ଭାରି ପଡୁଛି ଟିକସ ବୋଝ; ୧୮.୨୮ ଟଙ୍କାରେ ମିଳନ୍ତା ପେଟ୍ରୋଲ

ନୂଆଦିଲ୍ଲୀ,୭।୫: ତେଲ ଉପରେ ଟିକସ ବୋଝ ଭାରି ପଡୁଛି। ଅଧିକ ଟିକସ ରହିବା ଯୋଗୁ ଗ୍ରାହକଙ୍କୁ ଚଢା ଦରରେ ପେଟ୍ରୋଲ ଡିଜେଲ କିଣିବାକୁ ପଡୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ନିମ୍ନରେ ରହିଥିବା ବେଳେ ତେଲ କମ୍ପାନୀଗୁଡିକ ମୂଲ୍ୟ ନ କମାଇବା ଫଳରେ ଦର ଉଚ୍ଚରେ ରହିଛି। ଯଦି ଟିକସ ଲାଗୁ ନ ହୁଏ ତେବେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୮.୨୮ ଟଙ୍କା ରହିବ। ଏହାବାଦ ଟିକସ ପରିମାଣ ଯଦି କମ୍‌ ରୁହନ୍ତା ତେବେ ଏହି ମୂଲ୍ୟ ହୁଏତ କିଛି ବଢିଥାନ୍ତା। ମାତ୍ର ବର୍ତ୍ତମାନ ଏଥିରେ ୩୨.୯୮ ଟଙ୍କାର ଉତ୍ପାଦ ଟିକସ,୩.୨୬ ଟଙ୍କାର ଡିଲର କମିଶନ, ୧୬.୪୪ ଟଙ୍କାର ଭାଟ୍‌ ଲାଗିବା ଯୋଗୁ ଗ୍ରାହକଙ୍କୁ ୭୧.୨୬ ଟଙ୍କା ଦେବାକୁ ପଡୁଛି। ସେହିଭଳି ଡିଜେଲରେ ୩୧.୮୩ ଟଙ୍କାର ଉତ୍ପାଦ ଟିକସ, ୨.୫୨ ଟଙ୍କାର ଡିଲର କମିଶନ, ୧୬.୨୬ ଟଙ୍କା ଭାଟ୍‌ ଲାଗୁ ହେବା ଯୋଗୁ ଏହାର ମୂଲ୍ୟ ୬୯.୩୯ ଟଙ୍କାକୁ ବଢିଛି।
ସୂଚନାଯୋଗ୍ୟ, ୧୯୯୯ ପରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତର ବ୍ୟାରେଲ ପିଛା ୧୮ ଡଲାର ରହିଛି। ଫଳରେ କମ୍ପାନୀଗୁଡିକ ଉପରେ ଏହାର ଚାପ ବର୍ତ୍ତମାନ ନାହିଁ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ପେଟ୍ରୋଲ ଉପରେ ଅତିରିକ୍ତ ଉତ୍ପାଦ ଟିକସ ବାବଦ ଲିଟର ପିଛା ୨ ଟଙ୍କା ଏବଂ ରୋଡ୍‌ ସେସ୍‌ ବାବଦ ୮ ଟଙ୍କା ଲାଗୁ କରାଯାଇଛି। ଏହା ଡିଜେଲ ଉପରେ ଯଥାକ୍ରମେ ୫ ଟଙ୍କା ଏବଂ ୮ ଟଙ୍କା ରହିଛି। ଫଳରେ ପେଟ୍ରୋଲ ଏବଂ ଡିଜେଲ ଉପରେ ମୋଟ ଉତ୍ପାଦ ଟିକସ ଯଥାକ୍ରମେ ୩୨.୯୮ ଟଙ୍କା ଏବଂ ୩୧.୮୩ ଟଙ୍କା ଛୁଇଁଛି। ଇନ୍ଧନ ଉପରେ ମୋଟ ମୂଲ୍ୟର ପ୍ରାୟ ୪୬% କେନ୍ଦ୍ରୀୟ ଉତ୍ପାଦ ଟିକସ ପ୍ରଦାନ କରିବାକୁ ପଡୁଛି। ଏହା ବାଦ୍‌ ଭାଟ୍‌ ଏବଂ ସେଲ୍‌ସ ଟିକସ ମିଶିଲେ ଟିକସ ଅଂଶ ମୋଟ ମୂଲ୍ୟର ପ୍ରାୟ ୬୦% ଛୁଇଁବ।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଆସିବା ସମୟରେ ପେଟ୍ରୋଲ ଉପରେ ଲିଟର ପିଛା ଉତ୍ପାଦ ଟିକସ ୯.୪୮ ଟଙ୍କା ରହିଥିବା ବେଳେ ଡିଜେଲ ଉପରେ ଏହା ୩.୫୬ ଟଙ୍କା ରହିଥିଲା। ବିଶ୍ୱ ସ୍ତରରେ ତୈଳ ଦର ନିମ୍ନରେ ରହିଥିବାରୁ ସରକାରଙ୍କୁ ଏଥିରୁ ଲାଭ ମିଳିଛି। ୨୦୧୪ ନଭେମ୍ବରରୁ ୨୦୧୬ ଜାନୁୟାରୀ ମଧ୍ୟରେ ସରକାର ୯ ଥର ଉତ୍ପାଦ ଟିକସ ବଢ଼ାଇଥିଲେ। ସେହି ୧୫ ମାସରେ ସରକାର ପେଟ୍ରୋଲ ଉପରେ ୧୧.୭୭ ଟଙ୍କା ଏବଂ ଡିଜେଲ ଉପରେ ୧୩.୪୭ ଟଙ୍କା ଟିକସ ବୃଦ୍ଧି କରିଥିଲେ। ଫଳରେ ୨୦୧୪-୧୫ରେ ଏହି ରାଜସ୍ବ ବାବଦକୁ ମିଳିଥିବା ୯୯,୦୦୦ ଟଙ୍କା ୨୦୧୬-୧୭ରେ ୨.୪୨ ଲକ୍ଷ କୋଟି ଛୁଇଁଥିଲା। ଅକ୍ଟୋବର ୨୦୧୭ରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ସରକାର ଯଥାକ୍ରମେ ୨ ଟଙ୍କା ଓ ୧.୫୦ ଟଙ୍କା ଉତ୍ପାଦ ଟିକସ ହ୍ରାସ କରିଥିଲେ। ଜୁଲାଇ ୨୦୧୯ରେ ଏଥିରେ ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଏଥିରେ ପୁଣି ୩ ଟଙ୍କା ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri