ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଯୁଦ୍ଧ: ପାକିସ୍ତାନ ମନ୍ତ୍ରୀ

ଇସ୍‌ଲାମାବାଦ,୧୪।୧୨: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସି ପରିହାସର ଶିକାର ହେଉଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଏଥର ମଧ୍ୟ ସେମିତି ଏକ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ହଡବଡେଇ ଯାଇଥିବା ପାକିସ୍ତାନ ଏଥର ପୁଣିଥରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ହଡବଡେଇ ଯାଇଛି। ଏହାକୁ ନେଇ ଶେଖ ରସିଦ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ମୁସଲମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। ନାଗରିକତା ସଂଶୋଧନ ବିଲ୍‌ର ବିରୋଧ ସତ୍ତ୍ୱେ ଏହାକୁ ପାସ୍‌ କରିବାର ଅର୍ଥ ହେଉଛି ଭାରତୀୟ ମୁସଲମାନଙ୍କୁ ଅଣଦେଖା କରିବା। ତେଣୁ ମୋଦି ହିଟଲର ବୋଲି ମଧ୍ୟ ସେ କହିଛନ୍ତି। ଏତିକି ନୁହେଁ ଉକ୍ତ ବିଲ୍‌କୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ମଧ୍ୟ ସେ ଇଙ୍ଗିତ କରିଛନ୍ତି। ତେବେ ଜମ୍ମୁ-କଶ୍ମୀର ଓ ଭାରତର ମୁସଲମାନଙ୍କ ସହ ପାକିସ୍ତାନ ରହିଛି ବୋଲି ମଧ୍ୟ ସେ କହିବାକୁ ଭୁଲି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ ହୋଲ୍‌ର ଆକାର କମିବାରେ ଲାଗିଛି !

ଓ୍ବାଶିଂଟନ,୨୮।୩: ଆଣ୍ଟାର୍କଟିକା ଉପରେ ସୃଷ୍ଟି ହୋଇଥିବା ଓଜନ ହୋଲ୍‌ର ଆକାର ଇତିମଧ୍ୟରେ କମିବାରେ ଲାଗିଛି। ୧୯୮୭ ମଣ୍ଟେକାର୍ଲୋ ପ୍ରୋଟୋକଲ ଅନ୍ତର୍ଗତ ହୋଇଥିବା ଏକ ସର୍ଭେ ରିପୋର୍ଟରେ...

ଖାଲି କରାଗଲା ଏଫେଲ୍‌ ଟାଓ୍ବାର

ପ୍ୟାରିସ,୨୧।୫: ବିଶ୍ୱ ପ୍ରସିଦ୍ଧ ଏଫେଲ୍‌ ଟାଓ୍ବାର ଉପରକୁ ଗତ ସୋମବାର ଜଣେ ବ୍ୟକ୍ତି ଚଢିଯିବା ପରେ ତାକୁ ଖାଲି କରାଯାଇଥିଲା। ଉକ୍ତ ଟାଓ୍ବାରର ଦେଖାରଖା କରୁଥିବା...

ମୂଷା ଆଙ୍କିଲା ଚିତ୍ର: ୯୨ ହଜାରରେ ହେଲା ବିକ୍ରି

ମାଞ୍ଚେଷ୍ଟର,୨୩।୫: ମଣିଷ ଚିତ୍ର ଆଙ୍କିଥାଏ। ଏହାଦ୍ୱାରା ସୃଜନଶୀଳତା ପ୍ରକାଶିତ ହୋଇଥାଏ। ତେବେ ମୂଷା ଚିତ୍ର ଆଙ୍କିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଇଂଲଣ୍ଡର ମାଞ୍ଚେଷ୍ଟରରେ...

କରୋନାର କରୁଣ ଦୃଶ୍ୟ: ମୃତ ଲୋକଙ୍କ ପାଇଁ ମିଳୁନି କଫିନ!

ସାଓ ପୋଲୋ,୨।୫: ବ୍ରାଜିଲର ମାନୁସ ସହରରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ, ଏଠାରେ ପ୍ରତିଦିନ କରୋନା ସଂକ୍ରମଣରେ ଶହ ଶହ...

ମାଡ଼ି ଆସୁଛି ବିପଦ: ପୃଥିବୀକୁ ଧକ୍କାଦେବ ଗ୍ରହାଣୁପିଣ୍ଡ, ହେବ ପ୍ରଚଣ୍ଡ ବିସ୍ଫୋରଣ

ଓ୍ବାଶିଂଟନ,୧।୧୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ୪୮ ବର୍ଷ ପରେ ୨୦୬୮ ଏପ୍ରିଲ୍‌ ୧୨ରେ ଏକ ଗ୍ରହାଣୁପିଣ୍ଡ ପୃଥିବୀକୁ ତୀବ୍ର ବେଗରେ ଧକ୍କାଦେବ।...

ବ୍ରିଟେନ ସୋସିଆଲ୍‌ ମିଡ଼ିଆରେ ଗୁଜବ: ୫-ଜି ମୋବାଇଲ୍‌ ଜ୍ଞାନକୌଶଳ ଯୋଗୁ ବ୍ୟାପୁଛି କରୋନା !

ଲଣ୍ଡନ,୯।୪: କରୋନା ସଂକ୍ରମଣ ଯୋଗୁ ବ୍ରିଟେନରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାକାର ସୋସିଆଲ୍‌ ମିଡ଼ିଆରେ ୫-ଜି ମୋବାଇଲ୍‌ ଜ୍ଞାନକୌଶଳ ଯୋଗୁ କରୋନା ବ୍ୟାପୁଥିବା...

କେବଳ ମୁଶରଫ ନୁହନ୍ତି; ବିଶ୍ୱର ଏହି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ବି ଦିଆଯାଇଥିଲା ମୃତ୍ୟୁ ଦଣ୍ଡାଦେଶ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡ ଦେଇଛନ୍ତି। ମୁଶାରଫଙ୍କ ବିରୋଧରେ...

୯ରେ ଜାତିସଂଘରେ ଆଲୋଚନା

ଜାତିସଂଘ,୮ା୪: ସାରା ବିଶ୍ୱ ଏବେ ମାରାତ୍ମକ କରୋନା ମହାମାରୀ କବଳିତ ହୋଇଥିବାବେଳେ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଏକ...

Advertisement


Archives

Model This Week

Why Dharitri