ଭାଲେଣ୍ଟାଇନ୍‌ ଡେ’ରେ ବିବାହ କରିବେ ନେହା-ଆଦିତ୍ୟ, କାର୍ଡ ଭାଇରାଲ

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କୁଆଡେ, ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ଆସନ୍ତା ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ୍‌ ଡେ’ରେ ହେବ ବୋଲି କୁହାଯାଉଛି। ଉଭୟଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନେହା ‘ଇଣ୍ଡିଆନ ଆଇଡଲ ୧୧’ ଶୋ’କୁ ଜଜ୍‌ କରୁଥିବାବେଳେ ଶୋ’ ଉପସ୍ଥାପକ ଦାୟିତ୍ୱ ତୁଲାଉଛନ୍ତି ଆଦିତ୍ୟ। ଅନେକ ଥର ଏହି ଶୋ’ରେ ଆଦିତ୍ୟ ତାଙ୍କ ପ୍ରେମର ପରିପ୍ରକାଶ ନେହାଙ୍କ ଆଗରେ କରିଛନ୍ତି। କିନ୍ତୁ ତାହା ରିଲ୍‌ ବୋଲି ଦର୍ଶକ ଭାବୁଥିବାବେଳେ ଗତ ସପ୍ତାହରେ ଉଦିତ୍‌ ନାରାୟଣ ଓ ତାଙ୍କ ସ୍ତ୍ରୀଙ୍କୁ ଉକ୍ତ ଶୋ’ରେ ଦେଖିବାକୁ ମିଳିଥିଲା। ଉଭୟ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ବୋଲି ଖୋଲାଖୋଲି କହିଥିଲେ। ଏହାପରଠାରୁ ନେହା ଏବଂ ଆଦିତ୍ୟ ବିବାହକୁ ନେଇ ଚର୍ଚ୍ଚା ଉଠିଛି। କିନ୍ତୁ ଭାଇରାଲ ବିବାହ କାର୍ଡର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପ୍ରକୃତରେ ଉଭୟ ବିବାହ କରିବେ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ପାଦରେ ଆଙ୍କିଲେ ବିଗ୍‌ ବି ଅମିତାଭଙ୍କ ପେଣ୍ଟିଂ: କେବିସିର ସିଜିନ୍‌-୧୨ରେ ହେବେ ଅତିଥି

ମୁମ୍ବାଇ: ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଦିବ୍ୟାଙ୍ଗ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପେଣ୍ଟିଂ ପାଦରେ ଆଙ୍କିଛନ୍ତି। ଖବର ବିଗ୍‌ ବିଙ୍କ ପାଖରେ ପହଞ୍ଚିବା ପରେ ସେ...

ପିତାଙ୍କ ୮୦ତମ ଜନ୍ମଦିବସରେ ଏହି ପ୍ରଶ୍ନ ପଚାରିଥିଲେ ଅମିତାଭ, ଭିଡିଓ ଭାଇରାଲ

ବିଗ୍‌ ବି ଅମିତାଭ ବଚ୍ଚନ ନିଜର ଫିଲ୍ମ ଶୁଟିଂରୁ କିଛି ସମୟ ବାହାର କରି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କବିତା ହେଉକି କି ଫ୍ୟାମିଲି...

ଅଭିନୟରେ ସଫଳ ରହିଥିବା ସଲମାନ୍‌ ପ୍ରେମରେ ସବୁବେଳେ ବିଫଳ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାଁଙ୍କର ଫିଲ୍ମ ଜୀବନ ପରି ବ୍ୟକ୍ତିଗତ ଜୀବନ ମଧ୍ୟ ରୋମାଞ୍ଚକର। ଜୀବନରେ ତାଙ୍କର ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ...

ଦୀପିକାଙ୍କ ଫଟୋ ଦେଖି କ’ଣ କହୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ଓ ରଣବୀର ସିଂ ବିବାହ କରିବା ପରେ ଅଧିକାଂଶ ସମୟ ରହୁଛନ୍ତି ଚର୍ଚ୍ଚାରେ। ଉଭୟ ସୋସିଆଲ ମିଡିଆରେ ବେଶ୍‌...

ଅପେରା ହାଲଚାଲ ରାତିତମାମ କାନ୍ଦିଥିଲେ ମୁନ୍ନା

ଅପେରା ଜଗତର ଆଗଧାଡିର ଅନ୍ୟତମ ନାୟକ ମୁନା। ଦୀର୍ଘ ୧୪ବର୍ଷ ଧରି ସେ ଅଭିନୟ ଜାରି ରଖିଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ନମିତାଙ୍କ ସହ ସେ...

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି...

ପ୍ରଶଂସକଙ୍କ ସହ ଅନ୍‌ଲାଇନ୍‌ରେ ଲୁଡୁ ଖେଳି ସମୟ ବିତାଉଛନ୍ତି ଏହି ଅଭିନେତ୍ରୀ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ବଲିଉଡ୍‌ କଳାକାରମାନେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ତେବେ ଏହି ଖାଲି ସମୟକୁ ଫିଲ୍ମ...

ଗର୍ଭବତୀ ଥାଇ ବିବାହ କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟିକା ନେହା ଧୁପିଆ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ବଲିଉଡ୍‌ର ବୋଲ୍ଡ ନାୟିକାମାନଙ୍କ ମଧ୍ୟରେ ଅନ୍ୟତମ ନେହା ନିକଟରେ ତାଙ୍କ...

Coronavirus Update


Archives

Model This Week

Why Dharitri