ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ: ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

ବାଲେଶ୍ୱର ଅଫିସ, ୧୮।୧୦-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ବାଲେଶ୍ୱର ଜିଲା ଡ୍ରେନେଜ୍‌ ଡିଭିଜନ୍‌ର କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ପଣ୍ଡା। ଶୁକ୍ରବାର ପୂର୍ବାହ୍ନରେ ଏକକାଳୀନ ତାଙ୍କ ଘର, ଅଫିସ୍‌, ସମ୍ପର୍କୀୟଙ୍କ ଘର ମୋଟ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମୋଟ ୨କୋଟି ୮ଲକ୍ଷ ୮୧ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଏନେଇ ବାଲେଶ୍ୱର ଭିଜିଲାନ୍ସ ଅଫିସରେ ମାମଲା (ନଂ.୯/୧୯) ରୁଜୁ କରାଯାଇ ତଦନ୍ତ ଜାରି ରହଛି।
ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶରେ ଡିଏସ୍‌ପି ଦକ୍ଷିଣ ଚରଣ ମୁର୍ମୁ ଓ ଏସ୍‌ଆଇ ଜସ୍ମିନ ପାଲଙ୍କ ନେତୃତ୍ୱରେ ୭ଟି ଟିମ୍‌ ଯନ୍ତ୍ରୀ ପଣ୍ଡାଙ୍କ ଆଜିମାବାଦସ୍ଥିତ ବାଗ୍‌ବୃନ୍ଦାବନ ବାସଭବନ, ସହଦେବଖୁଣ୍ଟାସ୍ଥିତ ଭାଇଙ୍କ ଘର, ବସ୍ତା ଥାନା ଅମର୍ଦ୍ଦାରୋଡ୍‌ର ସରିସାଠାରେ ଥିବା ପୈତୃକ ବାସଗୃହ, ଭୁବନେଶ୍ୱର ପଟିଆସ୍ଥିତ କୈଳାସ ଆପାର୍ଟମେଣ୍ଟରେ ଥିବା ନିଜସ୍ବ ଘର, ଅନୁଗୁଳ ଜିଲା ମିଶ୍ରପଡ଼ାସ୍ଥିତ ଶ୍ୱଶୁର ଘର, ବିଭାଗୀୟ ଡ୍ରେନେଜ୍‌ ଅଫିସ୍‌ ଏବଂ ତାଙ୍କ ସ୍ତ୍ରୀ ସୁପ୍ରଭା ମିଶ୍ରଙ୍କ ସୁନହଟ୍‌ସ୍ଥିତ ଶକୁନ୍ତଳା ଗାର୍ଲସ ହାଇସ୍କୁଲ ଅଫିସ୍‌ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଜିଲାରେ ଥିବା ୯ଟି ପ୍ଲଟ୍‌ର କାଗଜପତ୍ର, ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ୍‌ କରାଯାଇଥିବା ପାସ୍‌ବୁକ୍‌ରୁ ୪୪ଲକ୍ଷ ୩୯ହଜାର ଟଙ୍କା, ବୀମା ବଣ୍ଡ, ଲକରରୁ ନଗଦ ୧୭ଲକ୍ଷ ଟଙ୍କା, ଘରୁ ୧ଲକ୍ଷ ୬୪ହଜାର ଟଙ୍କା, ମାରୁତି ଏଷ୍ଟିଲୋ କାର୍‌, ଦୁଇଟି ଦାମୀ ବାଇକ୍‌, ୧୬ଲକ୍ଷ ୫ହଜାର ଟଙ୍କାର ସୁନାଗହଣା ଥିବା ଜଣାପଡିଥିଲା।
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଡ୍ରେନେଜ୍‌ ଡିଭିଜନ ଅଧୀନ ବିଭିନ୍ନ ନାଳ, ଖାଲ ଓ ଅନ୍ୟାନ୍ୟ ଜଳ ନିଷ୍କାସନ ପଥ ଖନନ ଓ ନିର୍ମାଣ ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ଦୁର୍ନୀତିପୂର୍ଣ୍ଣ ଉପାୟରେ ପୂର୍ବରୁ ଖର୍ଚ୍ଚ କରାଯାଉଥିଲା। ପୁରୁଣା ନାଳ ଉପରୁ ଘାସ ସଫା କରି ଖନନ ହୋଇଥିବା ଦର୍ଶାଯାଇ ମିଥ୍ୟା ବିଲ୍‌ ପ୍ରସ୍ତୁତ କରି ଟଙ୍କା ହଡ଼ପ କରାଯାଇଥିବା ତଥ୍ୟ ମିଳିଛି। ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ଉକ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରମାନଙ୍କ ଉପରେ ଚଢ଼ାଉ ହୋଇଥିଲା। ଏହାପରେ ମଧ୍ୟ ଦୁର୍ନୀତିରେ ଲିପ୍ତ ରହିଥିବା ଅଧିକାରୀ ସଚେତନ ନ ହେବାରୁ ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri