଡି କଲେଜ ନିକଟରୁ କାବୁ କରିଥିଲା। ବୀରେନ୍ଦ୍ରଙ୍କ ଗାଡି (ନଂ ଓଡ଼ି୩୩ୱାଇ୫୦୫୩)ରୁ ୧୫.୫୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ସେମାନଙ୍କୁ ଜେରା ବେଳେ ଉକ୍ତ ଗଞ୍ଜେଇ ସେମାନେ ଭୀଷ୍ମଗିରି ଅଞ୍ଚଳରୁ ଆଣି ଭୁବନେଶ୍ୱର ଚାଲାଣ କରିଥାନ୍ତେ ବୋଲି ଅବକାରୀ ପୋଲିସ ସୂଚନା ଦେଇଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଇନ୍ସପେକ୍ଟର ପରିଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ମତଦାନ ଆରମ୍ଭ

ଭଞ୍ଜନଗର,୧୮।୪(ଡି.ଏନ.ଏ): ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ମତଦାନ ଚାଲିବ। ଭୋଟରମାନେ ବହୁ...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭଞ୍ଜନଗରରେ ରକ୍ତଦାନ ଶିବିର

ଭଞ୍ଜନଗର, ୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ଡାକବଙ୍ଗଳା ପରିସରରେ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ...

ଗଞ୍ଜାମ ପୋଲିସ ପକ୍ଷରୁ ମାସ୍କ ପାଇଁ ୧.୫୬ ଲକ୍ଷ ଜରିମାନା ଆଦାୟ

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ପୋଲିସ ତଥା ପ୍ରଶାସନ ପକ୍ଷରୁ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି...

ଦେଶୀ ମଦ ଜବତ, ଜଣେ ଗିରଫ

ଦିଗପହଣ୍ଡି,୧୮ା୫(ଡି.ଏନ୍‌.ଏ.): ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ପାନ ଦୋକାନରେ ଦେଶୀ ମଦ ବିକ୍ରି କରୁଥିବା ସୀମାଞ୍ଚଳ ପାତ୍ରଙ୍କୁ ଶନିବାର ପୋଲିସ କୋର୍ଟଚାଲାଣ କରିଛି। ଶୁକ୍ରବାର ସନ୍ଧ୍ୟାରେ...

ଓଡ଼ିଶା ଭାରୋତ୍ତୋଳନ ଚାମ୍ପିୟନଶିପ

ବ୍ରହ୍ମପୁର ଅଫିସ,୩୦ା୧୨-ଗଞ୍ଜାମ ଜିଲା ଭାରୋତ୍ତଳନ ସଂଘ ପକ୍ଷରୁ ୬୭ତମ ବରିଷ୍ଠ ପୁରୁଷ ଓ ୩୫ତମ ବରିଷ୍ଠ ମହିଳା ଓଡିଶା ଭାରୋତ୍ତୋଳନ ଚାମ୍ପିୟନଶିପ ରବିବାର ଅନୁଷ୍ଠିତ ହୋଇଯାଇଛି...

ଗଞ୍ଜାମ କୋଭିଡ ହସ୍ପିଟାଲ ପାଇଁ ଏମ୍‌କେସିଜିରୁ ଯିବେ ୧୬ ଡାକ୍ତର, ୨୪ରେ ଯୋଗ ଦେବାକୁ ନିର୍ଦ୍ଦେଶ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡ଼ିକାଲ ହସ୍ପିଟାଲକୁ ଟାଟା ଗ୍ରୁପର ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ-୧୯ ହସ୍ପିଟାଲରେ ପରିଣତ...

କୃଷକ ସଭାର ବିକ୍ଷୋଭ, ସ୍ମାରକପତ୍ର ପ୍ରଦାନ

ଛତ୍ରପୁର,୩।୮(ଡି.ଏନ.ଏ.)ଅଖିଳ ଭାରତ କୃଷକ ସଭା ଅନୁବଦ୍ଧିତ ଓଡିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ...

କରଡ଼ାକନାରେ ୨ ଦୋକାନ ସିଲ: ୧୦ହଜାର ଜରିମାନା ଆଦାୟ

ଶେରଗଡ଼,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲ ପ୍ରଶାସନ ପକ୍ଷରୁ ପ୍ରତିଦିନ ଅଞ୍ଚଳରେ ଯାଞ୍ଚ କରାଯାଉଛି। ଶେରଗଡ଼ରେ ଗୋଷ୍ଠୀ ସଂକ୍ରମଣ ଯେପରି ନ ହେବ ସେଥି ପ୍ରତି...

Advertisement
Archives

Model This Week