Posted inଖେଳ

ଭାରୋତ୍ତୋଳକ ରବି କୁମାରଙ୍କୁ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୫ା୧୧- ଡୋପ୍‌ ଟେଷ୍ଟରେ ଧରାପଡ଼ିବାରୁ ଓଡ଼ିଶାର ଷ୍ଟାର୍‌ ଭାରୋତ୍ତୋଳକ ରବି କୁମାର କାଟଲୁଙ୍କୁ ୪ ବର୍ଷ ବାସନ୍ଦ ଦଣ୍ଡ ହୋଇଛି। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଡାଇରେକ୍ଟର ଜେନେରାଲ ନବିନ ଅଗ୍ରଓ୍ବାଲ ମଙ୍ଗଳବାର ବିଧିବଦ୍ଧ ଏହି ସୂଚନା ଦେଇଛନ୍ତି। ରବି କୁମାର ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬୯କେଜି ଶ୍ରେଣୀରେ ଟାଇଟଲ ଜିତିଥିଲେ। ସେହିଭଳି ୨୦୧୪ ଗ୍ଲାସ୍‌ଗୋ ସଂସ୍କରଣରେ ସେ ୭୭ କେଜି ବିଭାଗରେ ଏକ ରୌପ୍ୟ ପଦକ ଲାଭ କରିଥିଲେ। ରବି କୁମାରଙ୍କ ବ୍ୟତୀତ ପ୍ରତିଯୋଗିତା ବାହାରେ ହୋଇଥିବା ଡୋପ୍‌ ଟେଷ୍ଟରେ ଧରାପଡ଼ି ଥିବା ଅନ୍ୟ ୪ ଭାରତୀୟ ଭାରୋତ୍ତୋଳକ ହେଲେ ପୂର୍ଣ୍ଣିମା ପାଣ୍ଡେ, କମ୍‌ ଜଣାଶୁଣା ହିରେନ୍ଦ୍ର ସରଙ୍ଗ, ଦୀପିକା ଶ୍ରୀପାଲ ଏବଂ ଗୌରବ ତୋମାର। ହାଇପ୍ରୋଫାଲଲ ଭାରୋତ୍ତୋଳକ ରବି କୁମାରଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରୁ ନିଷିଦ୍ଧ ଦ୍ରବ୍ୟ ଓଷ୍ଟାରିନ୍‌ ଠାବ କରାଯାଇଛି, ଯାହାକି ଏକ ସିଲେକ୍ଟିଭ ଆଣ୍ଡ୍ରୋଜେନ ରସେପ୍ଟର ମୋଡୁଳେଟର(ଏସ୍‌ଏଆର୍‌ଏମ୍‌)। ଏହା ମାଂସପେଶୀ ବୃଦ୍ଧିରେ ସହାୟକ ହୋଇଥାଏ। ଚଳିତବର୍ଷ ବିଶାଖାପାଟଣାଠାରେ ନ୍ୟାଶନାଲ ଚାମ୍ପିୟନଶିପ୍‌ବେଳେ ରବି କୁମାରଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ଜଣେ ଡୋପିଂ ବିଶେଷଜ୍ଞଙ୍କ କହିବା ଅନୁସାରେ ଏସ୍‌ଏଆର୍‌ଏମ ଷ୍ଟେରଏଡ୍‌ର ବିକଳ୍ପ ଭାବେ ବ୍ୟବହାର କରାଯାଇଥାଏ। ଏହା ବ୍ଲାକ ମାର୍କେଟରେ ସହଜରେ ଉପଲବ୍ଧ। ହେଲେ କୌଣସି ଦେଶ ଏହାକୁ ଔଷଧ ରୂପେ ବ୍ୟବହାର ପାଇଁ ଅନୁମତି ଦେଇ ନାହାନ୍ତି। ଡୋପ୍‌ ସ୍କାଣ୍ଡଲରେ କଳଙ୍କିତ ଭାରତୀୟ ଭାରୋତ୍ତୋଳନକୁ ପୁଣି ଏକ ଶକ୍ତ ଧକ୍କା ହୋଇଛି। ଅଧିକ ଡୋପିଂ ମାମଲା ରହିଥିବାରୁ ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଭାରୋତ୍ତୋଳନରେ ୨ ମହିଳା ଓ ୨ ପୁରୁଷ ସମେତ ୪ ସ୍ଥାନ ସୀମତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri