Posted inଖେଳ

ଭାରତ ଉଦ୍ଦେଶ୍ୟମୂଳକ ଭାବେ ପରାସ୍ତ ହୋଇନି: ସର୍ଫରାଜ

କରାଚୀ, ୭ା୭ (ପି.ଟି.)-ଚଳିତ ଆଇସିସି ବିଶ୍ୱକପ୍‌ରେ ପାକିସ୍ତାନକୁ ସେମିଫାଇନାଲରୁ ବଞ୍ଚତ୍ତ କରିବା ଉଦ୍ଦେଶ୍ୟରେ ଭାରତ ଇଂଲଣ୍ଡ ବିପକ୍ଷରେ ଜାଣିଶୁଣି ଖେଳିଲା ନାହିଁ ବୋଲି ଯାହା କୁହାଯାଉଛି ତାହା ବିଶ୍ୱାସଯୋଗ୍ୟ ନୁହେଁ। ଏକଥା କହିଛନ୍ତି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ପ୍ରଦର୍ଶନ ନେଇ ବହୁ ପୂର୍ବତନ ପାକିସ୍ତାନ କ୍ରିକେଟର ସନ୍ଦେହ ପ୍ରକଟ କରିଥିଲେ। ଭାରତ ମ୍ୟାଚରେ ଏହା ଶ୍ରେଷ୍ଠ ପ୍ରଦର୍ଶନ କରି ନ ଥିଲା ବୋଲି ସେମାନଙ୍କର ଅଭିଯୋଗ ଥିଲା। କିନ୍ତୁ ଏହି ଚିନ୍ତାଧାର ଠିକ୍‌ ନୁହେଁ ସେଦିନ ଇଂଲଣ୍ଡ ଭଲ ଖେଳିଥିବାରୁ ବିଜୟ ଲାଭ କରିଥିଲା ବୋଲି ସର୍ଫରାଜ ଏଠାରେ ଖବରଦାତାମାନଙ୍କ ନିକଟରେ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ବାଂଲାଦେଶ ବିପକ୍ଷ ମ୍ୟାଚ ଉପରେ ପ୍ରଶ୍ନ ପଚରାଯାଉଥିବା ବେଳେ ଜଣେ ‘ବେଙ୍ଗଲିଜ୍‌’ ଶବ୍ଦ ବ୍ୟବହାର କରିଥିଲେ ସର୍ଫରାଜ କିନ୍ତୁ ତାହାକୁ ନାପପନ୍ଦ କରିଥିଲେ। ଏହି ଶବ୍ଦ କେବଳ ହୁଏତ ସୋସିଆଲ ମିଡିଆରେ ବ୍ୟବହାର କରାଯାଉ ଥାଇପାରେ। ମାତ୍ର ବାଂଲାଦେଶ ଖେଳାଳିଙ୍କୁ ବେଙ୍ଗଲିଜ୍‌ ବୋଲି ସମ୍ବେkାଧନ କରିବା ଆପତ୍ତିଜନକ ଅଟେ। ‘ବେଙ୍ଗଲିଜ୍‌’ଙ୍କ ବିପକ୍ଷ ମ୍ୟାଚରେ ଟିମ୍‌ ମ୍ୟାନେଜମେଣ୍ଟ ଶୋଏବ ମଲିକଙ୍କୁ କାହିଁକି ଫେୟାରଓ୍ବେଲ ଦେଲା ନାହିଁ ବୋଲି ଜଣେ ଟେଲିଭିଜନ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତରରେ ସର୍ଫରାଜ ଏକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଶୋଏବ ହେଉଛନ୍ତି ଆମର ସବୁଠାରୁ ବରିଷ୍ଠ ଖେଳାଳି। ଚଳିତ ବିଶ୍ୱକପ୍‌ରେ ଯଦିଓ ସେ ଭଲ ପ୍ରଦର୍ଶନ କରିନାହାନ୍ତି, ଦେଶପାଇଁ ତାଙ୍କର ଅନେକ ଅବଦାନ ରହିଛି। ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେବେ ବୋଲି ମଲିକ ପୂର୍ବରୁ ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ସେ କେବଳ ଟି୨୦ କ୍ରିକେଟ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri