Posted inଖେଳ

ଭାରତ ବିପକ୍ଷ ସିରିଜ: ନ୍ୟୁଜିଲାଣ୍ଡ ଦିନିକିଆ ଦଳ ଘୋଷିତ

ଓ୍ବେଲିଂଟନ, ୩୦।୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ଲାଗି ଗୁରୁବାର ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ତେବେ ଆଘାତଜନିତ ସମସ୍ୟା ନ୍ୟୁଜିଲାଣ୍ଡ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି କାରଣରୁ ଦଳର ୩ ପ୍ରମୁଖ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ ଓ ମ୍ୟାଟ୍‌ ହେନରୀଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ ଲାଗି ଦଳରେ ସ୍ଥାନ ମିଳିନାହିଁ। ନବାଗତ ବୋଲରଙ୍କୁ ନେଇ କିଓ୍ବି ଦଳ ଏହି ସିରିଜ ଖେଳିବ। କାଏଲ୍‌ ଜେମିସନ ଦିନିକିଆ ପଦାର୍ପଣ କରିବାର ସମ୍ଭାବନା ରହିଥିବାବେଳେ ସ୍କଟ୍‌ କଗେଲେଇଜନ ଓ ହାମିଶ ବେନେଟ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଭିଜ୍ଞ ଟିମ୍‌ ସୌଦୀ ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେବେ। ସେହିଭଳି କଲିନ୍‌ ଡି ଗ୍ରାଣ୍ଡହୋମ୍‌ ଦଳକୁ ଫେରିଛନ୍ତି। ଜିମ୍ମି ନିଶାମ ଓ ମିଚେଲ ସାଣ୍ଟନର ଅଲ୍‌ରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି। ତେବେ ଲେଗ୍‌-ସ୍ପିନର ଇଶ୍‌ ସୋଧୀଙ୍କୁ କେବଳ ପ୍ରଥମ ଦିନିକିଆ ଲାଗି ଦଳରେ ସ୍ଥାନ ମିଳିଛି। ଏହାପରେ ସେ ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଲାଗି ଦଳରୁ ରିଲିଜ ହେବେ। ଭ୍ରମଣକାରୀ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଫେବୃୟାରୀ ୫ରୁ ହାମିଲଟନ୍‌ରେ ଆରମ୍ଭ ହେବ।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ହାମିଶ ବେନେଟ୍ଟ, ଟମ୍‌ ବ୍ଲଣ୍ଡେଲ, କଲିନ ଡି ଗ୍ରାଣ୍ଡହୋମ୍‌, ମାର୍ଟିନ ଗୁପ୍‌ଟିଲ, କାଏଲ୍‌ ଜେମିସନ, ସ୍କଟ୍‌ କଗ୍‌ଲେଇଜନ, ଟମ୍‌ ଲଥାମ୍‌, ଜିମ୍ମି ନିଶାମ, ହେନରୀ ନିକୋଲାସ, ମିଚେଲ ସାଣ୍ଟନର, ଇଶ୍‌ ସୋଧୀ (ପ୍ରଥମ ଦିନିକିଆ), ଟିମ୍‌ ସୌଦୀ ଓ ରସ୍‌ ଟେଲର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଦେଖାରେ ଅନୁଷ୍କାଙ୍କୁ କ୍ଷମା ମାଗିଥିଲେ ବିରାଟ: ଜାଣନ୍ତୁ କାହିଁକି

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର...

ଜିମ୍ବାଓ୍ବେ ବ୍ୟାନ୍‌: ଅକ୍ଟୋବର ପରେ ବିସିସିଆଇ ନିଷ୍ପତ୍ତି ନେବ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଜିମ୍ବାଓ୍ବେକୁ ଆଇସିସି ବାସନ୍ଦ କରିବା ପରେ ଆସନ୍ତା ଜାନୁୟାରୀରେ ଖେଳାଯିବାକୁ ଥିବା ଭାରତ- ଜିମ୍ବାଓ୍ବେ ସୀମିତ ଓଭର ସିରିଜ ନେଇ ଆଶଙ୍କା ପ୍ରକାଶ ପାଇଛି।...

ଲାଗିଲା ମୋହର: ଶେଷରେ ଏହି ଯୁବତୀଙ୍କ ହାତ ଧରିବେ ବୁମ୍‌ରା

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଏବେ ନିଜ ବିବାହକୁ ନେଇ ଖବର ଶିରୋନାମାରେ। ହେଲେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲା...

କମେଣ୍ଟ୍ରି ବକ୍ସରେ ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଶଂସକମାନେ ଏକ ଭିନ୍ନ ମଜା ପାଇଛନ୍ତି। ଭାରତୀୟ କ୍ରିକେଟର...

ସମ୍ମାନିତ ହେଲେ ପନ୍ତଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ଆଣିଥିବା ଡ୍ରାଇଭର-କଣ୍ଡକ୍ଟର

ଡେରାଡୁନ,୩୧।୧୨: ଭାରତୀୟ କ୍ରିକେଟ ଟିମ୍‌ର ତାରକା କ୍ରିକେଟର ଋଷଭ ପନ୍ତ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ରୁର୍‌କି ନିକଟରେ ତାଙ୍କର...

ପୂର୍ବତନ ଅଲିମ୍ପିକ୍ସ ଚାମ୍ପିୟନଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ

ବୁଦାପେଷ୍ଟ,୧୬।୧୦- ହଙ୍ଗେରୀର ଏକ ସହରର ମେୟର ଭାବେ ପୁନଃ ନିର୍ବାଚିତ ହୋଇଥିବା ପୂର୍ବତନ ଅଲିମ୍ପିକ୍‌ ଚାମ୍ପିୟନ ଜୋଲ୍ଟ ବୋର୍କାଇ ନିଜ ରାଜନୈତିକ ଦଳ ଫିଡେଜରୁ ଇସ୍ତଫା...

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ: ଭାରତୀୟ ଦଳରେ ସୂର୍ଯ୍ୟକୁମାର, ଇଶାନ, ଟଓ୍ବୋଟିଆ

ନୂଆଦିଲ୍ଲୀ,୨୧।୨: ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି୨୦ ସିରିଜ ପାଇଁ ଶନିବାର ଏକ ୧୯ ଜଣିଆ ଦଳ ଘୋଷଣା କରାଯାଇଛି। ଗତ...

ପଦ୍ମ ଧରିଲେ ସାଇନା ନେହଓ୍ବାଲ

ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର...

Advertisement
Archives

Model This Week