ଭିତ୍ତିଭୂମି ଅଛି, ମିଳୁନି ପ୍ରୋତ୍ସାହନ: ଆଦିବାସୀ ହଳଦୀ ଚାଷୀ ଅବହେଳିତ

କେନ୍ଦୁଝର ୭|୧ – ବହୁ ବର୍ଷ ହେଲା ହଳଦୀ ଚାଷ କରି ଆସୁଛୁ। ଅଳ୍ପ ଜମିରେ ଏହି ଚାଷ କରୁଛୁ। ଏଥିପାଇଁ କିଏ ଆମକୁ ସହାୟତା ଦେଇ ନାହିଁ କିମ୍ବା ପ୍ରୋତ୍ସାହନ ଦେଉନାହାନ୍ତି। ଆଉ ଟିକେ ସୁବିଧା ମିଳିଲେ ଏବଂ ହଳଦୀ ବିକିବା ସୁବିଧା ହେଲେ ଅଧିକ ଚାଷ କରି ପାରନ୍ତୁ ଏବଂ ବହୁ ଲୋକ ଉପକୃତ ହୋଇ ପାରନ୍ତେ। ଏଭଳି କହିଛନ୍ତି ବାଂଶପାଳ ବ୍ଲକର କାଞ୍ଜିପାଣି, ବାୟାପଣ୍ଡାଧାର, ବାୟାକୁମୁଟିଆ ଆଦି ଅଞ୍ଚଳରେ ହଳଦୀ ଚାଷ କରି ଜୀବିକା ନିର୍ବାହ କରୁଥିବା ମହିଳା ଆଦିବାସୀ ଚାଷୀ। କୌଣସି ସୁବିଧା ନ ଥିବାରୁ ଏହି ମହିଳା ଚାଷୀମାନେ ବାଧ୍ୟ ହୋଇ ବୋଝ, ବସ୍ତାରେ ବୋହି ଦୀର୍ଘ ୨୦ କି.ମି. ଦୂର ଜିଲା ମୁଖ୍ୟାଳୟକୁ ବିକିବାକୁ ଆସୁଛନ୍ତି। ଜିଲା ମୁଖ୍ୟାଳୟ ବ୍ୟତୀତ ଜାତୀୟ ରାଜପଥ କଡରେ, ହାଟବଜାରରେ ହଳଦୀ ବିକି ଯାହା ମିଳେ ସେଥିରେ ତେଲଲୁଣ କିଣି ଫେରନ୍ତି। ଏହି ଅଞ୍ଚଳରେ ଆଦିବାସୀ ମହିଳାମାନେ ଏହି ଚାଷ କରିଥାନ୍ତି। ସେମାନଙ୍କୁ ନା ମିଳୁଛି ବିହନ ନା ମିଳୁଛି ସାର। ନା ମିଳୁଛି ଚାଷ ପ୍ରଣାଳୀ ସମ୍ପର୍କରେ ସୂଚନା। ଏଣୁ ନିଜ ଉଦ୍ୟମରେ ସେମାନେ ଚାଷ କରି ପରିବାର ଗୁଜୁରାଣ କରୁଛନ୍ତି। ଏହି ଚାଷ ପ୍ରତି ଆଦିବାସୀ ବିଶେଷ କରି ମହିଳାମାନଙ୍କ ଆଗ୍ରହ ଏବଂ ଏଥିପାଇଁ ଭିତ୍ତିଭୂମି ଅଛି କିନ୍ତୁ ପ୍ରୋତ୍ସାହନ ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ସ୍ବାମୀକୁ ହରାଇ ଏଭଳି ବାୟାକୁମୁଟିଆ ଗ୍ରାମ କୁନ୍ତଲି ଠାକୁର ମୂଲ ମଜୁରି ସହିତ ବାଡିରେ ହଳଦୀ ଚାଷ କରି ପରିବାରରେ ୪ ସନ୍ତାନକୁ ଚଳାଉଥିବା କୁହନ୍ତି। ତାଙ୍କ ଗ୍ରାମରେ ଗୋଲାପ ନାଏକ, ବାହାନୀ ସନଗୀ, ମାଳତୀ ଠାକୁରଙ୍କ ଭଳି ୨୫/୩୦ ଘରର ମହିଳାମାନେ ଅଳ୍ପ ବହୁତ ବାଡିରେ ହଳଦୀ ଚାଷ କରିଥିବା କୁନ୍ତଲି କୁହନ୍ତି। ସରକାରୀ ସୁବିଧା ସେ ଅଞ୍ଚଳରେ ଅପହଞ୍ଚ। କାମଧନ୍ଦା ଲୋକଙ୍କୁ ମିଳୁନାହିଁ। ଏଣୁ ଅନେକେ ବାହାରକୁ କାମଧନ୍ଦା କରିବାକୁ ଚାଲିଯାଉଥିବା ବେଳେ ଏଭଳି ବହୁ ମହିଳାମାନେ ବାଡ଼ିବଗିଚାରେ ଚାଷ କରି ପେଟପୋଷୁଥିବା ସ୍ଥାନୀୟ ଲୋକେ କୁହନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ହଳଦୀ ଚାଷ ପାଇଁ ଅଧିକ ସମୟ ଦେବାକୁ ବା ଖର୍ଚ୍ଚାନ୍ତ ହେବାକୁ ପଡି ନ ଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ହାତୀମାନେ ବା ଗୃହପାଳିତ ପ୍ରାଣୀ ବା ବନ୍ୟପ୍ରାଣୀ ନଷ୍ଟ କରି ନ ଥାନ୍ତି। ଏହି ଜିଲାରେ ଏଭଳି ଚାଷ ବେଶ ଫଳପ୍ରଦ ହୋଇ ପାରିବ ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି। ଏଣୁ ଏହି ଚାଷ ପାଇଁ ସୁରକ୍ଷା ବ୍ୟବସ୍ଥା ଅର୍ଥାତ ବାଡ଼ର ଆବଶ୍ୟକତା ପଡେ ନାହିଁ। ସେହିପରି ଅଧିକ ଜଳର ମଧ୍ୟ ଆବଶ୍ୟକତା ନ ଥାଏ। ଏଣୁ କେନ୍ଦୁଝର ଭଳି ଜିଲାରେ ଏହି ଚାଷ ବେଶ ଲାଭଜନକ ବୋଲି ମହିଳା ଚାଷୀ କହିଛନ୍ତି। ଆଦିବାସୀ ଅଞ୍ଚଳ ତଥା ସମତଳ ଅଞ୍ଚଳରେ କରାଯାଇଥିବା ଆମ୍ବ ବା ଅନ୍ୟାନ୍ୟ ଚାଷ ମଧ୍ୟରେ ଇଣ୍ଟର କ୍ରପିଂ ଭାବରେ ହଳଦୀ ଚାଷ କରାଯାଇପାରିବ। ଏଥିପାଇଁ କେନ୍ଦୁଝରର ଜଳବାୟୁ ଓ ମାଟି ବେଶ୍‌ ଉତ୍କୃଷ୍ଟ ବୋଲି କୃଷି ବିଜ୍ଞାନ କେନ୍ଦ୍ରର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ଡ. ସୁଜିତ ନାଥ କହିଛନ୍ତି।
ଉପନିର୍ଦ୍ଦେଶକ ଉଦ୍ୟାନ ଓମ୍‌ ପ୍ରକାଶ ରଥ ମହାପାତ୍ର କହିଛନ୍ତି ଯେ, ଜିଲାର ବାଂଶପାଳ ବ୍ଲକର ଜଙ୍ଗଲ ଓ ମାଟି ହଳଦୀ ଚାଷ ପାଇଁ ଉପଯୋଗୀ। ଏଣୁ ହଳଦୀ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ଯୋଜନା ନାହିଁ। ବର୍ତ୍ତମାନ ଆଇଟିଡିଏ ଜରିଆରେ ବାଂଶପାଳ ବ୍ଲକରେ କେତେକ ଚାଷୀ ଏହି ଚାଷ କରୁଛନ୍ତି। ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଏହାକୁ ପ୍ରୋତ୍ସାହିତ କରିବା ସହ ଜିଲା ଖଣିଜ ପାଣ୍ଠିରୁ ଏହି ଚାଷ କରି ଅନୂ୍ୟନ ୧୦୦ ଆଦିବାସୀ ଚାଷୀଙ୍କୁ ସ୍ବାବଲମ୍ବୀ କରିବାକୁ ଉଦ୍ୟମ କରାଯାଉଛି। ଏହା ହେଲେ ଆଦିବାସୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇପାରିବ। ହଦଳୀ ଏକ ଲାଭଜନକ ଚାଷ। ଏହାକୁ ପ୍ରକ୍ରିୟାକରଣ କରାଯାଇ ହଳଦୀ ଗୁଣ୍ଡ ପ୍ରସ୍ତୁତ କରାଯାଇପାରିବ ଏବଂ ପ୍ୟାକେଟ କରି ବଜାରକୁ ଛଡ଼ା ଯାଇପାରିବ। ହଳଦୀର ଚାହିଦା ବଜାରରେ ବହୁତ ଥିବାରୁ ଅନୂ୍ୟନ ଜିଲାର ଆବଶ୍ୟକତା ପୂରଣ ହେବା ସହ ବାହାରକୁ ପଠାଯାଇପାରିବ। ଏଥିରେ ବହୁ ଲୋକ କାମଧନ୍ଦା ପାଇବେ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀ ଅଧିକ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।

(ନରେଶ ଚନ୍ଦ୍ର ପଟ୍ଟନାୟକ)


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଛୁଇଁଲା

ଭୁବନେଶ୍ୱର,୨୫।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ଏବଂ...

ଖୁସିରେ ବୁଲି ପାଳିଲେ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ଭାଲେଣ୍ଟାଇନ୍ସ ଡେ’କୁ ଧୁମ୍‌ଧାମରେ ପାଳନ କରିବା ଲାଗି ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ପ୍ରେମୀଯୁଗଳ। ପ୍ରେମ ଓ ଭଲପାଇବାକୁ ଆହୁରି ଗଭୀର କରିବାକୁ...

ପୋଲିସ ଗାଡ଼ିଧରି ଅଭିଯୁକ୍ତ ଫେରାର: ଏଏସ୍‌ଆଇ, ହାବିଲଦାର ନିଲମ୍ବିତ

ବାରିପଦା ଅଫିସ/ଉଦଳା,୧୧।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ହେପାଜତରୁ ଗୁରୁବାର ସନ୍ଧାରେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ କାର୍ଯ୍ୟରେ ଅବହେଳା ଦର୍ଶାଇ...

ଷ୍ଟିଚ୍‌ ଖୋଲୁଖୋଲୁ ପେଟ ମେଲା ହୋଇଗଲା

କଟକ ଅଫିସ, ୩୧ା୧୦: ଷ୍ଟିଚ୍‌ ଖୋଲୁଖୋଲୁ ପେଟ ମେଲା ହୋଇଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀ ଜଣକ ଛଟପଟ ହେଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇନାହିଁ।...

ଟାଟାକୁ ମୋଟା ଅଙ୍କ ଦେବା ପ୍ରତିଯୋଗିତା ଚାଲିଛି: କଂଗ୍ରେସ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ବିଦ୍ୟୁତ୍‌ ଦର ବୃଦ୍ଧିକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛିି। ଘରୋଇ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ବୋଝ ଲଦି ଟାଟା କମ୍ପାନୀକୁ ମୋଟା ଅଙ୍କ...

ବୃଦ୍ଧାଙ୍କୁ ଗଁ। ଦାଣ୍ଡରେ ପିଟିଲେ ମା, ବାପା, ପୁଅ ଅଟକ

ଗଞ୍ଜାମ,୨୧ା୭(ଡି.ଏନ.ଏ.)- ସାମାନ୍ୟ ମାଛ କିଣାବିକାକୁ ନେଇ ଜଣେ ବୃଦ୍ଧାଙ୍କୁ ଗଁା ଦାଣ୍ଡରେ ମାଡ ମାରିଛନ୍ତି ମା’, ବାପା ଓ ପୁଅ। ଏନେଇ ଗଞ୍ଜାମ ଥାନାରେ ସମ୍ପୃକ୍ତ...

‘ଇନ୍‌ ମେମୋରି ଅଫ୍‌ ବାପୁ’ ଶ୍ରେଷ୍ଠ ଫିଲ୍ମ

ଭୁବନେଶ୍ୱର,୫ା୩(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ପ୍ରଡକ୍ସନ ହାଉସ୍‌ ‘ସ୍ପର୍ଶ’ ପକ୍ଷରୁ ‘ଇଗ୍‌ନାଇଟ୍‌ ଶର୍ଟ ଫିଲ୍ମ ଫେଷ୍ଟିଭାଲ୍‌-୨୦୨୦’ର ତୃତୀୟ ସଂସ୍କରଣ ବୁଧବାର ନୟାପଲ୍ଲୀସ୍ଥିତ...

ମାଣ ବସେଇଲେ ୧୦୦ ମହିଳା

ଭୁବନେଶ୍ୱର,୬।୧୨(ବ୍ୟୁରୋ):ଲକ୍ଷ୍ମୀପୁରାଣର ବାର୍ତ୍ତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ଯୁବପିଢ଼ି ତଥା ସହରବାସୀଙ୍କ ମଧ୍ୟରେ ମାଣବସା ଗୁରୁବାରର ଲୋକପ୍ରିୟତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ଶ୍ରୀ ଉତ୍ସବ’ ଅନୁଷ୍ଠାନ ପକ୍ଷରୁ...

Play 250+ Trending Games
Archives

Model This Week

Why Dharitri