ଭାଷା ଆନ୍ଦୋଳନ ସମିତି ପକ୍ଷରୁ ଖବରଦାତା ସମ୍ମିଳନୀ:ବିଦଗ୍ଧ ପ୍ରତିଭାମାନଙ୍କ ଜୟନ୍ତୀ ପାଳନକୁ ନେଇ କ୍ଷୋଭ

ନୟାଗଡ଼ ଅଫିସ,୨୪ା୧୨: ନୟାଗଡ଼ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲଠାରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଦଗ୍ଧ ପ୍ରତିଭାମାନଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ ସମୟରେ ପାଳନ କରାଯିବା ଓ କବିମାନଙ୍କ ଉପାଧିକୁ ନେଇ କେତେକ ଅନୁଷ୍ଠାନ ଅସମ୍ମାନିତ କରୁଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ସେମାନେ ଏଥିରୁ ବିରତ ନ ହେଲେ ଆନ୍ଦୋଳନ ଜୋର୍‌ଦାର କରାଯିବ ବୋଲି ସମିତି ଚେତାବନୀ ଦେଇଛି।
ସମିତିର ପ୍ରତିଷ୍ଠାତା ସଦସ୍ୟ ଚନ୍ଦ୍ର ବିଜୟୀ ମିଶ୍ର ଖବରଦାତା ସମ୍ମିଳନୀରେ କହିଥିଲେ, ନୟାଗଡ଼ ଜିଲାର ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୟନ୍ତୀ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ମନଇଚ୍ଛା ପାଳନ କରୁଛନ୍ତି। ଡିସେମ୍ବର ୧୩ ତାରିଖରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟନ୍ତୀ ପାଳନ କରାଯାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହା ପୌଷମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇଛି। ସେହିଭଳି କିଛି ଅନୁଷ୍ଠାନ ଡିସେମ୍ବର ୨୪ ତାରିଖରେ ଏହି ଉତ୍ସବ ପାଳନ କରୁଛନ୍ତି। ଏହା ଦ୍ୱାରା ରାଜ୍ୟବାସୀଙ୍କ ପାଖରେ ବିଭ୍ରାନ୍ତିମୂଳକ ବାର୍ତ୍ତା ପହଞ୍ଚୁଛି। ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ପଠାଣି ସାମନ୍ତଙ୍କ ଜୟନ୍ତୀ ପାଳନ କରାଯିବା ପାଇଁ ସେ ଦାବି କରିଥିଲେ। ସେହିଭଳି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ନାମକୁ କଦର୍ଥ କରି ଜିଲାର କେତେକ ସାହିତି୍ୟକ ଅନୁଷ୍ଠାନ ଅଯଥା ବିବାଦ କରୁଛନ୍ତି। କିଛି ଅନୁଷ୍ଠାନ ପକ୍ଷରୁ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ବୋଲି ଯୁକ୍ତି ବଢ଼ାଯାଉଛି। ଅନ୍ୟପଟେ କିଛିଦିନ ପରେ ନୟାଗଡ଼ ଲେଖକ ପରିଷଦ ପକ୍ଷରୁ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପୁରସ୍କାର ପ୍ରଦାନ କରାଯିବ, ଯାହାକୁ ଭାଷା ଆନ୍ଦୋଳନ ବିରୋଧ କରିଛି। କବିସୂର୍ଯ୍ୟ ବଳଦେବ ରଥ ଉପାଧି ପାଇଥିବା ବେଳେ କିପରି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ଏଭଳି ବିବାଦରୁ ଦୂରେଇ ରହିବା ପାଇଁ ସେ ଅନୁରୋଧ କରିଥିଲେ। ରାଜ୍ୟ ଶିକ୍ଷା ଓ ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ୩ୟ ଶ୍ରେଣୀ ସାହିତ୍ୟ ବହିରେ ପଠାଣି ସାମନ୍ତଙ୍କ ପିତାଙ୍କ ନାମ ଶ୍ୟାମ ସୁନ୍ଦର ସିଂହ ଛପାଯାଇଛି। କିନ୍ତୁ ତାଙ୍କର ପ୍ରକୃତ ନାମ ହେଉଛି ଶ୍ୟାମବନ୍ଧୁ ସିଂହ। ସେହିଭଳି ନବମଶ୍ରେଣୀ ସାହିତ୍ୟ ବହିରେ ସନ୍ଥକବି ଭୀମ ଭୋଇ ବଦଳରେ ଭକ୍ତ କବି ଭୀମ ଭୋଇ ଲେଖାଯାଇଛି। ବର୍ଷ ବର୍ଷ ଧରି ଏହି ପାଠ୍ୟପୁସ୍ତକ ପିଲାମାନେ ପଢ଼ି ବିଭ୍ରାନ୍ତିରେ ରହୁଛନ୍ତି। ଏହି ତ୍ରୁଟି ସୁଧାରିବାକୁ ସେ ଦାବି କରିଥିଲେ। ଭାଷା ଆନ୍ଦୋଳନର ଆବାହକ ଶିବରାମ ମହାପାତ୍ର କହିଥିଲେ, ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ଲାଗୁ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାକୁ ଜିଲାରେ କୌଣସି ସରକାରୀ ଅଧିକାରୀ ପାଳନ କରୁନାହାନ୍ତି। ଓଡ଼ିଆ ଭାଷାରେ ବିଜ୍ଞାପନ ଓ ସୂଚନାଫଳକ ଲେଖାଯାଉ ନାହିଁ। ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ଦୋକାନର ନାମ ଓଡ଼ିଆରେ ଲେଖୁନାହାନ୍ତି। ଖୋଦ୍‌ ଜିଲାପାଳଙ୍କ କାର୍ଯ୍ୟାଳୟରେ ନୟାଗଡ଼ ବଦଳରେ ନୟାଗଡ ଲେଖାଯାଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଥିଲେ। ଆଗାମୀ ଦିନରେ ଉପରୋକ୍ତ ୪ ଦଫା ଦାବିକୁ ନେଇ ସମିତି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ, ୫ ଗିରଫ

ପୁରୀ ଅଫିସ, ୧୪ା୧୦: ପୁରୀ ସହରରେ ବ୍ରାଉନସୁଗାର କାରବାର ବଢିଚାଲିଛି। ବିଶେଷକରି ଯୁବପିଢ଼ି ଏହି କାରବାରରେ ସମ୍ପୃକ୍ତ ହେଉଥିବାବେଳେ ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ଏଠାକୁ ଧଳାଜହର...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ପାଇଁ ଷଡ଼ଯନ୍ତ୍ର

ସମ୍ବଲପୁର,୨୫ା୮ (ବ୍ୟୁରୋ):ସମ୍ବଲପୁରଠାରେ ୧୯୭୮ରେ ସ୍ଥାପିତ ରାଜ୍ୟର ପ୍ରଥମ ତଥା ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିଦେବା ଲାଗି ଷଡ଼ଯନ୍ତ୍ର କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନରେ...

‘ପାଲା’ ପାଇଁ ପାଗଭିଡ଼ା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦିନେ ଓଡ଼ିଶାର ଘରେ ଘରେ ପରିଚିତ ଥିବା ପାରମ୍ପରିକ ଲୋକକଳା ‘ପାଲା’ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି। ଧୀରେ ଧୀରେ ଜନମାନସରୁ ଦୂରେଇ...

ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଅଫିସ,୧୩ା୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ୫ମ ମହଲାରୁ ଶନିବାର ଅପରାହ୍ନରେ ଚନ୍ଦନ ନାୟକ(୩୭) ନାମକ ଜଣେ ରୋଗୀ ତଳକୁ ଡେଇଁ ପଡ଼ି ଗୁରୁତର...

ଦୁଇ ସପ୍ତାହରେ ଓଡ଼ିଶାରେ ତିଆରି ହେଲା ଅତ୍ୟାଧୁନିକ ହସ୍ପିଟାଲ

ଚିତ୍ରକୋଣ୍ଡା,୩୦ା୧୧(ଡି.ଏନ.ଏ.): ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବଦଳି ଯାଇଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ମାନଚିତ୍ର। ଦ୍ରୁତ ଗତିରେ ଏଠାରେ ହେଉଛି ବିକାଶମୂଳକ...

ଚିଲିକାରେ ୪ ନୂଆ ମୁହାଣ : ବଢ଼ିଛି ଲବଣ ମାତ୍ରା

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ବାତ୍ୟା ‘ଫନୀ’ ପ୍ରଭାବରେ ଚିଲିକାରେ ୪ ନୂଆ ମୁହାଣ ସୃଷ୍ଟି ହୋଇଛି। ପୂର୍ବରୁ ଥିବା ଦୁଇଟି ମୁହାଣ ମଝିରେ ଆଉ ତିନୋଟି ଏବଂ ଉତ୍ତରପଟକୁ...

ମେଟଲ୍‌ ମିଟ୍‌-୨୦୨୩: ଗ୍ରାଣ୍ଡ୍‌ ଫିନାଲେ ଆରମ୍ଭ

ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ତଥା ଅନ୍ତିମ ଦିବସର ରାଜ୍ୟସ୍ତରୀୟ କୁଇଜ୍‌ ଇଭେଣ୍ଟ୍‌ ‘ମେଟଲ ମିଟ୍‌-୨୦୨୩’ର ଗ୍ରାଣ୍ଡ୍‌...

ଏଏସ୍‌ଆଇ କହିଥିଲା ଅନୁମୋଦନ ଜରୁରୀ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟର ଅନୁମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଚିଠି କରାଯିବା ଦରକାର...

Advertisement
Archives

Model This Week