Posted inଖେଳ

ଭିଜା ଲାଗି ସାହାଯ୍ୟ ଲୋଡିଲେ ଦୂତୀ

ନୂଆଦିଲ୍ଲୀ,୯।୮(ପି.ଟି.):ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ୟୁରୋପରେ କେତୋଟି ରେସ୍‌ରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଏଥିପାଇଁ ଭିଜା ପାଇବାରେ ସମସ୍ୟା ଉପୁଜିଛି। ଫଳରେ ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସାହାଯ୍ୟ ଲୋଡିଛନ୍ତି। ଅଗଷ୍ଟ ୧୩ରେ ଆୟର୍ଲାଣ୍ଡ ଓ ୧୯ରେ ଜର୍ମାନୀରେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ) ଅନୁମୋଦିତ ରେସ୍‌ଗୁଡିକରେ ସେ ଭାଗନେବେ। ତେବେ ତାଙ୍କୁ ଏପର୍ଯ୍ୟନ୍ତ ଭିଜା ମିଳିନାହିଁ।
କୌଣସି କାରଣରୁ ଭିଜା ମିଳିପାରିନାହିଁ ବୋଲି ଦୂତୀ ଟୁଇଟ୍‌ କରି ଜଣାଇଛନ୍ତି। ଗତ ସପ୍ତାହରେ ଦୂତୀ ଭିଜା ପାଇଁ ଆବେଦନ କରିଥିଲେ ଓ ଶୁକ୍ରବାର ଗସ୍ତ ଆରମ୍ଭ କରିବାର ଯୋଜନା ରଖିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସେ ଏହି ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ। ତେବେ ସେ ଏଥିପାଇଁ ପାଣ୍ଠି ସଂଗ୍ରହ କରିପାରି ନ ଥିଲେ। ଶେଷରେ ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସହଯୋଗ କରାଯାଇଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଦୂତୀ ଏବେ କିଟ୍‌ରେ ପାଠ ପଢୁଛନ୍ତି। ଆଗାମୀ କିଛି ଦିନରେ ତାଙ୍କୁ ଭିଜା ମିଳିବ ବୋଲି ଆଶା କରାଯାଉଛି। ଉଲ୍ଲେଖଥାଉ କି, ବିଶ୍ୱ ଚାମ୍ପିୟନଶିପ୍‌ କ୍ୱାଲିଫାଇଙ୍ଗ୍‌ ଟାଇମିଙ୍ଗ ହେଉଛି ୧୧.୨୪ ସେକେଣ୍ଡ। ସେହିପରି ୨୦୨୦ ଅଲିମ୍ପିକ୍ସ ଗେମ୍ସ ପାଇଁ କଟ-ଅଫ୍‌ ୧୧.୧୫ ରହିଛି। ତେବେ ଦୂତୀ ଗତ ଏପ୍ରିଲ୍‌ରେ ଦୋହାରେ ଅନୁଷ୍ଠିତ ହୋଇଥିବା ଏସିଆନ ଚାମ୍ପିୟନଶିପ୍‌ରେ ସେ ୧୧.୨୬ ସେକେଣ୍ଟ ନେଇ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏବେ ଏଥିରେ ଉନ୍ନତି ଆଣି ସେ ବିଶ୍ୱ ଚାମ୍ପିୟନଶିପ ଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଡେଜାଙ୍କ ଅପେକ୍ଷାରେ ମାଇଲଷ୍ଟୋନ

ବାଙ୍ଗାଲୋର,୧୧।୩: ଶନିବାର ଠାରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଦିବା-ରାତ୍ର ଟେଷ୍ଟରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ବଡ଼ ବ୍ୟକ୍ତିଗତ...

ବିଦାୟ ନେବ ଏମିତି: କ୍ୟାରିୟରର ଶେଷ ମ୍ୟାଚ୍‌ରେ ଏମିତି କରିଥିଲେ ଧମାକା

ଜଣେ ଖେଳାଳି ପାଇଁ ତା କ୍ୟାରିୟରର ପ୍ରଥମ ଏବଂ ଶେଷ ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ରିକେଟରେ ଡେବ୍ୟୁ କରିଥିବା ଖେଳାଳି ତାଙ୍କର ପ୍ରଥମ ଏବଂ ଶେଷ...

ହକି ଇଣ୍ଡିଆ ମାଷ୍ଟର୍ସ କମିଟିରେ ପରଗତ, ଗୁରବକ୍ସ

ନୂଆଦିଲ୍ଲୀ,୧୮।୧୧ (ପି.ଟି.): ହକି ଇଣ୍ଡିଆର ଷ୍ଟେଟ୍‌ ମେମ୍ବର ୟୁନିଟ୍‌ଗୁଡିକ ମିଳିତ ଭାବେ ‘ମାଷ୍ଟର୍ସ କମିଟି’ ଗଠନ କରିଛନ୍ତି। ଦେଶରେ ମାଷ୍ଟର୍ସ ହକିର ପ୍ରଚାର ଓ ପ୍ରସାର...

ଦୁଃସାହସର ଅନ୍ୟନାମ କଳ୍ପନା

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- (୧୯୬୬ ଜୁଲାଇ ୭ରୁ ୨୦୧୯ ମେ ୨୩) ଓଡ଼ିଶା କ୍ରୀଡ଼ା ପାଇଁ ଗୁରୁବାର ଆସିଛି ଏକ ଖରାପ ଖବର। ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା...

ଶାମୀଙ୍କୁ ଗାଳି ଦେଲେ ହାର୍ଦ୍ଦିକ; ଭିଡିଓ ଭାଇରାଲ ପରେ…

ମୁମ୍ବାଇ,୧୨।୪: ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ ୨୦୨୨ରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି । ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏକତରଫା ଭାବେ ମ୍ୟାଚ୍‌କୁ ୮...

କ୍ରିକେଟର୍‌ମାନେ ‘ଶୂନ’ରେ ଆଉଟ୍‌ ହେଲେ କେମିତି ଥାଏ ସ୍ତ୍ରୀଙ୍କ ପ୍ରତିକ୍ରିୟା

କ୍ରିକେଟର୍‌ଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଯିବା କିଛି ନୂଆ କଥା ନୁହେଁ। ଆଜିକାଲି କ୍ରିକେଟର୍‌ମାନେ ଗସ୍ତ ସମୟରେ ସାଥିରେ ଗର୍ଲଫ୍ରେଣ୍ଡ...

ଟି୧୦ ଲିଗ୍‌: ଖେଳାଳିଙ୍କୁ ଏନ୍‌ଓସି ଦେବ ନାହିଁ ପିସିବି

କରାଚୀ,୨୪।୧୦- ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଆବୁଧାବି ଟି୧୦ ଲିଗ୍‌ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦେଶର ଖେଳାଳିଙ୍କୁ ଏନ୍‌ଓସି ନ...

ହାରିବା ପରେ ମାପିଚୁପି ପ୍ରତିକ୍ରିୟା ଦେଲେ ଇଂଲଣ୍ଡ ଅଧିନାୟକ: କହିଲେ ‘ପିଚ୍‌କୁ ଦୋଷ ଦେବା ଠିକ୍‌ ନୁହେଁ, ହେଲେ…’

ନୂଆଦିଲ୍ଲୀ,୨୬।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମୁକାବିଲାରେ ବିଜେତା ହୋଇଛି ଭାରତୀୟ ଟିମ୍‌। ୧୦ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇ ସିରିଜକୁ ୨-୧...

Advertisement
Archives

Model This Week