Posted inଖେଳ

ଭାରତ ବିପକ୍ଷ ଟେଷ୍ଟ ସିରିଜ: ନ୍ୟୁଜିଲାଣ୍ଡ ଦଳକୁ ବୋଲ୍ଟଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବେଲିଂଟନ,୧୭।୨: ଆଗାମୀ ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଏକ ୧୩ ଜଣିଆ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଆଘାତ ସମସ୍ୟାରୁ ସୁସ୍ଥ ହୋଇ ଏହି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହାତ ଭାଙ୍ଗିଯାଇଥିବା କାରଣରୁ ବୋଲ୍ଟ ବେଶ୍‌ କିଛି ଦିନ କ୍ରିକେଟରୁ ଦୂରେଇ ରହିଥିଲେ। ଗତ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ଖେଳିବା ଅବସରରେ ବୋଲ୍ଟଙ୍କ ଡାହାଣହାତ ଭାଙ୍ଗି ଯାଇଥିଲା। ଶୁକ୍ରବାରଠାରୁ ଓ୍ବେଲିଂଟନର ରିଜର୍ଭ ବେସନ୍‌ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ସେ ଫିଟ୍‌ ଘୋଷିତ ହୋଇଛନ୍ତି।
ଓପନର ଜିତ ରାଭାଲ, ସ୍ପିନ୍‌ ବୋଲିଂ ଅଲରାଉଣ୍ଡର ମିଚେଲ ସାଣ୍ଟନର ଓ ଦ୍ରୁତ ବୋଲର ମ୍ୟାଟ୍‌ ହେନେରୀଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଗତ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆଠାରୁ ନ୍ୟୁଜିଲାଣ୍ଡ ୩-୦ରେ ପରାସ୍ତ ହୋଇ ହ୍ବାଇଟ୍‌ଓ୍ବାଶ୍‌ର ସମ୍ମୁଖୀନ ହୋଇଥିଲା। ଫଳରେ ଚୟନକର୍ତ୍ତାମାନେ ଦଳରେ ଅଦଳବଦଳ କରିଛନ୍ତି। ବାମହାତୀ ସ୍ପିନର ଅଜାଜ ପଟେଲ, ଅକଲାଣ୍ଡ ଦ୍ରୁତ ବୋଲର କାଏଲ ଜେମିଶନଙ୍କୁ ଏହି ଦଳରେ ସାମିଲ କରାଯାଇଛି। ମୁମ୍ବାଇ ଜନ୍ମିତ ଅଜାଜ ଗତ ଅଗଷ୍ଟରେ ଶେଷଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଖେଳିଥିଲେ। ଏକମାତ୍ର ସ୍ପିନର ଭାବେ ଅଜାଜ ଦଳରେ ସ୍ଥାନ ପାଇଛନ୍ତି। ପ୍ରଦର୍ଶନରେ ସ୍ଥିରତା ବଜାୟ ରଖିଥିବାରୁ ଇଶ୍‌ ସୋଧିଙ୍କ ବଦଳରେ ଅଜାଜଙ୍କୁ ଚୟନକର୍ତ୍ତାମାନେ ଅଧିକ ଭରସା କରିଛନ୍ତି।
ବୋଲ୍ଟଙ୍କ ପ୍ରତ୍ୟାବର୍ତ୍ତନରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି କୋଚ୍‌ ଗ୍ୟାରୀ ଷ୍ଟେଡ କହିଛନ୍ତି। ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ଜେମିଶନ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ଟେଷ୍ଟ ଦଳରେ ସ୍ଥାନ ହାସଲ କରିଛନ୍ତି। ବୋଲ୍ଟ, ଟିମ୍‌ ସୌଦି ଓ ନିଲ ଓ୍ବାଗନରଙ୍କୁ ନେଇ ଗଠିତ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ମନେହେଉଛି। ରାଭାଲଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ବ୍ଲଣ୍ଡେଲ ଟପ୍‌ ଅର୍ଡରରେ ବ୍ୟାଟିଂ କରିବେ। ନ୍ୟୁଜିଲାଣ୍ଡ ରଗ୍‌ବୀ ୟୁନିୟନ ଖେଳାଳି ତଥା କୋଚ୍‌ ଜନ୍‌ ମିଚେଲଙ୍କ ପୁଅ ଅଲରାଉଣ୍ଡର ଡାରିଲ ମିଚେଲଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ଓ୍ବେଲିଂଟନରେ ଟେଲର କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ। ଫଳରେ ବ୍ରେଣ୍ଡନ ମ୍ୟାକଲମ, ଡାନିଏଲ ଭିଟ୍ଟୋରୀ ଓ ଷ୍ଟିଫେନ ଫ୍ଲେମିଂଙ୍କୁ ନେଇ ଗଠିତ ଏଲିଟ୍‌ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଟେଲର ବିଶ୍ୱର ପ୍ରଥମ କ୍ରିକେଟର ଭାବେ ୩ଟି ଯାକ ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳି ରେକର୍ଡ କରିବାକୁ ଯାଉଛନ୍ତି।
ନ୍ୟୁଜିଲାଣ୍ଟ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ଟମ୍‌ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ, କାଏଲ ଜେମିଶନ, ଟମ୍‌ ଲଥାମ, ଡାରିଲ ମିଚେଲ, ହେନେରୀ ନିକୋଲ୍ସ, ଅଜାଜ ପଟେଲ, ଟିମ୍‌ ସୌଦି, ରସ୍‌ ଟେଲର, ନିଲ ଓ୍ବାଗନର ଓ ବିଜେ ଓ୍ବାଟଲିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରା, ମନ୍ଧାନାଙ୍କୁ ପୁରସ୍କାର

ବେଙ୍ଗାଲୁରୁ,୨୬ା୧୦(ପି.ଟି.)- ଓ୍ବିଜ୍‌ଡେନ୍‌ ଇଣ୍ଡିଆ ଅଲ୍‌ମାନାକ୍‌ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ୫ଜଣ ବିଜେତାଙ୍କ ମଧ୍ୟରେ ଭାରତର ଦୁଇଜଣ ପ୍ରିମିୟର ସ୍ପିଡ୍‌ଷ୍ଟର...

ଖୁବ୍‌ଶୀଘ୍ର ଦ୍ୱିତୀୟ ପାଳି ଆରମ୍ଭ କରିବେ କ୍ରିକେଟର୍‌ ହରଭଜନ ସିଂ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ବଲିଉଡ୍‌...

ପୁଣି ନିକଟତର ହେଉଛନ୍ତି କି ଉର୍ବଶୀ-ପନ୍ତ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଏହା ସହିତ ଅକ୍ଷୟ କୁମାର, ମୌନି...

କରୋନା ଭାଇରସ ଲଢ଼େଇ: ନିଜ ହସ୍ପିଟାଲ ଦାନ କଲେ ଡ୍ରୋଗ୍‌ବା

ଆବିଡଜାନ,୧୩।୪(ଏଏଫ୍‌ପି): କରୋନା ଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଯୋଗଦେଇଛନ୍ତି ଆଇଭରୀ କଷ୍ଟ ଫୁଟବଲର ତଥା ପୂର୍ବତନ ଚେଲସି ଫରଓ୍ବାର୍ଡ ଡିଡିଏର ଡ୍ରୋଗବା। ସେ ଏଥିପାଇଁ...

କୋପା ଆମେରିକା ଫୁଟ୍‌ବଲ: ନକ୍‌ଆଉଟ୍‌ରେ ଉରୁଗୁଏ, ପାରାଗୁଏ

ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ଏହି...

ବାରବାଟୀ ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିବା ଶାର୍ଦ୍ଦୁଳଙ୍କ କ୍ୟାରିୟରର କିଛି ରୋଚକ କଥା

ବାରବାଟୀ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳକୁ ଜିତାଇବାରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ ଶାର୍ଦ୍ଦୁଳ ଠାକୁର। ତାଙ୍କ ବିଷୟରେ ଏକ ରୋଚକ କଥା ସାମ୍ନାକୁ ଆସିଛି।...

ଧାଓ୍ବନଙ୍କୁ ନେତୃତ୍ୱ: ଭାରତୀୟ ଦଳରେ ୬ ନୂଆ ମୁହଁ

ମୁମ୍ବାଇ,୧୦।୬: ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଲାଗି ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଯାଇଛି। ବରିଷ୍ଠ ଓପନର...

ପ୍ରତ୍ୟେକ ସିରିଜ୍‌ ପରେ କିଟ୍‌ ବ୍ୟାଗ୍‌ ଦାନ ଦିଅନ୍ତି ଏହି ଖେଳାଳି, ଜାଣନ୍ତୁ କାହିଁକି

ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଷ୍ଟ୍ରେଲିଆ ଗସ୍ତରେ ପ୍ରମାଣ କରି ଦେଖାଇଛନ୍ତି ଯେ କିଛି ମ୍ୟାଚ ବିଫଳ ହେତୁ ଜଣେ ଖେଳାଳିଙ୍କ କ୍ୟାରିୟର ଶେଷ...

Advertisement


Archives

Model This Week