Posted inଖେଳ

ଭିନ୍ନକ୍ଷମ ବାଳକଙ୍କ ଗଲି କ୍ରିକେଟ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୧୨- ଦେଶରେ କ୍ରିକେଟକୁ ଫ୍ୟାନମାନେ ଧର୍ମ ଭଳି ମାନନ୍ତି। ଏହାର ଏକ ହୃଦୟବିଦାରକ ପ୍ରମାଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିନ୍ନକ୍ଷମ ବାଳକ ଗଲି କ୍ରିକେଟ ଖେଳୁଥିବାର ଏକ ଭିଡିଓ ଆଇଏଫ୍‌ଏସ୍‌ ଅଫିସର ସୁଧା ରମଣ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ବ୍ୟାଟିଂ କରୁଥିବା ଭିନ୍ନକ୍ଷମ ବାଳକଙ୍କ ଗୋଡ଼ ଅଚଳ। ସେ ଶଟ୍‌ ଖେଳିବା ପରେ ରନ୍‌ ନେବା ପାଇଁ ହାତରେ ଘୁଷୁରି ଘୁଷୁରି ଚାଲୁଥିବାର ଦେଖିବାକୁ ମିଳୁଛି। ସୁଧା ଏହି ଭିଡିଓ କ୍ୟାପଶନରେ ଲେଖିଛନ୍ତି, ଏହା ମୋ ମୁହଁ ବନ୍ଦ କରି ଦେଇଛି। କ୍ରିକେଟପ୍ରେମୀ ଓ ଯେଉଁମାନେ ଏହାକୁ ଭଲ ପାଆନ୍ତି ନାହିଁ ନିଶ୍ଚିତ ଏହା ଦେଖନ୍ତୁ। ଫେସବୁକରେ ଏହି ଭିଡିଓକୁ ପାଇଲି। ଉକ୍ତ ବାଳକଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଛି। ୫୭ ସେକେଣ୍ଡ ଲମ୍ବା ଭିଡିଓକୁ ଏ ପର୍ଯ୍ୟନ୍ତ ୫୩.୯ ହଜାର ୟୁଜର୍ସ ଦେଖି ସାରିଛନ୍ତି। ବହୁ ୟୁଜର୍ସ ଉକ୍ତ ବାଳକର ଖେଳ ପ୍ରତି ଉତ୍ସାହ ଓ ଭଲ ପାଇବାକୁ ପ୍ରଶଂସା କରିବା ସହ ତାଙ୍କୁ ହିରୋ ବୋଲି ଅଭିହିତ କରିଛନ୍ତି। କିଛି ୟୁଜର୍ସ ଭିନ୍ନକ୍ଷମ ବାଳକଙ୍କ ଅଧିକ ସୂଚନା ପାଇଁ ଅନୁରୋଧ କରିଛନ୍ତି। ଫଳରେ ସେମାନେ ତାଙ୍କୁ ସହାୟତା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇଏସ୍‌ଏଲ: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଇଷ୍ଟ ବେଙ୍ଗଲ

ଭାସ୍କୋ,୩।୧(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ରବିବାର ମୁହାଁମୁହିଁ ହେବେ। ଦୁଇ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଆସାନୁରୂପ...

ଆଫ୍ରିଦିଙ୍କ ଘାତକ ବୋଲିଂ: ଆଫଗାନିସ୍ତାନ ଓପନରଙ୍କ ଭାଙ୍ଗିଦେଲେ ଆଙ୍ଗୁଠି…

ବ୍ରିସବେନ,୧୯।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଟିମ୍‌ର ଷ୍ଟାର ଦ୍ରୁତ ବୋଲର୍‌ ଶାହିନ ଶାହା ଆଫ୍ରିଦି ସମସ୍ତ ଟିମ୍‌ର ଚିନ୍ତା ବଢ଼ାଇଛନ୍ତି।...

କଟା ଘା’ରେ ଚୂନ ଲଗାଇଲେ ଇଂଲଣ୍ଡ କ୍ରିକେଟର୍‌

ଲିଡ୍ସ,୨୭।୮: ଲିଡ୍ସ ଟେଷ୍ଟରେ ଟିମ ଇଣ୍ଡିଆର ପ୍ରଥମ ଇନିଂସ ମାତ୍ର ୭୮ ରନ ସଂଗ୍ରହ କରିଥିଲା। ଏଭଳି ଖରାପ ପ୍ରଦର୍ଶନ ପରେ ନିଶ୍ଚିତ ଭାବେ ପ୍ରଶ୍ନ...

କ୍ୱାଲିଫାୟାର-୨: ଟସ୍‌ ଜିତିଲା ରାଜସ୍ଥାନ, ବାଙ୍ଗାଲୋରର ଜବରଦସ୍ତ ବ୍ୟାଟିଂ

ମୁମ୍ବାଇ,୨୭।୫: ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶୁକ୍ରବାର କ୍ୱାଲିଫାୟାର-୨ ମୁକାବିଲା ଖେଳାଯାଉଛି। ଏଥିରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି...

୩ ବର୍ଷ ପରେ ଗର୍ଜିଲା ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌: ମାରିଲେ କ୍ୟାରିୟରର ୩୦ତମ ଶତକ

ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଗର୍ଜିଛି ହିଟ୍‌ମ୍ୟାନ୍‌ ତଥା ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌। ଦୀର୍ଘ ୩...

ରୋନାଲ୍ଡୋଙ୍କୁ ଆଶ୍ୱାସନା ଦେଲେ କୋହଲି

ନୂଆଦିଲ୍ଲୀ,୧୨।୧୨: ରୋନାଲ୍ଡୋଙ୍କ ଦଳ ପର୍ତ୍ତୁଗାଲ ଫିଫା ବିଶ୍ୱକପ ୨୦୨୨ ବାଦ୍‌ ପଡିଛି। ଏହା ସହିତ ରୋନାଲ୍ଡୋଙ୍କର ବିଶ୍ୱ ଚାମ୍ପିୟନ ହେବାର ସ୍ବପ୍ନ ପୁଣି ଥରେ ଭାଙ୍ଗି...

ବଟଲରଙ୍କୁ ଜରିମାନା

ଜୋହାନ୍ସବର୍ଗ, ୧୦ା୧ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଇଂଲଣ୍ଡ ଉଇକେଟକିପର ଜୋସ୍‌ ବଟଲରଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରିଛି। କେପ୍‌...

‘ଧୋନୀ ଭାଇ ମୋତେ କହିଦେଇଥିଲେ’

ମୁମ୍ବାଇ,୫।୪: ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ଲାଗି ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ନାମେଣ୍ଟର ଲଗାତାର ତିନୋଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଫଳରେ ଅଙ୍କ ତାଲିକାରେ ୯ମ ସ୍ଥାନରେ...

Advertisement
Archives

Model This Week